ନୂଆଦିଲ୍ଲୀ: ଘାତକ କରୋନା ଭୂତାଣୁ ସରକାରଙ୍କ ଥିଙ୍କ୍ଟ୍ୟାଙ୍କ୍ ନୀତି ଆୟୋଗର ଦ୍ୱାରଦେଶରେ ପହଞ୍ଚି ଯାଇଛି । ଆୟୋଗ କାର୍ଯ୍ୟାଳୟର ଜଣେ ଅଧିକାରୀ ମଙ୍ଗଳବାର କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାପରେ ନୀତି ଆୟୋଗ ଭବନକୁ ୪୮ ଘଣ୍ଟା ପାଇଁ ସିଲ୍ କରିଦିଆଯାଇଛି । ଏଥିସହ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଦ୍ୱାରା ଜାରି କରାଯାଇଥିବା ସମସ୍ତ ମାର୍ଗଦର୍ଶିକା ମଧ୍ୟ ଏଠାରେ କଡ଼ାକଡ଼ି ଭାବେ ପାଳନ କରାଯାଉଛି । ନୀତି ଆୟୋଗ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ମଙ୍ଗଳବାର ସକାଳେ ଏ ନେଇ ଅବଗତ କରିଛି ।
ନୀତି ଆୟୋଗର ଜଣେ ବରିÂ ଅଧିକାରୀ କହିଛନ୍ତି, ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଗାଇଡ୍ଲାଇନ୍ ଅନୁସାରେ ସମସ୍ତ ପ୍ରୋଟୋକଲ ପାଳନ କରାଯାଉଛି । ପୂରା ଭବନକୁ ସାନିଟାଇଜ୍ କରାଯାଉଛି । ପଜିଟିଭ୍ ଚିହ୍ନଟ ହୋଇଥିବା କର୍ମଚାରୀଙ୍କ ସଂସ୍ପର୍ଶରେ ଆସିଥିବା କର୍ମଚାରୀ ଏବଂ ଅନ୍ୟମାନଙ୍କୁ ସେଲ୍ଫ କ୍ୱାରେଣ୍ଟାଇନ ପାଇଁ କୁହାଯାଇଛି । ମଙ୍ଗଳବାର ସକାଳ ୯ଟା ବେଳେ କର୍ମଚାରୀ ଜଣକ ପଜିଟିଭ୍ ଚିହ୍ନଟ ହୋଇଥିଲେ । ଆଗାମୀ ୨-୩ ଦିନ ପାଇଁ ନୀତି ଆୟୋଗ କାର୍ଯ୍ୟାଳୟ ସିଲ୍ ରହିବ । ଉଲ୍ଲେଖଯୋଗ୍ୟ, ଏହା ପୂର୍ବରୁ ଜଣେ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଏହାର ନୂଆଦିଲ୍ଲୀ ଅନ୍ତର୍ଗତ ଜୋରବାଗସ୍ଥିତ ରାଜୀବ ଭବନ ମୁଖ୍ୟ କାର୍ଯ୍ୟାଳୟକୁ ସିଲ କରିଦେଇଥିଲା । କେନ୍ଦ୍ରୀୟ ମନ୍ତ୍ରାଳୟରେ ଏହା ପ୍ରଥମ କରୋନା ମାମଲା ଥିଲା । ସୋମବାର ଏହି କାର୍ଯ୍ୟାଳୟ ପୁନଃ ଖୋଲାଯାଇଛି ।
Comments are closed, but trackbacks and pingbacks are open.