ପୁରୀ,(ବି.ବି.ବୁ୍ୟରୋ): ପୁରୀ ମାଟିତୋଟା ମୌଜାରେ ନିର୍ମାଣ ହେବ ଅତ୍ୟାଧୁନିକ ଯାତ୍ରୀନିବାସ । ଏହି ଯାତ୍ରୀନିବାସରେ ୧୦୦୦ଟି ରୁମ୍ ବ୍ୟବସ୍ଥା ରହିବ । ପୁରୀକୁ ଆସୁଥିବା ଯାତ୍ରୀଙ୍କୁ ଏଠାରେ ଆକର୍ଷଣୀୟ ସେବା ମିଳିବ । ଏଥିପାଇଁ ଛଅଟି ପ୍ଲଟକୁ ପ୍ରଶାସନ ମାଟିତୋଟାରେ ଚିହ୍ନଟ କରିଛି । ଯାତ୍ରୀ ନିବାସର ଡିଜାଇନ ପ୍ରସ୍ତୁତ କରିବାକୁ ଅଭିଜ୍ଞ ସ୍ଥପତିଙ୍କ ଠାରୁ ଡିଜାଇନ ଏବଂ ଲେଆଉଟ୍ ଆହ୍ୱାନ କରାଯାଇଛି । ଆସନ୍ତା ଜୁନ୍ ମାସ ସୁଦ୍ଧା ଏହି ଯାତ୍ରୀନିବାସରେ ଭକ୍ତଙ୍କୁ ସେବା ପ୍ରଦାନ କରିବାକୁ ପ୍ରଶାସନ ଗତକାଲି ଠାରୁ ପ୍ରସ୍ତୁତି ଆରମ୍ଭ କରିଛି ।
ଗତ ନଭେମ୍ବର ୪ ତାରିଖରେ ସୁପ୍ରିମକୋର୍ଟ ଆଦେଶରେ ସୂଚନା ଦେଇଛନ୍ତି ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ପ୍ରତ୍ୟହ ୬୦ ହଜାରରୁ ଅଧିକ ଦର୍ଶନାର୍ଥୀ ପୁରୀ ଆସୁଛନ୍ତି । ସେମାନଙ୍କ ରାତି ରହଣି ତଥା ରହିବା ପାଇଁ ସ୍ୱତନ୍ତ୍ର ଆବାସିକ ସୁବିଧା ପ୍ରଶାସନିକ ଉଦ୍ୟମରେ ହୋଇନାହିଁ । ଅନ୍ତତଃ ୬୦ ହଜାର ଦର୍ଶନାର୍ଥୀଙ୍କ ପାଇଁ ଏକ ପୁରୀରେ ଏକ ଯାତ୍ରୀ ନିବାସ ନିର୍ମାଣ କରିବାକୁ ସୁପି୍ରମକୋର୍ଟ ତାଙ୍କ ମଧ୍ୟବର୍ତ୍ତିକାଳୀନ ରାୟରେ ନିଦେ୍ର୍ଧଶ ଦେଇଛନ୍ତି ।
ଏହି ଆଦେଶ ଉପରେ କ’ଣ କାର୍ଯ୍ୟାନୁÂାନ ହୋଇଛି ତାହାର ତଥ୍ୟ ସତ୍ୟପାଠ ଜାରିଆରେ ଆଗାମୀ ଶୁଣାଣୀ ତାରିଖ ପୂର୍ବରୁ ସୁପ୍ରିମକୋର୍ଟଙ୍କୁ ଅବଗତ କରାଇବାକୁ ଅଦାଲତ ନିଦେ୍ର୍ଧଶ ଦେଇଛନ୍ତି । ୨୦୨୦ ଜାନୁଆରି ୮ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ତାରିଖ ରହିଛି । ଏହି ପରିପ୍ରେକ୍ଷୀରେ ଶ୍ରୀମନ୍ଦିର ପ୍ରଶାସନ ଡିସେମ୍ବର ୨୦ ତାରିଖରେ ପରିଚାଳନା କମିଟିକୁ ଅବଗତ କରାଇଛି । ଏହା ପରେ ଯାତ୍ରୀ ନିର୍ବାସ ନିର୍ମାଣ କରିବାକୁ ପ୍ରସ୍ତୁତି ପ୍ରକି୍ରୟା ଆରମ୍ଭ ହୋଇଛି । ବୈଠକରେ ଏହି ପ୍ରସଙ୍ଗରେ ଆଲୋଚନା ଉପରେ ଅନ୍ତତଃ ଏକ ହଜାର ରୁମ୍ ବିଶିଷ୍ଟ ଯାତ୍ରୀ ନିବାସ ନିର୍ମାଣ କରିବାକୁ ପରିଚାଳନା କମିଟି ନିଷ୍ପତ୍ତି ନେଇଛି ।
ପରିଚାଳନା କମିଟିର ନିଷ୍ପତ୍ତି ମୁତାବକ ପୁରୀ ସହର ମାଟିତୋଟା ମୌଜାରେ ଏହି ଯାତ୍ରୀନିବାସ ନିର୍ମାଣ କରିବାକୁ ଜମି ଚିହ୍ନଟ ହୋଇଛି । ମାଟିତୋଟା ମୌଜାର ଛଅଟି ପ୍ଳଟକୁ ଏହି ଯାତ୍ରୀ ନିବାସ ପାଇଁ ଚିହ୍ନଟ କରାଯାଇଥିବା ସମ୍ପର୍କରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କି୍ରଷନ କୁମାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଆସନ୍ତା ଜାନୁଆରି ମାସ ଶେଷ ସୁଦ୍ଧା ପ୍ରସ୍ତାବିତ ଯାତ୍ରୀ ନିବାସର ଡିଜାଇନ ପ୍ରସ୍ତୁତ ହେବା ନେଇ ପ୍ରଶାସନ ଆଶା ରଖିଛି । ଡିଜାଇନ ଚୂଡାନ୍ତ ହେବା ପରେ ଜୁନ୍ ମାସ ସୁଦ୍ଧା ଯାତ୍ରୀନିବାସର କିଛି ପ୍ରକୋÂ ନିର୍ମାଣ ଶେଷ କରିବାକୁ ମଧ୍ୟ ପ୍ରଶାସନ ପ୍ରସ୍ତୁତି ଚଳାଇଥିବାର ଖବର ମିଳିଛି ।


Comments are closed, but trackbacks and pingbacks are open.