କୋରାପୁଟ: ପ୍ରତିଷ୍ଠିତ ସାହିତ୍ୟିକ ଅନୁଷ୍ଠାନ ନିଶିଗନ୍ଧା ସାହିତ୍ୟ ସଂସଦ ତରଫରୁ ଆଜି ଅପରାହ୍ଣ ୪ ଘଟିକା ସମୟରେ ନିଶିଗନ୍ଧା ସାହିତ୍ୟ ସଂସଦର ସ୍ଵନକ୍ଷତ୍ର ଦିବସ ତଥା ଜନ୍ମ ଦିବସ ଅବସରରେ ଗୁଗୁଲ ମିଟ ମାଧ୍ୟମରେ ଦକ୍ଷିଣାଞ୍ଚଳ ଜୋନ ପକ୍ଷରୁ ଏକ ଅଭାସୀ କବିତା ଆସର ଅନୁଷ୍ଠିତ ହୋଇଯାଇଅଛି କ୍ଷଏହି ସଭାରେ ନିଶିଗନ୍ଧକ୍ଷର ସଭାପତି ଡ଼.ରଜନୀ ରଞ୍ଜନ ଦାସଙ୍କ ପୌରାହିତ୍ୟରେ ମୁଖ୍ୟ ଅତିଥି ଭାବରେ ଓଡିଶା ସାହିତ୍ୟ ଏକାଡେମୀର ସଦସ୍ୟ ବିଚିତ୍ରାନନ୍ଦ ଵେବର୍ତ୍ତା ଯୋଗଦାନ କରି ସ୍ଵୀୟ ବକ୍ତବ୍ୟରେ ସଂକ୍ରାନ୍ତି ପୁରୁଷ ବ୍ୟାସକବି ଫକୀର ମୋହନ ସେନାପତିଙ୍କ ସାହିତ୍ୟ ହିଁ ନିଶ୍ଚିତ ଭାବରେ ଆମକୁ ଓଡ଼ିଆ ସାହିତ୍ୟ ପ୍ରତି ଅନୁରାଗ ସୃଷ୍ଟିରେ ପ୍ରମୁଖ ଭୂମିକା ନିର୍ବାହ କରିପାରିଛି ବୋଲି ଦୃଢ଼ ମତପୋଷଣ କରିଥିଲେ ।ମୁଖ୍ୟବକ୍ତା ଭାବରେ ପ୍ରଖ୍ୟାତ ସାମାଜିଜ କର୍ମୀ,ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଦସ୍ୟ ତଥା ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ, ବିଶିଷ୍ଟ କବି ବାହାଦୁର ପାଟସାହାଣୀ ଯୋଗଦାନ କରି ସ୍ଵୀୟ ବକ୍ତବ୍ୟରେ ପ୍ରକୃତି, ଜୀବ ଜଗତ ଓ ଈଶ୍ୱର ଏହି ତିନୋଟି ବିଷୟବସ୍ତୁ ହିଁ ସାହିତ୍ୟର ବାର୍ତ୍ତା ବହନ କରିଥାଏ ତେଣୁ,ସାହିତ୍ୟ ହିଁ ସାମାଜିକ ପରିବର୍ତ୍ତନର ସୂତ୍ରଧର ବୋଲି ଦୃଢ଼ ମତପୋଷଣ କରିଥିଲେ।ସେ ତାଙ୍କର ଏକ ସୁନ୍ଦର କବିତାର ସୁମଧୁର ଆବୃତ୍ତି କରି ସମସ୍ତଙ୍କୁ ସ୍ତମ୍ଭିଭୂତ କରି ଦେଇଥିଲେ। ସମ୍ମାନିତ ଅତିଥି ଭାବରେ ନିଶିଗନ୍ଧାର ପ୍ରତିଷ୍ଠାତା ବଳରାମ ତରାଇ, ନିଶିଗନ୍ଧାର ଉପସଭାପତି ଚିତ୍ତରଞ୍ଜନ ନନ୍ଦ, ପଥପ୍ରଦର୍ଶକ ପଦ୍ମନାଭ ତ୍ରିପାଠୀ,ସମ୍ପାଦିକା ସରସ୍ବତୀ ନାୟକ,ପୃଷ୍ଟପୋଷକ କରୁଣାକର ମଲ୍ଲିକ,ରାଜ୍ୟ ସଂଯୋଜକ ଯୁଧିଷ୍ଠିର ମୁଦୁଲି ,ଶିକ୍ଷକ ତଥା ଓଡିଶା ସାହିତ୍ୟ ଏକାଡେମୀର ସଦସ୍ୟ ସଂଗ୍ରାମ କେଶରୀ ପୃଷ୍ଟି, ନିଶିଗନ୍ଧାର ପୃଷ୍ଠପୋଷକ କରୁଣାକର ମଲ୍ଲିକ,ନିଶିଗନ୍ଧା ପର୍ୟ୍ୟବେକ୍ଷକ ଡା. ଦେବୀ ପ୍ରସାଦ ମିଶ୍ର ପ୍ରମୁଖ ଅନ୍ୟତମ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରି ନିଶିଗନ୍ଧାର ସାହିତ୍ୟ,ସମାଜ ସେବା,ସମ୍ବାଦ ପରିବେଷଣ ଆଦିର ସାମାଜିକ ଅଙ୍ଗିକାରବଦ୍ଧତା, ୱେବସାଇଟ, ରେଡ଼ିଓ ମାଧ୍ୟମରେ ଏହାର ପ୍ରଚାର ପ୍ରସାର ଅଭିନବ ପ୍ରୟାସର ଭୁୟସୀ ପ୍ରଶଂସା କରିବା ସଙ୍ଗେ ସଙ୍ଗେ ନିଶିଗନ୍ଧା ପରିବାରର ବିଶ୍ଵବ୍ୟାପକତା ଅଵଶ୍ୟମ୍ଭାବି ବୋଲି ଦୃଢ଼ ମତପୋଷଣ କରିଥିଲେ।ସମସ୍ତ ଅତିଥି ମାନେ ମଧ୍ୟ ନିଶିଗନ୍ଧା,ମହାନ ଅନନ୍ୟ ଗଣ ପର୍ବ ରଜ ଓ ବ୍ୟାସକବି ଫକୀରମୋହନଙ୍କ ସମ୍ପର୍କରେ ସୁନ୍ଦର, ଭାବପୂର୍ଣ୍ଣ,ସ୍ୱରଚିତ କବିତା ଆବୃତ୍ତି କରି କବିତା ପାଠ ପର୍ବକୁ ଆହୁରି ପ୍ରାଣବନ୍ତ କରିପାରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅବସରପ୍ରାପ୍ତ ଶିକ୍ଷକ ନିରୋଦ ଜେନା,ଅବସରପ୍ରାପ୍ତ ଶିକ୍ଷକ ତଥା ଆକାଶବାଣୀ ଏବଂ ଦୂରଦର୍ଶନର ବି.ଗ୍ରେଡ଼ କଣ୍ଠଶିଳ୍ପୀ ଗଗନ ବିହାରୀ ସ୍ୱାଇଁ,ମାଁ ମଙ୍ଗଳା ସାହିତ୍ୟ ସେବା ସଂସ୍କାର ସଭାପତି ଏନ.ଏନ.ଜଗଦେବ,ରାଜ୍ୟ ସହ ସଂଯୋଜକ ତଥା କବି ତ୍ରିନାଥ ପଟ୍ଟନାୟକ ଏହି କାର୍ୟ୍ୟକ୍ରମରେ ଯୋଗଦାନକରି ସ୍ଵୀୟ ବକ୍ତବ୍ୟ ଉପସ୍ଥାପନ କରିଥିଲେ।କାର୍ୟ୍ୟକ୍ରମ ପ୍ରାରମ୍ଭରେ ସର୍ବପ୍ରଥମେ ପଣ୍ଡିତ ନାରାୟଣ ରଥ ଏକ ଭକ୍ତି ସଂଗୀତ ପରିବେଷଣ କରିଥିଲେ।ଆଲୋଚନାରେ କାର୍ୟ୍ୟକାରୀ ସମ୍ପାଦକ ଗୋଦାବରୀଶ ଦାସ ଅତିଥି ପରିଚୟ ଓ ସ୍ବାଗତଭାଷଣ ପ୍ରଦାନ କରି ନିଶିଗନ୍ଧାର ଲକ୍ଷ୍ୟ ଓ ଆଦର୍ଶ ସମ୍ପର୍କରେ ସବିଶେଷ ସୂଚନା ପ୍ରଦାନ କରିଥିଲେ।ସହ ସମ୍ପାଦକ ଜମ୍ବେଶ୍ୱର ଦଳାଇ ଏବଂ ମୁଖପାତ୍ର ଜ୍ୟୋତିରଞ୍ଜନ ଦାସ ସଠିକ କାର୍ୟ୍ୟକ୍ରମ ପରିଚାଳନା ସହ ସୁନ୍ଦର କବିତା ସଂଯୋଜନା କରିଥିଲେ।ଏହି ପରିପ୍ରେକ୍ଷୀରେ ନିଶିଗନ୍ଧା ଭାଷା ସାହିତ୍ୟ ସଂସଦ ଦକ୍ଷିଣାଞ୍ଚଳ ଜୋନ ପକ୍ଷରୁ ଏକ କବିତା ଆସର “ନିଶିଗନ୍ଧା ମଧୁକ୍ଷରା “ଅନୁଷ୍ଠିତ ହୋଇଥିଲା କ୍ଷ ଏହି କବିତା ଆସରରେ କବି ରଙ୍କନିଧି ସେଠି,ସୀମନ୍ତ କୁମାର ନନ୍ଦ, ଦକ୍ଷିଣାଞ୍ଚଳର ସଭାପତି ସୁରମା ଦାସ,ତ୍ରିନାଥ ପଟ୍ଟନାୟକ,ସମ୍ପାଦିକା ସରସ୍ବତୀ ନାୟକ,ରତିନାରାୟଣ ରାଉତ,ମମତା ସାହୁ,ସ୍ନେହା ମିଶ୍ର,ସନ୍ତୋଷ କୁମାର ସାହୁ, ମଧୁସୂଦନ ମିଶ୍ର,ଭାସ୍କର ପ୍ରଧାନ,ନିରଞ୍ଜନ ଜେନା, ରମେଶ ଚନ୍ଦ୍ର ମିଶ୍ର,ଲଳିତ ନାରାୟଣ ମହାପାତ୍ର, କାଳିଚରଣ ମନ୍ତ୍ରୀ,ଅମୁଲ୍ୟ ନାୟକ,ସୂର୍ୟ୍ୟ ନାରାୟଣ ସାହୁ,ତପନ ସ୍ୱାଇଁ,ଗୌରହରି ସାହୁ ପ୍ରମୁଖ ପ୍ରାୟ ଅର୍ଦ୍ଧ ଶତକରୁ ଉର୍ଦ୍ଧ୍ବ କବି ଏବଂ କବୟିତ୍ରୀ ବିଶ୍ୱର ବିଭିନ୍ନ ପ୍ରାନ୍ତରୁ ଯୋଗ ଦେଇ ନିଜ ନିଜ କବିତା ଆବୃତ୍ତି କରି ବେଶ ଖୁସି ଅନୁଭବ କରିବା ସଂଗେ ସଂଗେ ପରିବେଶକୁ କବିତାର ମଧୁକ୍ଷରଣ କରି ସଜ୍ଜନ ମଣ୍ଡଳୀଙ୍କୁ ଏହାର ରସ ଅସ୍ଵାଦନ କରାଇ ଆନନ୍ଦ ପ୍ରଦାନ କରିପାରିଥିଲେ। ପରିଶେଷରେ ସାହିତ୍ୟ ସଂସଦର ସହ ସଂଯୋଜକ କବି ତ୍ରିନାଥ ପଟ୍ଟନାୟକ ସମସ୍ତ ଅତିଥି,କର୍ମକର୍ତ୍ତା,କବି, କବୟିତ୍ରୀ,ନିଶିଗନ୍ଧା ପରିବାରର ସମସ୍ତ ସଦସ୍ୟା,ସଦସ୍ୟ ତଥା ଅଂଶଗ୍ରହଣକାରୀମାନଙ୍କୁ ଧନ୍ୟବାଦ ଅର୍ପଣ କରିବା ପରେ ସଭାପତି ମହୋଦୟ ସଭାର ପରିସମାପ୍ତି ଘୋଷଣା କରିଥିଲେ ।
ରିପୋର୍ଟ: ସତ୍ୟ ନାରାୟଣ ସାହୁ
Comments are closed, but trackbacks and pingbacks are open.