ପ୍ଲାଷ୍ଟିକ ବ୍ୟବହାର ବିରୋଧରେ ଜନ ଆନେ୍ଦାଳନ ସୃଷ୍ଟି କର
ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପିକେ ମିଶ୍ରଙ୍କୁ ସମ୍ବର୍ଦ୍ଧନା
ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ଜୁହାର ପରିବାର ପକ୍ଷରୁ ପଶ୍ଚିମ ଓଡ଼ିଶାର ଲୋକପ୍ରିୟ ନୂଆଖାଇ ପରବ ଅନୁÂିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ କେନ୍ଦ୍ର ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ତଥା ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ ପଶ୍ଚିମ ଓଡ଼ିଶାର ବିକାଶ ଉପରେ ଗୁରୁତ୍ୱ ଦେବା ସହ ପ୍ଲାଷ୍ଟିକ୍ ବ୍ୟବହାର ବିରୋଧରେ ଜନ ଆନେ୍ଦାଳନ ସୃଷ୍ଟି ପାଇଁ ଆହ୍ୱାନ ଦେଇଥିଲେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରମୁଖ ସଚିବ ପ୍ରମୋଦ କୁମାର ମିଶ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

ଜବାହର ଲାଲ୍ ନେହରୁ ଅଡିଟୋରିୟମ୍ରେ ନୂଆଖାଇ ପରବ-୨୦୧୯ ମହାଆମ୍ବଡର ସହ ପାଳିତ ହୋଇଯାଇଛି । ପ୍ରାରମ୍ଭରେ ମା’ ସମଲେଶ୍ୱରୀଙ୍କୁ ପୂଜାର୍ଚ୍ଚନା କରାଯାଇଥିଲା । ପିକେ ମିଶ୍ର ତାଙ୍କ ଧର୍ମପତ୍ନୀଙ୍କ ସହ ଆଳତି କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ପଶ୍ଚିମ ଓଡ଼ିଶାର ପାରମ୍ପରିକ ଅଙ୍ଗବସ୍ତ୍ର ପ୍ରଦାନ କରାଯାଇ ତାଙ୍କୁ ସମ୍ମାନୀତ କରାଯାଇଥିଲା । ଅଡିଟୋରିୟମ୍ରେ ଉପସ୍ଥିତ ଦର୍ଶକମାନେ ତାଙ୍କୁ ଅଭିନନ୍ଦନ ଜଣାଇଥିଲେ । ଶ୍ରୀ ମିଶ୍ର ଭାବବିହ୍ୱଳ ହୋଇ ସମସ୍ତଙ୍କୁ ନୂଆଖାଇ ପରବର ଶୁଭେଚ୍ଛା ଜଣାଇଥିଲେ । ପରେ କିଛି ସମୟ ଉପସ୍ଥିତ ରହି ପଶ୍ଚିମ ଓଡ଼ିଶାର ଲୋକପ୍ରିୟ ସାଂସ୍କୃତିକ କାର୍ଯ୍ୟକ୍ରମ ଉପଭୋଗ କରିଥିଲେ ।
