ନୁ୍ୟଜିଲାଣ୍ଡର ଘୋଷଣା : କରୋନା ଉପରେ ବିଜୟ ହାସଲ କରିଛୁ

Get real time updates directly on you device, subscribe now.

ଅକଲାଣ୍ଡ: ନୁ୍ୟଜିଲାଣ୍ଡର ପ୍ରଧାନମନ୍ତ୍ରୀ ଜାସିଫା ଆରଡେଣ୍ଣ ର୍ ସୋମବାର ଘୋଷଣା କରିଛନ୍ତି ଯେ ତାଙ୍କ ଦେଶ କରୋନା ସଂକ୍ରମଣ ଉପରେ ପୂରା ବିଜୟ ହାସଲ କରିଛି । ତାଙ୍କ ଦେଶରେ କରୋନା ଭାଇରସକୁ ପୂରା ନିପାତ କରାଯାଇଛି । ନୁ୍ୟଜିଲାଣ୍ଡରେ କରୋନା ଭାଇରସରେ ଆକ୍ରାନ୍ତ ବ୍ୟକ୍ତି ଚିହ୍ନଟ ହେବା ପର ଠାରୁ ସେଠାରେ ଲକ୍ଡାଉନ ଘୋଷଣା କରାଯାଇଥିଲା ଏବଂ କଡ଼ା କଟକଣା ଲଗାଯାଇଥିଲା । ଏହାର ଉଦେ୍ଧଶ୍ୟ ଥିଲା ଦେଶ ଭିତରେ ଭାଇରସ ବ୍ୟାପିବା ଉପରେ ଲଗାମ ଲଗାଇବା । ସେଠାକାର ସରକାର ଏହି ଲକ୍ଷ୍ୟ ହାସଲ କରିଥିବାର ଦାବି କରିଛନ୍ତି । ନୁ୍ୟଜିଲ୍ୟାଣ୍ଡରେ ଏପୟୁଜନ୍ତ କରୋନା ଯୋଗୁ ୧୯ ଜଣ ପ୍ରାଣ ହରାଇଥିଲାବଳେ ୧୧୨୨ ଜଣ ସଂକ୍ରମିତ ହୋଇଛନ୍ତି । ଗତ ୨୪ ଘଣ୍ଟା ଭିତରେ ଦେଶରେ ମାତ୍ର ଗୋଟିଏ ନୂଆ ମାମଲା ସାମ୍ନାକୁ ଆସିଛି ।
ଏହା ଉପରେ ପ୍ରତିକ୍ରିୟା ଦେଇ ନୁ୍ୟଜିଲାଣ୍ଡର ସ୍ୱାସ୍ଥ୍ୟ ବିଭାଗର ମହାନିଦେ୍ର୍ଧଶକ ଆସଲେ ବ୍ଲୁମଫିଲ୍ଡ କହିଛନ୍ତି ଯେ ସେମାନେ କରୋନାକୁ କାବୁ କରିବାର ଲକ୍ଷ୍ୟ ହାସଲ କରିଛନ୍ତି । ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଏତେ କମ ରହିବା ତାହା ପ୍ରମାଣିତ କରୁଛି । ସେମାନଙ୍କ କହିବାର ଅର୍ଥ ଏଇଆ ନୁହେଁ ଯେ ଦେଶରେ ଗୋଟିଏ ବି ନୂଆ କରୋନା ମାମଲା ଆସିବ ନାହିଁ । କିନ୍ତୁ ସେମାନେ ଏବେ କହିପାରିବେ ଯେ ଦେଶରେ ଯେତିକି ନୂଆ ମାମଲା ଆସିବ, ତାହା ଏତେ କମ୍ ହେବ ଯେ ସରକାର ସହଜରେ ଆକ୍ରାନ୍ତ ବ୍ୟକ୍ତି ସହ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନଙ୍କୁ ଚିହ୍ନଟ କରିପାରିବେ ଏବଂ ସେମାନଙ୍କୁ କ୍ୱାରେଣ୍ଟାଇନ୍ରେ ରଖିପାରିବେ । ଏହାସହିତ ନୁ୍ୟଜିଲାଣ୍ଡରେ କଟକଣା ସ୍ତରକୁ ୪ରୁ ୩କୁ କମାଇ ଦିଆଯାଇଛି । ମାର୍ଚ୍ଚ ୨୬ରୁ ଦେଶରେ ଲକ୍ଡାଉନ୍ ଘୋଷଣା କରାଯାଇଥିଲା । ପ୍ରାୟ ୫ ସପ୍ତାହର ବ୍ୟବଧାନ ପରେ ସରକାର ଏଭଳି ପଦକ୍ଷେପ ନେଇଛନ୍ତି । ଲକ୍ଡାଉନ୍ ସମୟରେ ସ୍କୁଲ, କଲେଜ, ବାର, ରେସ୍ତୋରାଁ, ଜିମ୍, ସୁଇମିଂ ପୁଲ୍ ଏବଂ ଦୋକାନବଜାର ଆଦି ବନ୍ଦ କରିଦିଆଯାଇଥିଲା । ଏମିତିକି ସାଧାରଣ ଲୋକଙ୍କୁ ସମୁଦ୍ର କୂଳକୁ ଯିବା ପାଇଁ ବି ବାରଣ କରାଯାଇଥିଲା । କେବଳ ଅତ୍ୟାବଶ୍ୟକ ସାମଗ୍ରୀ କ୍ରୟ କରିବା ପାଇଁ ଘରୁ ବାହାରିବାକୁ ସେମାନଙ୍କୁ ଅନୁମତି ଦିଆଯାଇଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons