ନିର୍ଭୟା ମାମଲାର ୭ ବର୍ଷ ପରେ ବଳାକ୍ରାର ଦଣ୍ଡ ବିଧାନ ହାର ୩୨ ପ୍ରତିଶତ

Get real time updates directly on you device, subscribe now.

ନୂଆଦିଲ୍ଲୀ: ଆଜକୁ ଠିକ୍ ୭ ବର୍ଷ ତଳେ ୨୦୧୨ ଡିସେମ୍ବର ୧୬ରେ ରାଜଧାନୀ ଦିଲ୍ଲୀରେ ଘଟିଥିବା ନିର୍ଭୟା ଗଣବଳାକ୍ରାର ଘଟଣା ସମଗ୍ର ଦେଶକୁ ତତାଇ ଦେଇଥିଲା । ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁÂାନ ଗ୍ରହଣ କରିବା ଦାବିରେ ଲୋକେ ରାଜରାସ୍ତାକୁ ଓହ୍ଲାଇଥିଲେ । ବହୁ ଦିନ ଧରି ଆନେ୍ଦାଳନ ଚାଲିଲା ଏବଂ ଶେଷରେ ସରକାର ଆଇନରେ ପରିବର୍ତ୍ତନ କଲେ । ବଳାକ୍ରାର ମାମଲାର ତ୍ୱରିତ ବିଚାର କରାଯିବା ସହ ଅଭିଯୁକ୍ତଙ୍କୁ ମୃତୁ୍ୟଦଣ୍ଡ ଦେବା ଭଳି କଠୋର ଆଇନ ଆଣିଲେ । ହେଲେ ୭ ବର୍ଷ ପରେ ମଧ୍ୟ ବଳାକ୍ରାରୀଙ୍କୁ ଠିକ୍ ଭାବେ ଦଣ୍ଡିତ କରାଯାଇପାରି ନାହିଁ । ବଳାକ୍ରାର ମାମଲାରେ ଦଣ୍ଡବିଧାନ ହାର ରହିଛି ମାତ୍ର ୩୨ ପ୍ରତିଶତ । ଜାତୀୟ ଅପରାଧ ରେକର୍ଡ ବୁ୍ୟରୋ (ଏନ୍ସିଆରବି) ପକ୍ଷରୁ ପ୍ରକାଶିତ ୨୦୧୭ ବର୍ଷର ତଥ୍ୟରୁ ଏକଥା ସାମ୍ନାକୁ ଆସିଛି ।
ରିପୋର୍ଟ ଅନୁସାରେ ନିର୍ଭୟା ଘଟଣା ପର ଠାରୁ ୨୦୧୭ ପର୍ଯ୍ୟନ୍ତ ଦେଶର ବିଭିନ୍ନ କୋର୍ଟରେ ମୋଟ ୧ଲକ୍ଷ ୬୬ ହଜାର ୮୮୨ଟି ମାମଲା ବିଚାରାଧୀନ ରହିଛି । ଯେଉଁଥିରେ ନାବାଳିକା ବଳାକ୍ରାର ମାମଲା ମଧ୍ୟ ସାମିଲ ଅଛି । କେବଳ ୨୦୧୭ରେ ୩୨ ହଜାର ୫୫୯ଟି ବଳାକ୍ରାର ମାମଲା ରୁଜୁ ହୋଇଥିଲା । ଅର୍ଥାତ ଦିନକୁ ୮୯ଟି ବଳାକ୍ରାର ମାମଲା ରୁଜୁ ହେଉଛି । ପ୍ରତି ୧୫ ମିନିଟ୍ରେ ଦେଶରେ ଗୋଟିଏ ବଳାକ୍ରାର ଘଟୁଛି । ୨୦୧୭ରେ ମୋଟ ୧ ଲକ୍ଷ ୪୬ ହଜାର ୨୦୧ଟି ବଳାକ୍ରାର ମାମଲାର ବିଚାର ହୋଇଥିଲା । ହେଲେ ସେଥିରୁ ମାତ୍ର ୫୮୨୨ ମାମଲାରେ ଦୋଷୀଙ୍କୁ ଦଣ୍ଡବିଧାନ କରାଯାଇଛି । ୨୦୧୯ ଜୁନ୍ ସୁଦ୍ଧା ନାବାଳିକା ବଳାକ୍ରାର ମାମଲାରେ ଦଣ୍ଡବିଧାନ ହାର ରହିଛି ମାତ୍ର ୯ ପ୍ରତିଶତ । ସବୁଠାରୁ ଉଦ୍ବେଗର ବିଷୟ ହେଉଛି ଯେ ବଳାକ୍ରାର ଦଣ୍ଡବିଧାନ ହାର ପୂର୍ବାପେକ୍ଷା ସାମାନ୍ୟ ବୃଦ୍ଧି ପାଇଥିଲା ବେଳେ ଚାର୍ଜସିଟ୍ ଦାଖଲ ହାର କମିବାରେ ଲାଗିଛି । ଅର୍ଥାତ ବଳାକ୍ରାର ମାମଲା କୋର୍ଟକୁ ବିଚାର ପାଇଁ ଆସିପାରି ନାହିଁ । ୨୦୧୩ରେ କୋର୍ଟରେ ବଳାକ୍ରାର ମାମଲାରେ ଚାର୍ଜସିଟ ଦାଖଲ ହାର ୯୫.୪ ପ୍ରତିଶତ ଥିଲା ବେଳେ ୨୦୧୭ରେ ତାହା ୮୬.୬ ପ୍ରତିଶତକୁ ହ୍ରାସ ପାଇଛି ।
ବରିÂ ଆଇନଜୀବୀ ଶିଳ୍ପୀ ଜୈନଙ୍କ କହିବାନୁଯାୟୀ ବଳାକ୍ରାର ମାମଲାର ତଦନ୍ତ କରୁଥିବା ପୁଲିସ ବିଭାଗର କ୍ଷେତ୍ର ଅଧିକାରୀମାନେ ଅଧିକ ସକ୍ରିୟ ହେବାର ଆବଶ୍ୟକତା ରହିଛି । ଅନେକ କ୍ଷେତ୍ରରେ ତଦନ୍ତ ଅଧିକାରୀମାନେ ଅଭିଜ୍ଞ ହୋଇନଥିବା ବେଳେ ସେମାନଙ୍କ ପାଖରେ ଆବଶ୍ୟକ ଉପକରଣ ମଧ୍ୟ ନଥାଏ । ବେଳେବେଳେ ସେମାନଙ୍କ ଉପରେ ଚାପ ମଧ୍ୟ ପଡେ । ତା’ଛଡା କେତେକ ଅଫିସର ତଦନ୍ତ କରିବା କ୍ଷେତ୍ରରେ ଅସାଧୁ ଉପାୟ ମଧ୍ୟ ଅବଲମ୍ବନ କରିଥାନ୍ତି । ଅର୍ଥାତ ସେମାନେ ଦୁର୍ନୀତିରେ ଲିପ୍ତ ହୋଇଥାନ୍ତି । ବଳାକ୍ରାର ମାମଲାରେ ଜଣେ ସବ୍ ଇନ୍ସପେକ୍ଟର ସ୍ତରର ପୁଲିସ ଅଧିକାରୀ ତଦନ୍ତ ଅଧିକାରୀ ହୋଇଥାନ୍ତି । ଏଥିରୁ ତଦନ୍ତ କିଭଳି ହେଉଥିବ ତାହା ସହଜେ ଅନୁମେୟ । ସେହିଭଳି ଜିଲ୍ଲା ସ୍ତରରେ ବଳାକ୍ରାର ମାମଲା