ସମାରୋହର ଦ୍ୱିତୀୟ ପର୍ଯ୍ୟାୟରେ କେନ୍ଦ୍ର ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ତଥା ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟଅତିଥି ଭାବେ ଯୋଗଦେଇ ପଶ୍ଚିମ ଓଡିଶାବାସୀଙ୍କୁ ନୂଆଖାଇ ପରବର ଶୁଭେଚ୍ଛା ଜଣାଇଥିଲେ । ଏହି ପରିପ୍ରେକ୍ଷୀରେ ସେ କହିଥିଲେ ଯେ ପଶ୍ଚିମ ଓଡ଼ିଶା ଏବେ ଦ୍ରୁତ ଗତିରେ ବିକାଶ ପଥରେ ଅଗ୍ରଗତି କରୁଛି । ପଶ୍ଚିମ ଓଡ଼ିଶାରୁ ଚାଲୁଥିବା ବିମାନ ସେବା ଅନ୍ୟ ରାଜ୍ୟମାନଙ୍କ ସହ ଖୁବ୍ଶୀଘ୍ର ଯୋଡ଼ାଯିବ । ଫଳରେ ଏହି ଅଞ୍ଚଳରେ ପର୍ଯ୍ୟଟନ ବୃଦ୍ଧି ପାଇବ । ଆଗାମୀ କିଛି ଦିନ ମଧ୍ୟରେ ବଲାଙ୍ଗିର ଜିଲ୍ଲା ରାଜେନ୍ଦ୍ର କଲେଜର ୭୫ ବର୍ଷ ପୂର୍ତ୍ତି ହେବ । ଏହି କଲେଜକୁ ପଶ୍ଚିମ ଓଡ଼ିଶାର ଏକ ଆଧୁନିକତମ କଲେଜରେ ପରିଣତ କରିବା ପାଇଁ ସମସ୍ତ ଉଦ୍ୟମ କରାଯିବ ।
କେନ୍ଦ୍ରମନ୍ତ୍ରୀ କହିଥିଲେ, ଆସନ୍ତା ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୬୯ତମ ଜନ୍ମ ଦିବସ ପାଳନ କରାଯିବ । ଏହି ଅବସରରେ ପଶ୍ଚିମ ଓଡ଼ିଶା ସହ ସମଗ୍ର ଦେଶରେ ପ୍ଲାଷ୍ଟିକ୍ ବୋତଲ ଓ ଏକକ ବ୍ୟବହୃତ ପଲିଥିନ୍ ବ୍ୟାଗ ବିରୋଧରେ ଜନ ଆନେ୍ଦାଳନ ପାଇଁ ସେ କହିଥିଲେ । ଏଥିସହ ଏହି ନୂଆ ସଂସ୍କାର ଲୋକମାନଙ୍କ ମଧ୍ୟରେ ସୃଷ୍ଟି କରାଗଲେ ତାହା ପ୍ରଧାନମନ୍ତ୍ରୀଙ୍କ ପାଇଁ ଜନ୍ମଦିନର ସବୁଠାରୁ ବଡ଼ ଉପହାର ହେବ ବୋଲି ମତ ଦେଇଥିଲେ ।
ଏହି ଅବସରରେ ଜୁହାର ପରିବାର ପକ୍ଷରୁ ଏକ ସ୍ମରଣିକା ଉନ୍ମୋଚନ କରାଯାଇଥିଲା । ପଶ୍ଚିମ ଓଡ଼ିଶାର ଶିକ୍ଷକ ତଥା ସୁପ୍ରସିଦ୍ଧ କଳାକାର ଜଗଦାନନ୍ଦ ଚ୍ଛୁରିଆଙ୍କୁ ଜୁହାର ସମ୍ମାନ ପୁରସ୍କାର ପ୍ରଦାନ କରାଯାଇଥିଲା । ଶେଷରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । କଳାକାରମାନେ ପଶ୍ଚିମ ଓଡ଼ିଶାର ଲୋକପ୍ରିୟ ଗୀତ ରଙ୍ଗବତୀ ଗୀତ ଗାଇ ଉପସ୍ଥିତ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜୁହାର ପରିବାର ସଭାପତି ରଞ୍ଜନ ପ୍ରଧାନ, ବରିÂ ସାମ୍ବାଦିକ ଭବାନୀ ଦୀକ୍ଷିତ, ବାସୁଦେବ ତ୍ରିପାଠୀ ଓ ଅନୁପମ ମିଶ୍ର ପ୍ରମୁଖ ଥିଲେ । ପାଖାପାଖି ଦେଢ଼ ହଜାରରୁ ଅଧିକ ପଶ୍ଚିମ ଓଡ଼ିଶାବାସୀ ଏହି ସମାରୋହରେ ଉପସ୍ଥିତ ଥିଲେ ।
Comments are closed, but trackbacks and pingbacks are open.