ନିଲମ୍ୱିତ ହେଲେ ପୁଲିସ ଏସ୍ଆଇ

Get real time updates directly on you device, subscribe now.

ନାଉଗାଁ,(ବି.ବି.ନୁ୍ୟଜ୍): ନାଉଗାଁ ଥାନାରେ କାର୍ଯ୍ୟରତ ଏସ୍ଆଇ ବିବେକାନନ୍ଦ ସାହୁ ଖୁଲମ୍ ଖୁଲା ଭାବେ ଖାକି ପୋଷାକ ପିନ୍ଧି ପୁଲିସ ବ୍ୟାରେକରେ ବସି ମଦ୍ୟପାନ କରିବା ସହିତ ଚୋରା ମଦ ବେପାରୀଙ୍କ ସହ ସଂପର୍କ ରଖି ମଦ ଓ ମାଂସ ଆଦି ମାଗିବା ଅଡିଓ ଏବଂ ଫଟୋ ଭାଇରାଲ୍ ଏବେ ମହଙ୍ଗା ପଡ଼ିିଛି । ସୋସିଆଲ ମିଡିଆରେ ମଙ୍ଗଳବାର ଦିନ ଭାଇରାଲ୍ ହୋଇଥିଲା । କାର୍ଯ୍ୟରତ ପୁଲିସ ଅଫିସରଙ୍କର ଉକ୍ତ ଫଟୋ ଭାଇରାଲ ହେବା ପରେ ଜିଲା ଆରକ୍ଷୀ ଅଧୀକ୍ଷକ ପ୍ରକାଶ ଆରଙ୍କ ନିଦେ୍ର୍ଧଶକ୍ରମେ ଏସ୍ଡିପିଓ ପ୍ରିୟ ରଂଜନ ମିଶ୍ର ତଦନ୍ତ କରିବା ପାଇଁ ବୁଧବାର ନାଉଗାଁ ଥାନାରେ ପହଞ୍ଚିଥିଲେ ଏହାର ତଦନ୍ତ କରିଥିଲେ । ଏହି ରିପୋର୍ଟ ଆଧାରରେ ଆରକ୍ଷୀ ଅଧିକ୍ଷକଙ୍କ ନିଦେ୍ର୍ଧଶ ଅନୁସାରେ ସମ୍ପୃକ୍ତ ଏସ୍ଆଇ ବିବେକାନନ୍ଦ ସାହୁଙ୍କୁ ବୁଧବାର ଦିନ ଚାକିରିରୁ ନିଲମ୍ୱନ କରାଯାଇଥିବା ଜଣାପଡ଼ିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons