ନିର୍ବାହୀ ଅଧିକାରୀଙ୍କୁ ବିଜେପିର ଦାବିପତ୍ର

Get real time updates directly on you device, subscribe now.

କୋରୁକୋଣ୍ଡା,(ବି.ବି.ନୁ୍ୟଜ): ବିଭିନ୍ନ ଦାବି ପୂରଣ ନେଇ ବାଲିମେଳା ନଗର ବିଜେପି ପକ୍ଷରୁ ଏନ୍ଏସି ନିର୍ବାହୀ ଅଧିକାରୀଙ୍କୁ ୯ ଦଫା ଦାବିପତ୍ର ପ୍ରଦାନ କରାଯାଇଛି ।
ବିଜେପି ଅଭିଯୋଗ କରିଛି ଯେ, ସହରର ମିନି ଷ୍ଟାଡିୟମ ନିର୍ମାଣରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହୋଇଥିଲେ ବି ଏ ପର୍ଯ୍ୟନ୍ତ ବ୍ୟବହାର ଯୋଗ୍ୟ ହୋଇପାରୁନି । ତୁରନ୍ତ ଏହାର ନବୀକରଣ କରାଯାଉ, ନଗରର ଶିଶୁ ଉଦ୍ୟାନର ପୁନଃଉଦ୍ଧାର କରାଯାଉ । ଖରାଦିନେ ନଗରରେ ଯାତ୍ରୀଙ୍କ ଲାଗି ଜଳଛତ୍ର ଓ ବସ୍ତିବାସିନ୍ଦାଙ୍କୁ ପାନୀୟ ଜଳର ବ୍ୟବସ୍ଥା କରାଯାଉ, ପ୍ରତି ୱାର୍ଡରେ ସଫେଇ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଉ, ଘରପଟ୍ଟା ପାଇନଥିବା ବସ୍ତିବାସିନ୍ଦାଙ୍କୁ ତୁରନ୍ତ ପଟ୍ଟା ପ୍ରଦାନ କରାଯାଉ, ପ୍ରତି ଶ୍ମଶାନରେ ଆଲୋକିକରଣ ବ୍ୟବସ୍ଥା କରିବା ଲାଗି ଦାବି କରି ନଗର ବିଜେପି ପକ୍ଷରୁ ଏନ୍ଏସି ନିର୍ବାହୀ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି ।
ଦାବିପତ୍ର ପ୍ରଦାନ ସମୟରେ ନଗର ବିଜେପି ସଭାପତି ଶୁଭାଶିଷ କର, ସମ୍ପାଦକ ସିମାଞ୍ଚଳ ପ୍ରଧାନ, ପୂର୍ବତନ ସଭାପତି ପ୍ରଦୀପ ନାୟକ, ଜିଲ୍ଲା ଉପଦେଷ୍ଟା ଅରୁଣ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ସମସ୍ତ ଦାବି ପୂରଣ ନହେଲେ ଆଗାମୀ ଦିନରେ ଦଳ ପକ୍ଷରୁ ଆନେ୍ଦାଳନ କରାଯିବ ବୋଲି ଚେତବନୀ ଦିଆଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons