ନିର୍ମାଣ ଶ୍ରମିକ କଲ୍ୟାଣ ସପ୍ତାହ ଉଦ୍ଘାଟିତ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଶ୍ରମିକମାନେ ହେଉଛନ୍ତି ଦେଶର ପ୍ରକୃତ ନିର୍ମାତା । ଏମାନଙ୍କ ପରିଶ୍ରମ ଓ ତ୍ୟାଗ ଯୋଗୁଁ ରାଜ୍ୟରେ ଦୃତ ବିକାଶ ହେଉଛି । ସାରା ଦେଶରେ ଓଡିÿଶା ଗୋଟିଏ ସ୍ୱତନ୍ତ୍ର ପରିଚୟ ପାଇଛି । ସେମାନଙ୍କ ସାମାଜିକ ସୁରକ୍ଷା ସହ ସର୍ବାଙ୍ଗୀନ ବିକାଶ ପାଇଁ ନିରନ୍ତର ଚେଷ୍ଟା ଚାଲିଛି । କୌଣସି ଜଣେ ବି ଶ୍ରମିକ ନିଜ ହକ୍ରୁ ବଞ୍ଚିତ ହେବେନି । ଏଥିପାଇଁ ଆମ ସରକାର ପ୍ରତିଶୃତିବଦ୍ଧ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ନିର୍ମାଣ ଶ୍ରମିକ କଲ୍ୟାଣ ସପ୍ତାହ-୨୦୨୦ର ରାଜ୍ୟସ୍ତରୀୟ ସମାରୋହକୁ ଆଜି ନବୀନ ଉଦ୍ଘାଟନ କରିଛନ୍ତି । ଏ ଅବସରରେ ସେ କହିଛନ୍ତି, ଶ୍ରମିକ କଲ୍ୟାଣ କ୍ଷେତ୍ରରେ ଓଡ଼ିଶା ଏକ ଆଗୁଆ ରାଜ୍ୟ । ନିର୍ମାଣ ଶ୍ରମିକଙ୍କ ଛଡ଼ା ଅଣସଂଗଠିତ, ପ୍ରବାସୀ ଶ୍ରମିକଙ୍କ ପାଇଁ ଅନେକ କଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ ହୋଇଛି । ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡରେ ପ୍ରାୟ ୩୦ ଲକ୍ଷ ଶ୍ରମିକ ପଞ୍ଜିକୃତ ହୋଇଛନ୍ତି । ସେମାନଙ୍କ କଲ୍ୟାଣ ପାଇଁ ୧୫୧୮ କୋଟି ଟଙ୍କା ସହାୟତା ଦିଆଯାଇଛି । ୨୨ ହଜାର ଶ୍ରମିକଙ୍କୁ ପକ୍କା ଘର ଯୋଗାଇ ଦିଆଯାଇଛି ।
ସେ ଆହୁରି କହିଛନ୍ତି, ନିର୍ମାଣ ଶ୍ରମିକମାନଙ୍କ ପାଖରେ ପ୍ରତିଟି ଯୋଜନା ପହଞ୍ଚାଇବା ପାଇଁ ନିରନ୍ତର ଚେଷ୍ଟା ଚାଲିଛି । ଏହି ଉଦେ୍ଧଶ୍ୟରେ ଶିକ୍ଷା, ବିବାହ, ପ୍ରସୂତୀ କାଳୀନ, ମୃତୁ୍ୟକାଳୀନ ଓ ଅନ୍ତେ୍ୟଷ୍ଟିକ୍ରିୟା ସହାୟତା ଭଳି ୫ଟି ସେବାକୁ ‘ମୋ ସରକାର’ରେ ସାମିଲ କରାଯାଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ୫ଜଣ ହିତାଧିକାରୀଙ୍କୁ ନିର୍ମାଣ ଶ୍ରମିକ କଲ୍ୟାଣ ସହାୟତା ରାଶି ଦେଇଥିଲେ ।
ସମାରୋହରେ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ କହିଥିଲେ, ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡକୁ ଅଧିକ କ୍ରିୟାଶୀଳ କରିବାକୁ ସରକାର ‘୫ଟି’ ଜରିଆରେ ଉଦ୍ୟମ ଚଳାଇଛନ୍ତି । ପ୍ରଶାସନିକ ସ୍ୱଚ୍ଛତା ପାଇଁ ‘କାର୍ଯ୍ୟକ୍ଷେତ୍ରରେ ପଞ୍ଜୀକରଣ’କୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି । ଓଡିÿଶା କୋଠାବାଡିÿ ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଅଧ୍ୟକ୍ଷ ସୁବାସ ସିଂହ ସମାରୋହକୁ ସଭାପତିତ୍ୱ କରି କହିଥିଲେ, ଏହି ବୋର୍ଡ ଆଜି ସଫଳତାର ଶିର୍ଷରେ ପହଞ୍ଚିଛି । ୨୯ ଲକ୍ଷରୁ ଅଧିକ ନିର୍ମାଣ ଶ୍ରମିକଙ୍କୁ ପଞ୍ଜିକୃତ କରାଯାଇ କୋଟିଏରୁ ଅଧିକ ଲୋକଙ୍କୁ ସମାଜିକ ସୁରକ୍ଷା ବଳୟରେ ରଖାଯାଇପାରିଛି । ଜାତିସଂଘର ପ୍ରମୁଖ ଅନୁÂାନ ଆନ୍ତର୍ଜାତିକ ଶ୍ରମ ସଂଗଠନ(ଆଇଏଲ୍ଓ)ର ସହଯୋଗ ତଥା ସହଭାଗିତାରେ ବିଭିନ୍ନ ଯୋଜନା ଶ୍ରମିକଙ୍କ ନିକଟରେ ପହଞ୍ଚାଯାଉଛି । ବାହାର ରାଜ୍ୟ ବାହାରେ କାମ କରୁଥିବା ପ୍ରବାସୀ ଶ୍ରମିକଙ୍କ ପାଇଁ ୫୦୦ କୋଟି ଟଙ୍କାର ଏକ ରାଜ୍ୟସ୍ତରୀୟ କର୍ପସ୍ ପାଣ୍ଠି ଗଢ଼ାଯାଇଛି । ୪ଟି ଶ୍ରମିକ ବହୁଳ ଜିଲ୍ଲାର ୨୦ଟି ବ୍ଲକରେ ଏହି ପାଣ୍ଠି ଜରିଆରେ ଶ୍ରମିକଙ୍କୁ ମନରେଗା ଅଧୀନରେ ୨୦୦ ଦିନର ନିଶ୍ଚିତ କାମ ଦିଆଯାଉଛି । ଦୈନିକ ପାରିଶ୍ରମିକ ୧୮୮ ଟଙ୍କା ବଦଳରେ ୨୮୬.୩୦ ଟଙ୍କାକୁ ବଢ଼ାଯାଇଛି । ଅତିରିକ୍ତ ମୁଖ୍ୟ ଶାସନ ସଚିବ ମୋନା ଶର୍ମା ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ । ଶ୍ରମ ଆୟୁକ୍ତ-ତଥା-କଲ୍ୟାଣ ବୋର୍ଡ ସଦସ୍ୟ ସଚିବ ଡ. ଏନ୍ ଥିରୁମାଲା ନାଏକ ଧନ୍ୟବାଦ ଅର୍ପଣ କରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons