ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କରୋନା ମୁକାବିଲା ପାଇଁ ଅଣ୍ଟା ଭିଡିଛନ୍ତି । ସେ କହିଛନ୍ତି ତାଙ୍କ ରାଜ୍ୟରେ ଏପର୍ଯ୍ୟନ୍ତ ଗୋଟିଏ ହେଲେ କରୋନା ସଂକ୍ରମଣ ମାମଲା ସାମ୍ନାକୁ ଆସି ନାହିଁ । କିନ୍ତୁ ଯେଉଁମାନେ କରୋନା ଆକ୍ରାନ୍ତ ହେବେ ସେମାନେ ସମ୍ପୂର୍ଣ୍ଣ ସୁସ୍ଥ ହେବା ପର୍ଯ୍ୟନ୍ତ ସମସ୍ତ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ । ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଏହି ସହାୟତା ପ୍ରଦାନ କରାଯିବ । ସେହିଭଳି କରୋନାରେ ଯଦି କୌଣସି ବ୍ୟକ୍ତିଙ୍କର ମୃତୁ୍ୟ ଘଟିବ ତେବେ ରାଜ୍ୟ ସରକାର ତାଙ୍କ ପରିବାରକୁ ୪ଲକ୍ଷ ଟଙ୍କାର ଅନୁକମ୍ପା ସହାୟତା ଦେବେ । ବିଧାନସଭାରେ କରୋନା ମୁକାବିଲା ପାଇଁ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ସେ କହିଲେ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ସବୁ ଶିକ୍ଷାନୁÂାନକୁ ବନ୍ଦ କରାଯାଇଛି । ସେହିଭଳି ସିନେମା ହଲ୍ ଓ ପାର୍କ ମଧ୍ୟ ବନ୍ଦ ରହିଛି । ସନ୍ଦିଗ୍ଧ ଲୋକଙ୍କୁ ରଖିବା ପାଇଁ ସରକାର ସ୍ୱତନ୍ତ୍ର କ୍ୱାରେଣ୍ଟାଇନ ସେଣ୍ଟର ଖୋଲିଛନ୍ତି । ସେଠାରେ ରହୁଥିବା ସନ୍ଦିଗ୍ଧ ବ୍ୟକ୍ତିଙ୍କ ରହିବା, ଖାଇବା ଓ ଚିକିତ୍ସା ଆଦି ସବୁ ଖର୍ଚ୍ଚ ସରକରା ବହନ କରିବେ । ଅନ୍ୟପକ୍ଷରେ ରାଜ୍ୟ ବିଧାନସଭାର ବଜେଟ ଅଧିବେଶନ ମାର୍ଚ୍ଚ ୩୧ ତାରିଖରେ ଶେଷ ହେବାକୁ ଥିଲା ବେଳେ କରୋନାକୁ ଦୃଷ୍ଟିରେ ରଖି ସୋମବାର ଏହାକୁ ଆଗୁଆ ବନ୍ଦ ଘୋଷଣା କରାଯାଇଛି ।
Comments are closed, but trackbacks and pingbacks are open.