
ବୋରିଗୁମ୍ମା,(ବି.ବି.ନୁ୍ୟଜ): ପାଣି ପଞ୍ଚାୟତ ନିର୍ବାଚନକୁ ନେଇ ବ୍ୟାପକ ଅନିୟମିତତା କରାଯାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଯାହାର ପ୍ରତିବାଦରେ ବୋରିଗୁମ୍ମା ବ୍ଲକ୍ ପୁଟୁରା ଗ୍ରାମବାସୀ ନିର୍ବାହୀ ଅଧିକାରୀଙ୍କୁ ଘେରାଉ କରିଛନ୍ତି । ନିର୍ବାଚନ ବାତିଲ କରିବା ସହ ପୁଣିଥରେ ନୂତନ ଭାବେ ନିର୍ବାଚନ କରିବାକୁ ଗାଁ ଲୋକେ ଦାବି କରିଛନ୍ତି ।
ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ପ୍ରତି ୩ ବର୍ଷରେ ଥରେ ପାଣି ପଞ୍ଚାୟତ ନିର୍ବାଚନ ଅନୁÂିତ ହେଉଛି । ନିର୍ବାଚନକୁ ଆଖିରେ ରଖି ଗତ ୧ ତାରିଖରୁ ପ୍ରକ୍ରିୟା ଆରମ୍ଭ ହୋଇଛି । ଆସନ୍ତା ୧୮ ତାରିଖରେ ପୁଟୁରା ଗାଁରେ ପାଣି ପଞ୍ଚାୟତ ନିର୍ବାଚନ କରାଯିବା ଲାଗି ଦିନ ଧାର୍ଯ୍ୟ କରାଯାଇଛି । କିନ୍ତୁ ଗାଁ ଲୋକ ନିର୍ବାଚନ ସମ୍ପର୍କରେ କେହି ଜାଣିନାହାନ୍ତି । ଡାକବାଜି ଯନ୍ତ୍ର ଦ୍ୱାରା ପ୍ରଚାର କିମ୍ବା ଗାଁ ଲୋକଙ୍କୁ ନୋଟିସ୍ କିମ୍ବା ଲିଫ୍ଲେଟ୍ ମାଧ୍ୟମରେ ସୂଚନା ଦିଆଯାଇ ନାହିଁ । ଶେଷ ନିର୍ବାଚନ ୨୦୧୬ ମସିହାରେ ହୋଇଥିଲା । ୨୦୧୯ରେ କୋଭିଡ୍ ଯୋଗୁ ଚଳିତମାସରୁ ଆରମ୍ଭ ହୋଇଛି ନିର୍ବାଚନ । ତେଣୁ ଏହାକୁ ବାତିଲ୍ କରି ନୂତନ ଭାବେ ନିର୍ବାଚନ କରିବା ଲାଗି ଗାଁ ଲୋକେ ଦାବି କରି ନିର୍ବାହୀ ଅଧିକାରୀଙ୍କୁ ଘେରାଉ କରିଥିବା ଗାଁର କୈଳାସ ନାୟକ, ସଦନ ଗାଦବା, ସନା ଭତ୍ରା, ଦାଉଦ ଖରା, ସୁବା ପନକା, ଘାସିରାମ ଗାଦବା, ତିର ପୂଜାରୀ, ଶିବ ମାଝୀ ପ୍ରମୁଖ କହିଛନ୍ତି । ଏ ସମ୍ପର୍କରେ ନିର୍ବାହୀ ଯନ୍ତ୍ରୀ ରମେଶ ଛୋଟରାୟଙ୍କୁ ପଚାରିବାରୁ ଏହାର ତଦନ୍ତ କରାଯାଇ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ।
Comments are closed, but trackbacks and pingbacks are open.