ନିର୍ମାଣ କାର୍ଯ୍ୟରେ ଲାଗିଲା ରୋକ: ଲକ୍ଡାଉନ୍ ଶେଷ ପର୍ଯ୍ୟନ୍ତ କାମ ବନ୍ଦ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): କରୋନା ଲଢେ଼ଇ ପାଇଁ ରାଜ୍ୟ ସରକାର ଏବେ ପୂରାକୁ ପୂରା ଯୁଦ୍ଧମୁଦ୍ରାରେ । ଅଧା ଓଡ଼ିଶା ପରେ ଏବେ ସାରା ଓଡ଼ିଶା ପାଳି । ଆଜି ମଧ୍ୟରାତ୍ରିରୁ ରାଜ୍ୟର ୩୦ ଜିଲ୍ଲା ଲକଡାଉନ୍ ରହିବ । ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳରେ ଚକ, ଅଖ ଓ ଦୋକାନ ବଜାର ବନ୍ଦ ରହିବ । ଅତି ଜରୁରୀ ସରକାରୀ ଅଫିସକୁ ଛାଡ଼ି ଅନ୍ୟ ଅଫିସ ମଧ୍ୟ ଖୋଲିବନି । ସ୍ୱାସ୍ଥ୍ୟସେବା ଭଳି ଅତ୍ୟାବଶ୍ୟକ ସେବା ଜାରି ରହିବ । ରାସନ ସାମଗ୍ରୀ, ପନିପରିବା, ଅଣ୍ଡା, ମାଛ ଓ ମାଂସ ଭଳି ଦୋକାନ ଖୋଲା ରହିବ । ବ୍ୟାଙ୍କ ଓ ଏଟିଏମ୍ ସେବା ଚାଲୁ ରହିବ । ଜରୁରୀ କାମ ନଥିଲେ କେହି ଘରୁ ବାହାରିବେନି । ଜରୁରୀ କାମ କିମ୍ବା ଆବଶ୍ୟକ ସାମଗ୍ରୀ କିଣିବାକୁ ଚାଲି ଚାଲି ଯିବେ । ଗାଡ଼ି ଧରି ବାହାରିଲେ ଗିରଫ ହେବେ ବୋଲି ଚେତାବନୀ ଦିଆଯାଇଛି । ଲକଡାଉନ୍ରେ ଜନସାଧାରଣ ଘରୁ ନ ବାହାରି ପରିବାର ସହ ସୁରକ୍ଷିତ ଭାବେ ରହିବାକୁ ସରକାର ଅନୁରୋଧ କରିଛନ୍ତି । ଏହାକୁ ଅବମାନନା କଲେ କାର୍ଯ୍ୟାନୁÂାନ ଗ୍ରହଣ କରିବାକୁ ସରକାର କଡ଼ା ନିଦେ୍ର୍ଧଶ ଜାରି କରିଛନ୍ତି ।
କରୋନା ଆତଙ୍କରେ ଏବେ ସମଗ୍ର ବିଶ୍ୱ କବଳିତ । ଭାରତରେ କରୋନା ସଂକ୍ରମଣ ମଧ୍ୟ ବଢ଼ି ବଢ଼ି ଚାଲିଛି । ଓଡ଼ିଶାରେ ପଜିଟିଭ୍ ୨ରେ ସୀମିତ ଥିଲେ ମଧ୍ୟ ଆଗକୁ ସ୍ଥିତି ବିଗିଡ଼ି ଯାଇପାରେ । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆକାଶ ପାତାଳ ଏକ କରିବାକୁ ବସିଛନ୍ତି । ବିଶ୍ୱର ବହୁ ସମୃଦ୍ଧ ରାଷ୍ଟ୍ରରେ ସାମାନ୍ୟ ଢିଲାପଣ ମହାମାରୀକୁ ଭିନ୍ନସ୍ତରକୁ ନେଉଥିବାରୁ ରାଜ୍ୟରେ ଏ ସଂକ୍ରମଣକୁ ରୋକିବାକୁ ସରକାର ବସ୍ ସେବାକୁ ସମ୍ପୂର୍ଣ୍ଣ ବନ୍ଦ ରଖିଛନ୍ତି । ଟ୍ରେନ ସେବା ବାତିଲ ହୋଇଥିଲା ବେଳେ ଘରୋଇ ଗାଡ଼ି ସହ ଟ୍ୟାକ୍ସି ଏପରିକି ଦୁଇ ଚକିଆ ଗାଡ଼ି ଚଳାଚଳ ଉପରେ ରୋକ ଲାଗିଛି । ଜନସାଧାରଣ ଆସନ୍ତା ତାରିଖ ୨୯ ମଧ୍ୟରାତ୍ରି ଯାଏ ଘରେ ଆବଦ୍ଧ ହୋଇ ରହିବାକୁ ସରକାର ନିଦେ୍ର୍ଧଶ ଦେଇଛନ୍ତି । ଏହାକୁ ଉଲ୍ଲଂଘନ କଲେ କଠୋର କାର୍ଯ୍ୟାନୁÂାନ ଗ୍ରହଣ କରିବାକୁ ଜିଲ୍ଲାପାଳମାନଙ୍କୁ ନିଦେ୍ର୍ଧଶ ଜାରି ହୋଇଛି । ଯେଉଁ ସରକାରୀ କର୍ମଚାରୀମାନଙ୍କର ବଦଳି ହୋଇଛି ସେମାନଙ୍କୁ ୪୮ ଘଣ୍ଟାର ମହଲତ ଦିଆଯାଇଛି । ଏ ସମୟ ସୀମାରେ ସେମାନେ କାର୍ଯ୍ୟରେ ଯୋଗ ନଦେଲେ କଠୋର କାର୍ଯ୍ୟାନୁÂାନ ଗ୍ରହଣ କରାଯିବ ବୋଲି ସରକାର ସତର୍କ କରାଇ ଦେଇଛନ୍ତି ।
ଶ୍ରୀ ବାଗ୍ଚୀ କହିଛନ୍ତି, ଆଗକୁ ବିସ୍ଫୋରକ ପରିସ୍ଥିତି ଆସୁଛି । ବେଳ ଥାଉ ଆଉ ଆମକୁ ସତର୍କ ହେବାକୁ ପଡ଼ିବ । କରୋନା ମୁକାବିଲା ପାଇଁ ସରକାର ଲକ୍ଡାଉନକୁ ୧୪ ଜିଲ୍ଲାରୁ ୩୦ ଜିଲ୍ଲାକୁ ସଂପ୍ରସାରିତ କରିବା ସହ ଜନସାଧାରଣଙ୍କ ସୁବିଧା ପାଇଁ ଆନୁଷଙ୍ଗିକ ପଦକ୍ଷେପ ଗ୍ରହଣ କରିଛନ୍ତି । ସାଧାରଣ ବଣ୍ଟନ ବ୍ୟବସ୍ଥାରେ ସମସ୍ତ ହିତାଧିକାରୀ ଓ ପେନସନଧାରୀଙ୍କ ଦୁଆରେ ବଣ୍ଟନ ସାମଗ୍ରୀ ସହ ଭତ୍ତା ଅର୍ଥ ପହଞ୍ଚାଇ ଦିଆଯିବ । ସାରା ରାଜ୍ୟରେ ନିର୍ମାଣ କାର୍ଯ୍ୟରେ ଅଙ୍କୁଶ ଲଗାଯାଇଛି । କେବଳ ସ୍ୱାସ୍ଥ୍ୟସେବାକୁ ଛାଡ଼ି ଅନ୍ୟତ୍ର ନିର୍ମାଣ କାମ ହେଲେ କାର୍ଯ୍ୟାନୁÂାନ ଗ୍ରହଣ କରାଯିବ । ସଂକ୍ରମଣ ଏଡ଼ାଇବାକୁ ଆସନ୍ତା ୨୯ ଯାଏ ଆହାର କେନ୍ଦ୍ରକୁ ବନ୍ଦ କରିବାକୁ ନିଷ୍ପତ୍ତି ହୋଇଛି ।
ସରକାର ସ୍ପଷ୍ଟ କରିଛନ୍ତି ଯେ, ଏ ଲକ ଡାଉନ ସମୟରେ ସଉଦା ଦୋକାନ, ପରିବା ଦୋକାନ, କ୍ଷୀର, ମାଛ, ମାଂସ, ଅଣ୍ଡା ଚିକେନ୍ ଦୋକାନ ଖୋଲା ରହିବ । ଔଷଧ ଦୋକାନ ସହ ପେଟ୍ରୋଲ ପମ୍ପ ମଧ୍ୟ ଖୋଲା ରହିବ । ଅତ୍ୟାବଶ୍ୟକ ସାମଗ୍ରୀର ହୋଲସେଲ ବଜାର ମଧ୍ୟ ଖୋଲା ରହିବ । ଏ ସବୁ ଅଞ୍ଚଳରେ ଡାକ୍ତରଖାନା, ବ୍ୟାଙ୍କ, ଏଟିଏମ୍, ମୁ୍ୟନିସପାଲଟି ସେବା, ପୁଲିସ, ଅଗ୍ନିଶମ ସେବା, ଓଡ୍ରାଫ୍, ପାନୀୟ ଜଳ ଓ ବିଦୁ୍ୟତ୍ ସେବା ଆଦି ଜାରି ରହିବ । ଜରୁରୀକାଳୀନ ସେବାର ପ୍ରଶାସନିକ କାର୍ଯ୍ୟାଳୟ ଖୋଲା ରହିବ । ଏ ଲକଡାଉନ୍ ବେଳେ ମାଲବାହୀ ଗାଡ଼ି ଗୁଡ଼ିକୁ ବାଦ୍ ଦେବାକୁ ସରକାରୀ ଭାବେ ନିଷ୍ପତ୍ତି ହୋଇଛି । ଜନସାଧାରଣ ୨୯ ଯାଏ ଘରୁ ନ ବାହାରି ସୁସ୍ଥ ଓ ସୁରକ୍ଷିତ ରହିବାକୁ ମୁଖ୍ୟମନ୍ତ୍ରୀ ଅପିଲ କରିଛନ୍ତି । ଘରୋଇ ଗାଡ଼ି କିମ୍ବା ଦୁଇ ଚକିଆ ଗାଡ଼ିରେ ବାହାରକୁ ନ ବାହାରି କେବଳ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ଘରୁ ବାହାରକୁ ଯାଇ ହେବ । ଏ କଟକଣା ଜନସାଧାରଣଙ୍କ ସ୍ୱାର୍ଥ ପାଇଁ । ଏହାକୁ ଉଲ୍ଲଂଘନ କଲେ କଠୋର କାର୍ଯ୍ୟାନୁÂାନ ଗ୍ରହଣ କରିବାକୁ ସରକାର ନିଦେ୍ର୍ଧଶ ଜାରି କରିଛନ୍ତି ।
ସରକାର ନିଷ୍ପତ୍ତି ନେଇଛନ୍ତି, ଜରୁରୀ ସେବା ଯୋଗାଉଥିବା କର୍ମଚାରୀମାନେ ପାସ୍ରେ ଯାତାୟତ କରିପାରିବେ । ତେବେ ଡାକ୍ତର ଓ ନର୍ସମାନଙ୍କୁ ପାସ୍ ଦରକାର ନାହିଁ । ଏମାନେ ନିଜ ପରିଚୟପତ୍ରରେ ଯିବାଆସିବା କରିପାରିବେ । ଏ ନେଇ ପୁଲିସ ଡିଜି ସମସ୍ତ ଜିଲ୍ଲା ଏସପିମାନଙ୍କୁ ଅବଗତ କରାଇଛନ୍ତି । ଲକଡାଉନ ସମୟରେ ପରିବାରର ଜଣେ ସଦସ୍ୟ ଦୈନିକ ଥରେ ମାତ୍ର ନିକଟସ୍ଥ ଦୋକାନକୁ ଯାଇ ସର୍ବନିମ୍ନ ଅତ୍ୟାବଶ୍ୟକ ସାମଗ୍ରୀ ଆଣିବାକୁ ସରକାର ପରାମର୍ଶ ଦେଇଛନ୍ତି । ଅନୁସୂଚିତ ଜନଜାତି ଓ ଜାତି କଲ୍ୟାଣ ବିଭାଗ ଅଧୀନରେ ଥିବା ଛାତ୍ରାବାସଗୁଡ଼ିକୁ ବନ୍ଦ କରିବା ସହ ଅନ୍ତେବାସୀମାନଙ୍କୁ ସେମାନଙ୍କ ବୃତ୍ତି ଟଙ୍କା ପ୍ରଦାନ କରି ଅଭିଭାବକଙ୍କ ନିକଟରେ ପହଞ୍ଚାଇବାର ବ୍ୟବସ୍ଥା କରାଯାଇଛି । ଜନସାଧାରଣ ଆତଙ୍କିତ ନହୋଇ ସଚେତନ ଓ ସତର୍କ ହୋଇ ଘରେ ରହିବାକୁ ସରକାର ନିବେଦନ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons