ନୂଆ ଡିଜିପି ତଲାସ ଆରମ୍ଭ

Get real time updates directly on you device, subscribe now.

ଭୁବନେଶ୍ୱର: ଆସନ୍ତା ଡିସେମ୍ବରରେ ସରୁଛି ପୁଲିସ ମହାନିଦେ୍ର୍ଧଶକ (ଡିଜିପି) ଅଭୟଙ୍କ କାର୍ଯ୍ୟକାଳ । କିନ୍ତୁ ପରବର୍ତ୍ତୀ ମୁଖିଆ ଖୋଜା ପ୍ରକି୍ରୟା ଆରମ୍ଭ ହୋଇ ଗଲାଣି । ଯୋଗ୍ୟ ଅଫିସରଙ୍କ ଠାରୁ ଏଥିପାଇଁ ଆବେଦନ ଆହ୍ୱାନ କରାଯାଇଛି । ମିଳିଥିବା ସୂଚନା ମୁତାବକ ୧୪ ଜଣ ବରିÂ ଅଫିସର ଡିଜିପି ଦୌଡ଼ରେ ସାମିଲ ହୋଇ ପାରନ୍ତି । ୧୯୮୬ରୁ ୧୯୯୦ ବ୍ୟାଚ୍ର ଏହି ଅଫିସରଙ୍କ ମଧ୍ୟରୁ କାହା ମୁଣ୍ଡରେ କଳସ ଢଳାଯିବ ସେ ନେଇ ଅଙ୍କ କଷା ଆରମ୍ଭ ହୋଇ ଯାଇଛି । ଯୋଗ୍ୟ ଆବେଦକଙ୍କ ତାଲିକା କେନ୍ଦ୍ରକୁ ଯିବ । କେନ୍ଦ୍ରୀୟ ଲୋକସେବା ଆୟୋଗର ସ୍ୱତନ୍ତ୍ର କମିଟି ଏଥିରୁ ୩ ଜଣଙ୍କ ନାମ ବାଛି ରାଜ୍ୟକୁ ପଠାଇବେ, ଯେଉଁଥିରୁ ରାଜ୍ୟ ସରକାର ନୂଆ ଡିଜିପିଙ୍କୁ ଚୟନ କରିବେ ।
ଚୟନ ମାନଦଣ୍ଡ କହୁଛି, ଯୋଗ୍ୟ ଆଇପିଏସ୍ଙ୍କର ୩୦ ବର୍ଷ ଚାକିରି ଅଭିଜ୍ଞତା ସହିତ ଚାକିରି ଅବଧି ଅନୁ୍ୟନ ୬ ମାସ ରହିବା ଜରୁରୀ । ଏ ମାନଦଣ୍ଡ ମୁତାବକ ୧୯୮୬ ବ୍ୟାଚ୍ର ୨ ଜଣ, ୧୯୮୭ର ଜଣେ, ୧୯୮୮ର ୪ ଜଣ, ୧୯୮୯ର ଚାରି ଜଣ ଏବଂ ୧୯୯୦ ବ୍ୟାଚ୍ର ୩ ଜଣ ଅଧିକାରୀ ଡିଜିପି ପଦ ପାଇଁ ଆବେଦନ କରି ପାରନ୍ତି । ଦୁଇ ଜଣ ଆଇପିଏସ୍ ଚଳିତ ବର୍ଷ ଅବସର ଗ୍ରହଣ କରୁଥିବାରୁ ବାଦ୍ ପଡ଼ିବେ । ତାଲିକାରେ ସବୁଠାରୁ ଆଗରେ ଅଛନ୍ତି ୧୯୮୬ ଆଇପିଏସ୍ ପ୍ରଦୀପ କପୁର ଓ ବିଜୟ କୁମାର ଶର୍ମା । କେନ୍ଦ୍ରୀୟ ଡେପୁଟେସନରେ ଥିବା ପ୍ରଦୀପ ୨୦୨୨ ନଭେମ୍ବରରେ ଅବସର ନେବେ । ମୁଦ୍ରଣ ଓ ପ୍ରକାଶନ ନିଦେ୍ର୍ଧଶକ ଶ୍ରୀ ଶର୍ମାଙ୍କ ଚାକିରି କାଳ ୨୦୨୨ ଅକ୍ଟୋବରରେ ସରୁଛି ।
