ନୂଆଦିଲ୍ଲୀ: ଦେଶର ନୂଆ ରେଳମନ୍ତ୍ରୀ ଭାବେ ଅଶ୍ୱିନୀ ବୈଷ୍ଣବ ଦାୟିତ୍ୱ ଗ୍ରହଣ କରିବାର କିଛି ଘଣ୍ଟା ଭିତରେ ଏକ ନୂଆ ନିଦେ୍ର୍ଧଶନାମା ଜାରି କରିଛନ୍ତି । ତାଙ୍କ ମନ୍ତ୍ରଣାଳୟର ଅଫିସ ଦୁଇଟି ସିଫ୍ଟରେ ଚାଲିବ ଓ କର୍ମଚାରୀମାନେ ଦୁଇଟି ସିଫ୍ଟରେ କାମ କରିବେ । ଏହି ନିଦେ୍ର୍ଧଶନାମା ତକ୍ରାଳ ଲାଗୁ କରିବାକୁ ସେ ନିଦେ୍ର୍ଧଶ ଦେଇଛନ୍ତି । ରେଳ ମନ୍ତ୍ରଣାଳୟର ଲୋକସମ୍ପର୍କ ବିଭାଗ ଏଡିଜି ଡି.ଜେ ନାରାୟଣ କହିଛନ୍ତି ଯେ ପ୍ରଥମ ସିଫ୍ଟ ସକାଳ ୭ଟାରୁ ଆରମ୍ଭ ହୋଇ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଚାଲିବ । ସେହିଭଳି ଦ୍ୱିତୀୟ ସିଫ୍ଟ ଅପରାହ୍ନ ୩ଟାରୁ ମଧ୍ୟରାତି ୧୨ଟା ପର୍ଯ୍ୟନ୍ତ କାର୍ଯ୍ୟ କରିବ । ତେବେ ଏହି ନିଦେ୍ର୍ଧଶନାମା କେବଳ ମନ୍ତ୍ରୀଙ୍କ କାର୍ଯ୍ୟାଳୟ (ଏମ୍ଆର ସେଲ୍) ପାଇଁ ଲାଗୁ ହେବ । ଏହା ଅନ୍ୟ ରେଳ ଅଫିସ କିମ୍ବା ସବୁ ରେଳ କର୍ମଚାରୀଙ୍କ ପାଇଁ ଲାଗୁ ହେବ ନାହିଁ । ଗତକାଲି ଦାୟିତ୍ୱ ଗ୍ରହଣ କରିବା ପରେ ରେଳମନ୍ତ୍ରୀ କହିଥିଲେ ଯେ ରେଳବାଇ ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରିକଳ୍ପନାର ଏକ ବଡ ଅଂଶ । ମୋଦିଙ୍କ ପରିକଳ୍ପନା ହେଉଛି ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣିବା, ଯାହାଫଳରେ କି ସାଧାରଣ ଜନତା, ଚାଷୀ, ଗରିବ ସମସ୍ତେ ଯେଭଳି ରେଳବାଇ ଦ୍ୱାରା ଉପକୃତ ହୋଇପାରିବେ । ପ୍ରଧାନମନ୍ତ୍ରୀଙ୍କ ସେହି ପରିକଳ୍ପନାକୁ ସାକାର କରିବା ଦିଗରେ ସେ କାର୍ଯ୍ୟ କରିବେ ।
Comments are closed, but trackbacks and pingbacks are open.