ଭୁବନେଶ୍ୱର,(ବି.ବି.ବୁ୍ୟରୋ): ନୂଆ ମୋଟର ଯାନ ଆଇନକୁ ୬ ମାସ କୋହଳ କର । ଓଡ଼ିଶା ଲୋକଙ୍କର ଆର୍ଥିକ ମାନ ଅନ୍ୟ ରାଜ୍ୟମାନଙ୍କ ତୁଳନାରେ କମ୍ ଥିବାରୁ ମୋଟର ଯାନ ଆଇନ ଉଲଂଘନ ଜନିତ ଆର୍ଥିକ ଦଣ୍ଡ ସବାର୍ଧିକ ୧ ହଜାର ଟଙ୍କା ମଧ୍ୟରେ ସୀମିତ ରଖାଯାଉ ବୋଲି ପ୍ରଦେଶ ଯୁବ କଂଗ୍ରେସ ସଭାପତି ଲୋକନାଥ ମହାରଥୀ ଦାବି କରିଛନ୍ତି ।
ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାରଥୀ କହିଛନ୍ତି, ନୂତନ ଟ୍ରାଫିକ୍ ନିୟମକୁ ଲାଗୁ କରାଯାଇଥିବାରୁ ସ୍ୱାଗତ । ମାତ୍ର ମାତ୍ରାଧିକ ଜୋରିମାନାକୁ ଯୁବ କଂଗ୍ରେସ ବିରୋଧ କରୁଛି । ନୂଆ ନିୟମ ଅନୁଯାୟୀ ବିନା ହେଲମେଟ୍, ବିନା ଲାଇସେନନ୍ସ, ସିଟ୍ବେଲ୍ଟ ନବାନ୍ଧିବା, ଭୁଲ ରାସ୍ତାରେ ଯିବା, ମଦ ପିଇ ଗାଡ଼ି ଚଲାଇବା, ରେଡ ଲାଇଟ୍କୁ ନମାନି ଗାଡ଼ି ଚଲାଇବା ଆଦି ନିୟମକୁ କଡ଼ାକଡ଼ି ଭାବେ ପାଳନ କରାଯାଉ । କିନ୍ତୁ ବର୍ତ୍ତମାନ ସମୟରେ ଯେହେତୁ ପରୀକ୍ଷା ଚାଲୁଛି, ସେଥିପାଇଁ ପରୀକ୍ଷାର୍ଥୀଙ୍କୁ ନେଇ ଯାଉଥିବା ଅଭିଭାବକଙ୍କ କ୍ଷେତ୍ରରେ ଜରିମାନାମୁକ୍ତ କରାଯାଉ । ପରିବହନ ବିଭାଗର ଭିତ୍ତିଭୂମି ଅଭାବରୁ ବହୁ ଆବେଦନକାରୀଙ୍କ କାଗଜପତ୍ର କାମ ସରୁନଥିବାରୁ ସେମାନେ ଅପେକ୍ଷା କରିଛନ୍ତି । ତେଣୁ ରାଜ୍ୟ ସରକାର ଆଉ ୬ ମାସ ସମୟ ବଢ଼ାଇବାକୁ ଶ୍ରୀ ମହାରଥୀ ଦାବି କରିଛନ୍ତି । ସେହିପରି ପୁଲିସ୍ ତଥା ଟ୍ରାଫିକ୍ ଅଧିକାରୀମାନେ ଯେପରି ନିଜର ବ୍ୟବହାରରେ ସଂଯମତା ରକ୍ଷା କରିବେ, ସେଥିପ୍ରତି ଉଚ୍ଚ କର୍ତ୍ତୃପକ୍ଷ ଧ୍ୟାନ ଦେବା ପାଇଁ ସଡ଼କ ପରିବହନ ମନ୍ତ୍ରୀ ଏବଂ ସଚିବଙ୍କୁ ଅନୁରୋଧ କରିଛନ୍ତି । ଆର୍ଟିଓମାନେ ଯେଭଳି ଗୋଟିଏ ଦିନରେ ଲାଇସେନ୍ସ ପ୍ରଦାନ କରିପାରିବେ, ସେ ସମ୍ପର୍କରେ ବିହୀତ ପଦକ୍ଷେପ ନେବାପାଇଁ ନିଦେ୍ର୍ଧଶ ଦେବାକୁ ମଧ୍ୟ ସେ ଦାବି କରିଛନ୍ତି । ସମସ୍ୟାର ସମାଧାନ ଦିଗରେ କୌଣସି ପଦକ୍ଷେପ ନିଆନଗଲେ ଆଗାମୀ ଦିନରେ ଯୁବ କଂଗ୍ରେସ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଏବଂ ଜିଲ୍ଲା ପରିବହନ ବିଭାଗ କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ଶ୍ରୀ ମହାରଥୀ ଚେତାବନୀ ଦେଇଛନ୍ତି ।
Comments are closed, but trackbacks and pingbacks are open.