ନୂଆପଡ଼ା ଜିଲ୍ଲାର ୭୦ ଶ୍ରମିକଙ୍କୁ ଘରକୁ ପଠାଇଲେ ଜଗତସିଂହପୁର ଜିଲ୍ଲାପାଳ, ପରେ ଅନ୍ୟ ଜିଲ୍ଲାର ଶ୍ରମଜୀବିଙ୍କ ପାଇଁ ବ୍ୟବସ୍ଥା
ଜଗତସିଂହପୁର: କରୋନା ମହାମାରୀ ପାଇଁ ସାରାଦେଶରେ ଲକଡାଉନ୍ ଶେଷ ପର୍ୟ୍ୟାୟରେ ହୋଇଥିବା ବେଳେ ଦେଶର କୋଣଅନୁକୋଣରେ ଫସି ରହିଥିବା ଲୋକେ ଏବେ ଘରମୁହାଁ। କୋଭିଡ-୧୯ରେ ନୂଆପଡା ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଆସି ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ଅଞ୍ଚଳର ଇଟା ଭାଟିରେ କାମ କରୁଛନ୍ତି। ଫସି ରହିଥିବା ୭୦ ଜଣ ଶ୍ରମିକଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଜ ଅଞ୍ଚଳକୁ ଫେରିଯିବାକୁ ଅନୁମତି ମିଳିଛି। ତିର୍ତ୍ତୋଲ ଅଞ୍ଚଳର ଇଟାଭାଟି କାମ କରିବାକୁ ଆସି ଫସି ରହିଥିବା ନୂଆପଡା ଜିଲ୍ଲାର ପ୍ରାୟ ୭୦ ଶ୍ରମିକ କାମ କାମ ଅଭାବରୁ ନାନା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ସେମାନେ ନିଜ ଜିଲ୍ଲାକୁ ଯିବା ପାଇଁ ଜଗତସିଂହପୁର ଜିଲ୍ଲାପାଳଙ୍କୁ ନିବେଦନ କରିଥିଲେ ।
ବୁଧବାର ଜିଲ୍ଳାପାଳ ଏହାର ବିଧିବଦ୍ଧ ଅନୁସନ୍ଧାନ କରି ଶ୍ରମିକମାନଙ୍କୁ ନିଜ ଘରକୁ ଫେରିଯିବା ପାଇଁ ବ୍ୟବସ୍ଥା କରିଛନ୍ତି ଜିଲ୍ଲା ଶ୍ରମ ବିଭାଗ ଦ୍ଵାରା ଶ୍ରମିକ ମାନଙ୍କୁ ନେବା ପାଇଁ ୨ଟି ବସ ମାଧ୍ୟମରେ ସେମାନଙ୍କୁ ନିଜ ଜିଲ୍ଲା ନୂଆପଡା ନେବାକୁ ବ୍ୟବସ୍ଥା କରିଥିଲେ । ଆଜି ରାତିରେ ଏହି ବସ ଗୁଡିକ ଜିଲ୍ଲାପାଳଙ୍କ ପଡ଼ିଆରୁ ବାହାରି ତିର୍ତ୍ତୋଲରେ ପହଞ୍ଚି ରାତ୍ରି୧୧ଘଟିକାରେ ଚେଳିତୋଳ ବାଲିଯାତ୍ରା ପଡ଼ିଆରୁ ଶ୍ରମିକ ମାନଙ୍କୁ ନେଇ ନୂଆପଡା ଯାତ୍ରା କରିଛି । ଜିଲ୍ଲାର ଅନ୍ୟ ସ୍ଥାନରେ ଫସି ରହିଥିବା ଶ୍ରମିକ ମାନଙ୍କୁ ପର୍ୟ୍ୟାୟ କ୍ରମେ ନିଜ ନିଜ ଜିଲ୍ଲାକୁ ପଠାଇ ଦିଆଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୁଚନା ମିଳିଛି।
Comments are closed, but trackbacks and pingbacks are open.