ବାଲେଶ୍ୱର,(ବି.ବି.ନୁ୍ୟଜ୍): ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଡ୍ରେନେଜ ବିଭାଗର ନିର୍ବାହୀ ଯନ୍ତ୍ରୀ ବସନ୍ତ କୁମାର ପଣ୍ଡାଙ୍କ ଘରେ ଚଢ଼ଉ କରାଯାଇଛି । ଭିଜିଲାନ୍ସ ଏସ୍ପି ସୁନିଲ କୁମାର ସେନାପତିଙ୍କ ନିଦେ୍ର୍ଧଶ କ୍ରମେ ଶୁକ୍ରବାର ୭ଟି ସ୍ଥାନରେ ଚଢ଼ଉ ହୋଇଥିଲା । ୭ଟି ଟିମ୍ ଏକ ସଙ୍ଗରେ ଶ୍ରୀ ପଣ୍ଡାଙ୍କ ଆଜିମାବାଦ୍ ନିକଟସ୍ଥ ତ୍ରିତଳ ପ୍ରସାଦ, ଭୁବନେଶ୍ୱର ପଟିଆରେ ଥିବା ଆପାର୍ଟମେଣ୍ଟ, ସହଦେବଖୁଣ୍ଟାରେ ଥିବା ଭାଇଙ୍କ ଘର, ଅମର୍ଦ୍ଧାର ପୈତୃିକ ଘର, ଅନୁଗୁଳ ମିଶ୍ରପଡ଼ାରେ ଥିବା ଶ୍ୱଶୁରଘର, ବାଲେଶ୍ୱରରେ ଥିବା ଡ୍ରେଜେନ ବିଭାଗର କାର୍ଯ୍ୟାଳୟ ଓ ସୁନହଟରେ ଥିବା ତାଙ୍କ ସ୍ତ୍ରୀଙ୍କ କାର୍ଯ୍ୟାଳୟରେ ଚଢ଼ଉ କରାଯାଇଥିଲା । ଚଢ଼ଉବେଳେ ଭିଜିଲାନ୍ସ ଟିମ୍ ୨ କୋଟି ୮ଲକ୍ଷ ୮୧ ହଜାର ଟଙ୍କାର ସ୍ଥାବର ଅସ୍ଥାବର ସମ୍ପତ୍ତି ଥିବାର ପ୍ରମାଣ ପାଇଛି । ଏହା ବ୍ୟତୀତ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜ ମଧ୍ୟ ଟିମ୍ ହାତରେ ଲାଗିଛି ।
ବାଲେଶ୍ୱରରେ ହେଉଥିବା ଚଢ଼ଉର ନେତୃତ୍ୱ ଡିଏସ୍ପି ସଞ୍ଜୟ କୁମାର ଦାସମହାପାତ୍ର ନେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଡିଏସ୍ପି ଶରତ ମହାପାତ୍ର, ଇନ୍ସିପେକ୍ଟର ଏସ୍କେ ସାମନ୍ତରାୟ, ସୁଶିଲ ଏକ୍କା, ସୁଲୋଚନା ନାୟକ ପ୍ରମୁଖ ଚଢ଼ଉରେ ସାମିଲ ଥିଲେ । ସେହିଭଳି ଅମର୍ଦ୍ଧା ପୈତୃକ ଘର ଚଢଉରେ ଭିଜିଲାନ୍ସ ବିଭାଗର ଡିଏସ୍ପି ଦକ୍ଷିଣଚରଣ ମୁର୍ମୁ ଏବଂ ସବଇନ୍ସସ୍ପେକ୍ଟର ଯସ୍ମିତା ପୋଇ ସାମିଲ ଥିଲେ । ଏନେଇ ଭିଜିଲାନ୍ସ ଥାନାରେ ୯/୧୯ ଅନୁଯାୟୀ ଏକ ମିସ୍ କେସ୍ ରୁଜୁ ହୋଇଛି ।


Comments are closed, but trackbacks and pingbacks are open.