ପରିଚାଳନା କରୁଥିବା ସରକାରୀ ଓକିଲମାନେ ଅଭିଜ୍ଞ ସମ୍ପନ୍ନ ହୋଇ ନଥାନ୍ତି । ତେଣୁ ତଦନ୍ତ ଓ ବିଚାର ପ୍ରକ୍ରିୟାରେ ଏଭଳି ସମସ୍ୟା ଉପୁଜିଲେ ଦଣ୍ଡବିଧାନ ହାର ନିଶ୍ଚିତ ଭାବେ ହ୍ରାସ ପାଇବ ବୋଲି ଜୈନ ଯୁକ୍ତି ଦର୍ଶାଇଛନ୍ତି ।
ନିର୍ଭୟା ମାମଲାକୁ ଦେଖିଲେ ୨୦୧୭ରେ ସୁପି୍ରମକୋର୍ଟ ୪ଜଣ ଅଭିଯୁକ୍ତଙ୍କ ମୃତୁ୍ୟଦଣ୍ଡ କାଏମ ରଖିଥିଲେ । ଫଳରେ ସେମାନଙ୍କୁ ଫାଶୀ ଦିଆଯିବା କଥା । କିନ୍ତୁ ସେମାନଙ୍କ ମଧ୍ୟରୁ ୩ଜଣ ସୁପି୍ରମକୋର୍ଟରେ ସମୀକ୍ଷା ଆବେଦନ କରିଥିଲେ । ୨୦୧୮ ଜୁଲାଇ ୯ ତାରିଖରେ ସୁପି୍ରମକୋର୍ଟ ସେମାନଙ୍କ ଆବେଦନକୁ ଖାରଜ କରିଦେଇଥିଲେ । ସେମାନେ ରାଜକ୍ଷମା ଆବେଦନ କରିଥିଲେ ମଧ୍ୟ ତାହା ଅଗ୍ରାହ୍ୟ ହୋଇଯାଇଥିଲା । ସେମାନଙ୍କୁ ଫାଶୀ ମିଳିବା ପ୍ରାୟତଃ ନିଶ୍ଚିତ ହୋଇଯାଇଥିଲା । ହେଲେ ଚଳିତମାସରେ ନିର୍ଭୟା ମାମଲାର ଚତୁର୍ଥ ଅଭିଯୁକ୍ତ ସୁପ୍ରିମକୋର୍ଟରେ ସମୀକ୍ଷା ଆବେଦନ ଦାଖଲ କରିଥିଲେ । ଏହା ଉପରେ ଆସନ୍ତା ୧୭ ତାରିଖରେ ସୁପି୍ରମକୋର୍ଟର ୩ ଜଣିଆ ଖଣ୍ଡପୀଠ ଶୁଣାଣି କରିବେ । ଏହି ଘଟଣାରୁ ଦୋଷୀଙ୍କୁ ଦଣ୍ଡିତ କରିବା ପ୍ରକ୍ରିୟା କିଭଳି ବିଳମ୍ବିତ ହେବାରେ ଲାଗିଛି ତାହା ସ୍ପଷ୍ଟ ବୁଝାପଡେ ।
ସୂଚନାଯୋଗ୍ୟ ଯେ ୨୦୧୨ ଡିସେମ୍ବର ୧୬ରେ ଦିଲ୍ଲୀରେ ପାରାମେଡିକାଲ ଛାତ୍ରୀ ‘ନିର୍ଭୟା’ଙ୍କୁ ଚଳନ୍ତା ବସରେ ଗଣବଳାକ୍ରାର କରାଯିବା ପରେ ଫିଙ୍ଗି ଦିଆଯାଇଥିଲା । ୧୩ ଦିନ ଧରି ମୃତୁ୍ୟସହ ସଂଗ୍ରାମ କରିବା ପରେ ଡିସେମ୍ବର ୨୯ରେ ତାଙ୍କର ମୃତୁ୍ୟ ଘଟିଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons