ନିର୍ଭୟାଦୋଷୀ ପବନ ଗୁପ୍ତାକୁ ଜେଲରେ ମାରପିଟ୍ ଘଟଣା, ପରବର୍ତ୍ତି ଶୁଣାଣି ଏପ୍ରିଲ ୮ରେ

Get real time updates directly on you device, subscribe now.

ନୂଆଦିଲ୍ଲୀ : ନିର୍ଭୟାକାଣ୍ଡର ଅନ୍ୟତମ ଦୋଷୀ ପବନ ଗୁପ୍ତା ଗତବର୍ଷ ତା ସହ ଜେଲରେ ହୋଇଥିବା ମାରପିଟ ନେଇ ଗୁରୁବାର ଦିଲ୍ଲୀର ଏକ କୋର୍ଟରେ ପିଟିସନ ଦାଖଲ କରିଛି। ନିଜ ଓକିଲଙ୍କ ଦ୍ୱାରା ପବନ ଦାୟର କରିଥିବା ପିଟିସନରେ ଦିଲ୍ଲୀ ପୋଲିସର ୨ ଜବାନଙ୍କ ବିରୋଧରେ ଏତଲା ରୁଜୁ ଲାଗି ନିବେଦନ କରିଥିବା ବେଳେ କୋର୍ଟ ଏହାର ଶୁଣାଣି ଏପ୍ରିଲ ୮ ତାରିଖକୁ ଧାର୍ୟ୍ୟ କରିଛନ୍ତି।
ପବନ ଗୁପ୍ତା ଗତବର୍ଷ ମଣ୍ଡୋଲୀ ଜେଲରେ କୈଦୀ ଥିବା ବେଳେ ଏହି ଘଟଣା ଘଟିଥିଲା। ଜେଲରେ ଦିଲ୍ଲୀ ପୋଲିସର ୨ ଜଣ ଜବାନ ମାରପିଟ କରିଥିବା ବେଳେ ସେ ଗୁରୁତର ଆହତ ହୋଇଥିଲା। ଏଥି ଯୋଗୁ ତା ମୁଣ୍ଡରେ ୧୪ଟି ଷ୍ଟିଚ୍ ବି ହୋଇଥିଲା। ମେଟ୍ରୋପାଲିଟନ ମାଜିଷ୍ଟ୍ରେଟ୍‌ଙ୍କ କୋର୍ଟରେ ରୁଜୁ ଏହି ପିଟିସନରେ ନ୍ୟାୟାଧୀଶ ଏ ନେଇ ହୋଇଥିବା କାର୍ୟ୍ୟାନୁଷ୍ଠାନ ସମ୍ପର୍କରେ ଦିଲ୍ଲୀ ପୋଲିସକୁ ରିପୋର୍ଟ ତଲବ କରିଛନ୍ତି। ଏହା ସହ ମାମଲାର ପରବର୍ତ୍ତି ଶୁଣାଣି ଏପ୍ରିଲ ୮ ତାରିଖକୁ ଧାର୍ୟ୍ୟ କରିଛନ୍ତି।
ମାଣ୍ଡୋଲୀ ଜେଲରେ ୨୬ ଓ ୨୯ ଜୁଲାଇରେ ଦିଲ୍ଲୀ ପୋଲିସ ଏଭଳି ଅମାନବୀୟ ଅତ୍ୟାଚାର କରିଥିବାର ସେ ଅଭିଯୋଗ କରିଛି। କନଷ୍ଟେବଲ ଅନିଲ କୁମାର ଓ ତାଙ୍କ ସାଥୀମାନେ ତାକୁ ନିସ୍ତୁକ ମାଡ ମାରିଥିଲେ। ଏଥିରେ ତତ୍କାଳୀନ ହର୍ଷବିହାର ଥାନା ଆଇଆଇସିଙ୍କ ବିରୋଧରେ ବି ପବନ ଗୁରୁତର ଅଭିଯୋଗ ଆଣିଛି। ଏଣୁ ୨ ଅଭିଯୁକ୍ତମାନଙ୍କର ଚିହ୍ନଟ ଲାଗି ତାକୁ ଜଣେ ସାକ୍ଷଭାବେ ଗ୍ରହଣ କରାଯାଉ ବୋଲି ପବନ କୋର୍ଟଙ୍କୁ ନିବେଦନ କରିଛି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons