ବଲାଙ୍ଗୀର,(ବି.ବି.ନୁ୍ୟଜ୍): ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ସୁକତେଲ ନଦୀ ଉପରେ ଥିବା ତମିଅାଁ-ମୁଦଲସର ବ୍ରିଜ୍ ବୁଧବାର ପୂର୍ବାହ୍ନରେ ଭୁଶୁଡ଼ିପଡ଼ିଛି । ବ୍ରିଜ୍ର ଫେଜ-୪ ସ୍ଲାବ୍ ସଂପୂର୍ଣ୍ଣ ଖସିପଡ଼ିବାରୁ ଘଟଣାସ୍ଥଳରେ କାର୍ଯ୍ୟରତ ୨ ଜଣ ଶ୍ରମିକଙ୍କ ମୃତୁ୍ୟ ଘଟିଛି । ଅନ୍ୟ ଜଣେ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି । ମୃତ ଶ୍ରମିକ ୨ ଜଣ ହେଲେ ମଧ୍ୟପ୍ରଦେଶର ଗ୍ୱାଲିଅର ଭେଣ୍ଡା ଜିଲ୍ଲାର ମନୀଷ କୁସୱାହ (୧୭) ଓ ରାଜୱାନା କୁସୱାହ (୩୮) । ଗୁରୁତର ଆହତ ସୋନୁ କୁସୱାହ (୨୨)ଙ୍କୁ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସପିଟାଲରେ ଭର୍ତ୍ତି କରାଯାଇଛି । ଅପରାହ୍ନରେ ଡିଆଇଜି ହିମାଂଶୁ ଲାଲ ଏବଂ ବଲାଙ୍ଗୀର ଏସପି ସନ୍ଦିପ ସମ୍ପତ ଘଟଣାସ୍ଥଳରେ ସ୍ଥିତି ଅନୁଧ୍ୟାନ କରିଛନ୍ତି ।
ପାଟଣାଗଡ଼ ବ୍ଲକର ତମିଆ ଦେଇ ବହିଯାଇଥିବା ସୁକତେଲ ବ୍ରିଜ ଉପରେ ୨୦୧୫ ମସିହାରେ ଏହି ବ୍ରିଜଟି ନିର୍ମାଣ ହୋଇଥିଲା । ମାତ୍ର ନିମ୍ନମାନର ନିର୍ମାଣ କାମ ଯୋଗୁ ଗତ ଡିସେମ୍ବର ମାସରେ ତାହା ଦବି ଯାଇଥିଲା । ମାର୍ଚ୍ଚ ଶେଷ ସପ୍ତାହରୁ ବ୍ରିଜ୍ର ମରାମତି କାମ ଚାଲିଥିଲା । ଆଜି ପୂର୍ବାହ୍ନ ପ୍ରାୟ ସାଢେ଼ ୯ଟାରେ ବ୍ରିଜ୍ର ଛାତ ଉପରେ ୪ଟି ବ୍ରେକର ସମେତ ଭାଇବ୍ରେସନ୍ ମେସିନ୍ ଚଳାଇବା ପାଇଁ ୬ ଜଣ ଶ୍ରମିକ ସେଠାରେ ନିୟୋଜିତ ଥିଲେ । ଏଣେ ମଧ୍ୟପ୍ରଦେଶର ଗ୍ୱାଲିଅର ଭେଣ୍ଡା ଜିଲ୍ଲାର ସୋନୁ, ରାଜୁ କୁଷୱାହ (୩୦), ରବି କୁଷୱାହ(୧୭), ରାଜୱାନ୍, ମନୀଷ ଏବଂ ମାୟାଧର କୁଷଓହ୍ୱା (୪୦) ପ୍ରମୁଖ ବ୍ରିଜ୍ର ଛାତ ତଳେ ସେଣ୍ଟି୍ରଂ ପାଇଁ ଲୁହା ଟାୱାର ପୋତୁଥିଲେ । ସେହି ସମୟରେ ବ୍ରିଜ୍ର ଛାତଟି ଭୁଶୁଡ଼ି ପଡ଼ିଥିଲା । ମାୟାଧର, ରାଜୁ ଓ ରବି ବର୍ତ୍ତିଯାଇଥିବା ବେଳେ ମାୟଧରଙ୍କ ପୁଅ ମନୀଷ ଓ ମାମୁ ପୁଅ ରାଜୱାନା ବ୍ରିଜ ତଳେ ଚାପି ହୋଇଯାଇଥିଲେ । ଅନ୍ୟତମ ଶ୍ରମିକ ସୋନୁଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ସ୍ଥାନୀୟ ଲୋକଙ୍କ ସହାୟତାରେ ଘସିଏନ୍ ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ଆମ୍ବୁଲାନ୍ସ ଡକାଇ ତାଙ୍କୁ ପ୍ରଥମେ ପାଟଣାଗଡ଼ ଓ ପରେ ଭୀମଭୋଇ ମେଡ଼ିକାଲ କଲେଜ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ପାଟଣାଗଡ଼ ଏସ୍ଡିପିଓ ସୁରେଶ ନାଏକ, ମାଜିଷ୍ଟେ୍ରଟ୍ ଦାୟିତ୍ୱରେ ପାଟଣାଗଡ଼ ତହସିଲଦାର ଡା. ପୁଷ୍ପାଳି ମିଶ୍ର ପହଞ୍ଚିବା ପରେ ଜେସିବି ମାଧ୍ୟମରେ ଭଗ୍ନାଂଶ ଖୋଳାଯାଇ ଚାପି ହୋଇଥିବା ଶ୍ରମିକଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା ।
Comments are closed, but trackbacks and pingbacks are open.