ଭୁବନେଶ୍ୱର,(ବି.ବି.ବୁ୍ୟରୋ): ମୋଦିଙ୍କ କଲ୍ୟାଣକାରୀ ଯୋଜନାରେ ଜନଜାତି ଅଧିକ ଲାଭ ପାଉଛନ୍ତି । ଗତ ୫ବର୍ଷରେ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ଜନଜାତି ଅଧିକ ଲାଭାନ୍ୱିତ ହୋଇଛନ୍ତି ବୋଲି ନୂଆଦିଲ୍ଲୀଠାରେ ଟ୍ରାଇଫେଡ଼୍ ପକ୍ଷରୁ ଆୟୋଜିତ ‘ଆଦି ମହୋତ୍ସବ’ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି, ମୋଦି ସରକାରଙ୍କ କଲ୍ୟାଣକାରୀ ସୌଭାଗ୍ୟ ଯୋଜନାରେ ଘରକୁ ବିଦୁ୍ୟତ ସଂଯୋଗ ହେଉ ଅବା ଶୌଚାଳୟ, ପକ୍କା ଘର ନିର୍ମାଣ, ମୁଦ୍ରାରେ ଲୋନ ବ୍ୟବସ୍ଥାରେ ଜନଜାତି ଅଧିକ ଲାଭ ପାଇବେ । ସେହିପରି ଭାରତରେ ୧୦ ଲକ୍ଷ କୋଟି ପେଟ୍ରୋଲିୟମ୍ ପଦାର୍ଥ ବିଦେଶରୁ କିଣିବାକୁ ପଡ଼ୁଛି । କିନ୍ତୁ ଦେଶକୁ ଆଗକୁ ନେବା ପାଇଁ ହେଲେ ନିଜ ଉପାୟରେ ଉର୍ଜ୍ଜା ବାହାର କରିବାକୁ ପଡ଼ିବ । ଏହି ୧୦ ଲକ୍ଷ କୋଟିକୁ ବଞ୍ଚାଇ ରଖିବାର ସାମର୍ଥ୍ୟ ଜନଜାତିଙ୍କ ହାତରେ ଅଛି ।
ଭାରତରେ ୬୦୦ ମିଲିୟନ ମେଟ୍ରିକ ଟନ୍ ବାୟୋମାସ ରହିଛି । କେନ୍ଦ୍ର ସରକାରଙ୍କ ନୀତି ଅନୁଯାୟୀ ଏବେ ଜଙ୍ଗଲରୁ ବର୍ଜ୍ୟବସ୍ତୁରୁ ଉର୍ଜା ତଥା ତୈଳ ଏବଂ ଗ୍ୟାସ ଉପôାଦିତ କରିବା ଯୋଜନା କରାଯାଉଛି । ଯାହାଦ୍ୱାରା ଆଗାମୀ ଦିନରେ ଭାରତର ଜଙ୍ଗଲ ଉପôାଦିତ ଦ୍ରବ୍ୟରୁ ଉର୍ଜା ଉପôାଦନ କଲେ ୧୦ ଲକ୍ଷ କୋଟି ବଞ୍ଚାଯାଇପାରିବ । ସେହି ଟଙ୍କାରେ ଜନଜାତିଙ୍କ ବିକାଶ ହୋଇପାରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
Comments are closed, but trackbacks and pingbacks are open.