କେନ୍ଦ୍ରାପଡ଼ା,(ବି.ବି.ନୁ୍ୟଜ୍): ଉପକୂଳ ଅଞ୍ଚଳକ୍ରମଶଃ ଅସୁରକ୍ଷିତ ହୋଇପଡ଼ିଲାଶି । ହେନ୍ତାଳ ବଣ ଜଗିବାକୁ ଥିବା ଅଧିକାରୀଙ୍କ ଡୁ୍ୟଟିରେ ଢିଲା, କଙ୍କଡ଼ାଧରାଳିଙ୍କ ନିଷଦ୍ଧାଞ୍ଚଳରେ ବାରମ୍ୱାର ପ୍ରବେଶ, ବନବିଭାଗ ଏଥିପ୍ରତି ଦୃଷ୍ଟି ନଦେବା ଦ୍ୱାରା କ୍ରମଶଃ ମହାକାଳପଡ଼ା ବ୍ଲକର ଉପକୂଳ ଅଞ୍ଚଳ ଯେଉଠାରେ ପାଦ ଥାପିଲେ ବନ ବିଭାଗ ଆଇନ ଫାଶରେ ମଣି ଷପଡ଼ିବା କଥା ସେଇ ଅଞ୍ଚଳରେ ଏବେ କଙ୍କଡ଼ା ର୍ୟାେକେଟ୍ ଚାଲାଣକାରୀଙ୍କ ଦୌରାତ୍ମ୍୍ୟ ବଢ଼ିବଢ଼ି ଚାଲିଛି । କଙ୍କଡ଼ାଧରାଳିଙ୍କୁ ନିଶାନା କରି ଏଇ କଙ୍କଡ଼ା ଚାଳାଣ କାରୀମାନେ ସରକାର ନିୟମକୁ ଖୁଲମଖୁଲା ଖିଲାପ କରି ରାତାରାତି ଲକ୍ଷପତି ହେବା ନିଶାରେ ରାଜୁତି କରିବା ନେଇ ବାରମ୍ୱାର ଅଭିଯୋଗ ହୋଇଆସୁଛି । କଙ୍କଡ଼ା ଧରାଳିଙ୍କ ପ୍ରତି ବନବିଭାଗ କଠୋର ଆଭିମୁଖ୍ୟ ଗ୍ରହଣ କରୁଛି ନା କଙ୍କଡ଼ା ଚାଲାଣକାରୀଙ୍କ ପ୍ରତି ଦଣ୍ଡବିଧାନ ହୋଇପାରୁଛି? ଏବେ ଦାଣ୍ଡରେ, ହାଟରେ, ରାସ୍ତାରେ ସାମୁଦ୍ରିକ ଜୀବ କଙ୍କଡ଼ା ଅବାଧରେ ବିକ୍ରି ଚାଲିଛି । ଯାହାକୁ ବନ ବିଭାଗର ଅଧିକାରୀମାନେ ଦେଖିଲେ ମଧ୍ୟ ମୁହଁ ଆଡେ଼ଇ ଚାଲିଯାଉଥିବା ନେଇ ଆଲୋଚନା ହେଉଛି ।
ଏକ ଅନୁଧ୍ୟାନରୁ ଜଣାପଡ଼ିଛି, ମହାକାଳପଡ଼ା ବ୍ଲକ ସମୁଦ୍ର କୂଳେକୂଳେ ହେନ୍ତାଳ ଜଙ୍ଗଲ ସରକାରୀ ଅର୍ଥରେ ତିଆରି କରାଯାଇଛି । ଭିତରକନିକା ଅଭୟରଣ୍ୟ ଅଞ୍ଚଳରୁ ମଧ୍ୟ ମହାକାଳପଡ଼ା ଅଞ୍ଚଳକୁ ଲମ୍ୱିଛି । ଗହିରମଥା ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳରେ ଯେଉଁ ଜାଗାକୁ ପ୍ରବେଶ କଲେ ଜଣେ ବ୍ୟକ୍ତି ଆଇନ ଜାଲ ଫାଶରେ ବାନ୍ଧି ହୋଇଥାଏ ସେସବୁ ଅଞ୍ଚଳ ହେଲା ହୁକିଟୋଲା, ଲଞ୍ଚଗୋଲା, ମାଦେଳିମୁହାଣ, ବତୀଘର ଇତ୍ୟାଦି । ଲଞ୍ଚଗୋଲାରେ ମହାକାଳପଡ଼ା ଅଞ୍ଚଳର କିଛି ଲୋକ ଅସ୍ଥାୟୀ ତମ୍ୱୁ ତିଆର କରନ୍ତି । ଏପରିକି ପିଲାଛୁଆ ମାନେ ଏଠାରେ ତାଙ୍କ ସାଙ୍ଗରେ । ଚଳିବାକୁ ରାସନ ବି ନେଇଥାଆନ୍ତି । କଙ୍କଡ଼ା ଧରାଳିମାନେ ଅତି ନିଃସଙ୍କୋଚ ଭାବେ ଏସବୁ ଅଞ୍ଚଳରୁ କଙ୍କଡ଼ା ଧରି ଏକ ନିର୍ଦ୍ଧିଷ୍ଟ ଜାଗାରେ ଗୁଡ଼ାଇ ରଖି ୪ରୁ ୫ ଦିନ ପରେ ପୁଣି ଘରକୁ ଫେରନ୍ତି । ନଦୀକୂଳରେ ଅପେକ୍ଷା କରିଥାଏ ସର୍ଦ୍ଧାର । କଙ୍କଡ଼ା ଓଜନକରି ସର୍ଦ୍ଧାର ନେଇଯିବା ପରେ ଡିଙ୍ଗି ବାବଦ ଭଡ଼ା ଓ ରାସନ ସାମଗ୍ରୀ ବାବଦ ଖର୍ଚ୍ଚ କାଟ ଯିବା ପରେ ହାତଟେକା କରି ଏ ଗରିବ, ମୂଲିଆ ଶ୍ରେଣୀର ଲୋକମାନେ ପଇସା ନେଇ ପରିବାର ଗୁଜୁରାଣ ମେଣ୍ଟାଇଥାଆନ୍ତି । ଅନ୍ୟପକ୍ଷରେ କଙ୍କଡ଼ା ଚାଲାଣ କରି ସର୍ଦ୍ଧାର ମୁଣାକୁ ଆସିଥାଏ ପୁଳାପୁଳା ଟଙ୍କା । ପାରାଦୀପ, ରାଉରକେଲା, କଟକ, ଭୁବନେଶ୍ୱର ଭଳି ବଡ଼ବଡ଼ ସହରରେ ବସ୍ ଯୋଗେ କଙ୍କଡ଼ା ପହଞ୍ଚାଇ ଦିଆଯାଏ । ଏହି ପ୍ରକ୍ରିୟା ଦୀର୍ଘବର୍ଷ ହେଲା ଚାଲୁ ରହିଥିଲେ ମଧ୍ୟ କେମିତି ବନ ବିଭାଗର ଅଧିକାରୀଙ୍କ ଦୃଷ୍ଟି ପଡୁନି । ଖାଲି ସେତିକି ନୁହେଁ ଏକ ସାମୁଦ୍ରିକ ଜୀବ ହୋଇଥିବାରୁ ଏହାକୁ ଧରିବା ଆଇନ ବିରୋଧୀ । ପୁଣି ଖୁଲମଖୁଲ ବଜାରରେ ବିକ୍ରି କରୁଥିବା ବ୍ୟକ୍ତିଙ୍କ ବିରୋଧରେ କୌଣସି ଠୋସ୍ ପଦକ୍ଷେପ ନିଆଯାଉନି । ଖରିନାସୀ, ରାମନଗର, ଜମ୍ୱୁ ଓ ପାରାଦୀପଠାରୁ ଯାଉଥିବା ବସ୍ ଯୋଗେ ଏହି ଧରଣର କଙ୍କଡ଼ାଗୁଡ଼ିକ କିଲୋଗ୍ରାମ ପିଛା ପାଖାପାଖି ୪୦୦ରୁ ୫୦୦ ଟଙ୍କା ଦରରେ ବିକ୍ରି ହୁଏ । ପଞ୍ଚତାରକା ହୋଟେଲ ଗୁଡ଼ିକରେ ଏହାର ଚାହିଦା କାହିଁରେ କେତେ । ସ୍ଥାୟୀ ପାଖରୁ ଆରମ୍ଭ କରି ଅସ୍ଥାୟୀ ଓ ଠିକା କର୍ମଚାରୀମାନେ ଜଙ୍ଗଲ ଜଗୁଛନ୍ତି ବୋଲି ସରକାରୀ ତହବିଲରୁ ଦରମା ନେଉଛନ୍ତି । ତେବେ ଏମାନେ କେମିତି ଜଙ୍ଗଲ ଜଗୁଛନ୍ତି, କେମିତି କଙ୍କଡ଼ା ଖୁଲମଖୁଲା ରାମନଗର, ଖରିନାସୀ, ଛପାଲିଗଡ଼ା, ଖଳା, ଜମ୍ୱୁହାଟ, ଜଗତଜୋର ହାଟରେ ବିକ୍ରି ହେଉଛି? ଜମ୍ୱୁ, ଖରିନାସୀ, ବତୀଘର ଅଞ୍ଚଳରେ ଫରେଷ୍ଟ ବିଟ୍ ଥିଲେ ମଧ୍ୟ ଫରେଷ୍ଟରମାନେ କେମିତି ଏଥିପ୍ରତି ଆଖି ବୁଜି ଦେଇଛନ୍ତି । ପ୍ରକାଶ ଥାଉ ପ୍ରାୟ ୪ ମାସ ତଳେ ନିଷିଦ୍ଧାଞ୍ଚଳରେ ପଶି କଙ୍କଡ଼ା ଧରୁଥିବା ଅବସ୍ଥାରେ ୨ ଜଣ କଙ୍କଡ଼ା ଧରାଳି ମଇଁଷି ଆକ୍ରମଣରେ ଗୁରୁତର ଆହତ ହୋଇ କଟକ ବଡ଼ ମେଡିକାଲ୍ରେ ଚିକିତ୍ସିତ ହୋଇଥିଲେ । ଉକ୍ତ ଘଟଣାକୁ ଆଧାର କରି ବନ ବିଭାଗ ତଦନ୍ତ କରିତାଆନ୍ତା ତେବେ କଙ୍କଡ଼ା ଚାଲାଣକାରୀ ସର୍ଦ୍ଧାରଙ୍କ ନିକଟରେହୁଏତ ପହଞ୍ଚି ପାରିଥାଆନ୍ତା । କେନ୍ଦ୍ରାପଡ଼ା ଡିଏଫ୍ଓ ବିକାଶ ରଞ୍ଜନ ଦାସଙ୍କୁ ପଚାରିବାରୁ କହିଥିଲେ, ଆମେ ଏଥିପ୍ରତି ଦୃଷ୍ଟି ଦେଉଛୁ । ଏ ଦିଗରେ ଖୁବ୍ଶୀଘ୍ର ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ ସୂଚନା ଦେଇଛନ୍ତି ।
Comments are closed, but trackbacks and pingbacks are open.