୧୯୮୭ ବ୍ୟାଚ୍ ଆଇପିଏସ୍ ସୁନୀଲ୍ କୁମାର ବଂଶଲ ଓ ସୁରେନ୍ଦ୍ର ପନୱାରଙ୍କ ନାମ ମଧ୍ୟ ତାଲିକାରେ ଅଛି । ଉଭୟେ ଏବେ କେନ୍ଦ୍ରୀୟ ଡେପୁଟେସନରେ । କିନ୍ତୁ ଆସନ୍ତା ଅଗଷ୍ଟରେ ଶ୍ରୀ ପନୱାର ଅବସର ନେଉଥିବାରୁ ସେ ଡିଜିପି ପାହ୍ୟା ପାଇଁ ଯୋଗ୍ୟ ନୁହେଁ । ୨୦୨୨ ଜୁନ୍ ଯାଏଁ କାର୍ଯ୍ୟକାଳ ଥିବା ଶ୍ରୀ ବଂଶଲ ଡିଜିପି ପାଇଁ ଆବେଦନଯୋଗ୍ୟ । ୧୯୮୮ ବ୍ୟାଚ୍ରେ ୫ ଜଣ ବରିÂ ଆଇପିଏସ୍ ଅଛନ୍ତି । ସେମାନେ ହେଲେ, ସ୍ୱତନ୍ତ୍ର ସଶସ୍ତ୍ର ପୁଲିସ (ଏସ୍ଏପି)ର ସ୍ୱତନ୍ତ୍ର ଡିଜି ମନୋଜ କୁମାର ଛାବ୍ରା, ଅଗ୍ନିଶମ ଡିଜି ଏମ୍ ଅକ୍ଷୟ, ଜେଲ୍ ଡିଜି ସନ୍ତୋଷ ଉପାଧ୍ୟୟ, ଅତିରିକ୍ତ ଡିଜି (ଏଚ୍ଆର୍ପିସି) ବିନୟାନନ୍ଦ ଝା ଓ ଅତିରିକ୍ତ ଡିଜି (ଯୋଗାଯୋଗ) ଅରୁଣ କୁମାର ରାୟ । ୨୦୨୩ ଅକ୍ଟୋବରରେ ଶ୍ରୀ ଛାବ୍ରା, ୨୦୨୩ ମାର୍ଚ୍ଚରେ ଶ୍ରୀ ଉପାଧ୍ୟୟ, ୨୦୨୨ ମାର୍ଚ୍ଚରେ ଶ୍ରୀ ଝା ଓ ୨୦୨୫ରେ ଶ୍ରୀ ରାୟଙ୍କ ଚାକିରି କାଳ ସରୁଛି । କିନ୍ତୁ ଏମ୍ ଅକ୍ଷୟ ଆସନ୍ତା ନଭେମ୍ବରରେ ଅବସର ନେଉଥିବାରୁ ଡିଜିପି ପାହ୍ୟା ପାଇଁ ଆବେଦନ କରିପାରିବେନି ।
୧୯୮୯ ବ୍ୟାଚ୍ ଆଇପିଏସ୍ ପ୍ରାଣବିନ୍ଦୁ ଆଚାର୍ଯ୍ୟ (ଅତିରିକ୍ତ ଡିଜି, ରେଳବାଇ ଓ ତଟବର୍ତ୍ତୀ ସୁରକ୍ଷା)ଙ୍କ ସହ ଅମ୍ରିତ ମୋହନ ପ୍ରସାଦ (କେନ୍ଦ୍ରୀୟ ଡେପୁଟେସନ), ବି. ରାଧିକା (କେନ୍ଦ୍ରୀୟ ଡେପୁଟେସନ) ଓ ଏସ୍. ଏନ୍. ନରଭାଣେ (ଅତିରିକ୍ତ ଡିଜି ଏଚଆର୍ପିସି) ମଧ୍ୟ ଡିଜିପି ରେସ୍ରେ ଅଛନ୍ତି । ପ୍ରାଣବିନ୍ଦୁ ଓ ବି. ରାଧିକାଙ୍କର ୨୦୨୪ ଯାଏଁ ଚାକିରି କାଳ ଥିବା ବେଳେ ଶ୍ରୀ ଆଚାର୍ଯ୍ୟ ଓ ଶ୍ରୀ ନରଭାଣେ ଆସନ୍ତା ୨୦୨୫ରେ ଅବସର ନେବେ ।
ବରିÂତାର ଶେଷ ସୋପାନରେ ଥିବା ୧୯୯୦ ବ୍ୟାଚ୍ର ଅଧିକାରୀଙ୍କ ମଧ୍ୟରୁ ୱାଇ ବି ଖୁରାନିଆ ଏବେ କେନ୍ଦ୍ରୀୟ ଡେପୁଟେସନ୍ରେ ଅଛନ୍ତି । ଡ. ସୁଧାଂଶୁ ଷଡ଼ଙ୍ଗୀ ଏବେ ଓଡ଼ିଶା ଆରକ୍ଷୀ ଗୃହ ନିର୍ମାଣ ଓ କଲ୍ୟାଣ ନିଗମର ସିଏମ୍ଡି ପଦରେ ଓ ବିଜୁ ପଟ୍ଟନାୟକ ରାଜ୍ୟ ପୁଲିସ ଏକାଡେମୀର ନିେଦେ୍ର୍ଧଶକ ଅରୁଣ କୁମାର ଷଡ଼ଙ୍ଗୀ ମଧ୍ୟ ଡିଜିପି ରେସ୍ରେ ଅଛନ୍ତି ।

ରିପୋର୍ଟ ବିଶ୍ୱବିଜୟୀ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons