ନିଶାମୁକ୍ତ ସମାଜ ଗଠନ ଲକ୍ଷ୍ୟ

Get real time updates directly on you device, subscribe now.

ମାଲକାନଗିରି: ମାଲକାନଗିରି ଜିଲ୍ଲା ହସ୍ପିଟାଲ୍ ପରିସରରେ ବିଶ୍ୱ ତମାଖୁ ବର୍ଜନ ଦିବସରେ ଶୁଭାରମ୍ଭ ହୋଇଛି ସଚେତନତା ରଥ । ନିଶାମୁକ୍ତ ସମାଜ ଗଠନ ନେଇ ଏହି ରଥକୁ ଜିଲ୍ଲା ମୁଖ୍ୟସ୍ୱାସ୍ଥ୍ୟ ଅଧିକାରୀ ପ୍ରଫୁଲ୍ଲ କୁମାର ନନ୍ଦ ସବୁଜ ପତାକା ଦେଖାଇ ଉଦ୍ଘାଟନ କରିଛନ୍ତି । ଜିଲ୍ଲା ଅତିରିକ୍ତ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଅନୀଲ କୁମାର ମିଶ୍ର, ଏଡିଏମ୍ଓ ମେଡିକାଲ ଡାକ୍ତର ଶିବପ୍ରସାଦ ମହାରଣା, ଡାକ୍ତର ସନ୍ଧ୍ୟାରାଣୀ ପ;ନାୟକ, ଡିପିଏମ୍ଓ ବନବିହାରୀ ମିଶ୍ର, ଏଡିପିଏଚ୍ଓ ଚିତ୍ତରଞ୍ଜନ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ । ଗଳା ଓ ମୂଖ ଗହ୍ୱର କର୍ଟକ ରୋଗର ଭୟାବହତା ସମ୍ପର୍କରେ କହିଥିଲେ । ଏହି ସଚେତନତା ରଥ ଜିଲ୍ଲାର ୭ଟି ବ୍ଲକ୍ ପରିକ୍ରମା କରିବ । ହସ୍ପିଟାଲ୍ ସୁପରିଟେଣ୍ଡେଣ୍ଟ୍ ଡାକ୍ତର ଭୋଳ, ମେଡିକାଲ ମ୍ୟାନେଜର ଶଶାଙ୍କ ଶେଖର ପିଣ୍ଡ୍ରିତ୍ରା, ଚେମାଲି ମଣ୍ଡଳ, ବରିÂ ଷ୍ଟାଫ୍ ନର୍ସ ସଞ୍ଜୁକ୍ତା ସେଠା, ରୁକ୍ମଣୀ ନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

ରିପୋର୍ଟ: ସତ୍ୟ ପ୍ରକାଶ ସାମଲ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons