ନୂଆଦିଲ୍ଲୀ: ଦେଶରେ ଉଚ୍ଚ ମାନର ଶିକ୍ଷା କିଭଳି ସମସ୍ତଙ୍କୁ ମିଳିପାରିବ, ସେ ନେଇ ନୂଆ ଶିକ୍ଷା ନୀତି ପ୍ରଣୟନ କରାଯାଇଛି । ଏହାକୁ ଦ୍ରୁତ ଗତିରେ ଲାଗୁ କରିବାକୁ ଆରମ୍ଭ ହୋଇଛି ପ୍ରୟାସ । ଶୁକ୍ରବାର ଶିକ୍ଷା ମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ ଏହା କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଶୁକ୍ରବାର ଆନୁÂାନିକ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଶିକ୍ଷା ମନ୍ତ୍ରୀ ଶ୍ରୀ ପ୍ରଧାନ ମନ୍ତ୍ରଣାଳୟ ସମ୍ପର୍କୀତ ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଥିଲେ । ସମୀକ୍ଷା ବୈଠକରେ ତାଙ୍କ ସହ ୩ ଜଣ ନବନିଯୁକ୍ତ ଶିକ୍ଷା ମନ୍ତ୍ରଣାଳୟ ରାଷ୍ଟ୍ରମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ, ରାଜକୁମାର ସିଂହ ଓ ସୁଭାଷ ସରକାର ମଧ୍ୟ ଉପସ୍ଥିତ ଥିଲେ । ଏହା ବ୍ୟତିତ ୟୁଜିସି ଅଧ୍ୟକ୍ଷ, ଏନ୍ସିଇଆର୍ଟି, ନବୋଦୟ ବିଦ୍ୟାଳୟ, କେନ୍ଦ୍ରୀୟ ବିଦ୍ୟାଳୟ ଓ ବିଭିନ୍ନ ବୈଷୟିକ ସଂସ୍ଥାର ପ୍ରମୁଖମାନେ ଯୋଗ ଦେଇଥିଲେ । ପ୍ରାୟ ଦେଢ଼ ଘଣ୍ଟାରୁ ଅଧିକ ସମୟ ଏହି ଆଲୋଚନା ହୋଇଥିଲା ।
ଶ୍ରୀ ପ୍ରଧାନ କହିଛନ୍ତି, ଶିକ୍ଷା ଆମ ସମସ୍ତଙ୍କ ଜୀବନ ସହ ଜଡ଼ିତ । ଏହାକୁ କିଭଳି ଆହୁରି ସାର୍ଥକ କରାଯାଇ ପାରିବ ତାହା ଉପରେ ମୋଦି ସରକାର ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ଦେଶର ନୂଆ ଶିକ୍ଷାନୀତି ପ୍ରସ୍ତୁତ କରାଯାଇଛି । ଛାତ୍ର ଜୀବନଠାରୁ ଆରମ୍ଭ କରି ବିଭିନ୍ନ ସମୟରେ ସେ ଶିକ୍ଷା ବିଭାଗ ସହ ଯୋଡ଼ି ହୋଇଆସିଛନ୍ତି ।
ମୋଦି ସରକାରଙ୍କର ଲକ୍ଷ୍ୟ ହେଉଛି ସବ୍ କା ସାଥ, ସବ୍ କା ବିକାଶ, ସବ୍ କା ବିଶ୍ୱାସ । ସମସ୍ତଙ୍କର ବିଶ୍ୱାସ ଯେଭଳି ହାସଲ କରାଯାଇ ପାରିବ ଏନେଇ ମୋଦି ସରକାର ପ୍ରତିଶ୍ରୁତିବଦ୍ଧ । ନୂଆ ଶିକ୍ଷାନୀତି ମାଧ୍ୟମରେ ସମସ୍ତଙ୍କର ବିଶ୍ୱାସ ଯେଭଳି ପ୍ରାପ୍ତ ହେବ ସେନେଇ ସେ ସମସ୍ତ ଉଦ୍ୟମ କରିବେ ବୋଲି ଧର୍ମେନ୍ଦ୍ର କହିଥିଲେ ।
ସେ ଦର୍ଶାଇଥିଲେ ଯେ ଶିକ୍ଷା କ୍ଷେତ୍ର ହେଉଛି ବହୁ ବ୍ୟାପକ । କେବଳ ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ୨୬ କୋଟି ୪୫ ଲକ୍ଷ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ସେହିଭଳି ଉଚ୍ଚଶିକ୍ଷା ସହ ୩ କୋଟି ୮୫ ଲକ୍ଷ ଛାତ୍ରଛାତ୍ରୀ ସମ୍ପୃକ୍ତ ଅଛନ୍ତି । ଏହାକୁ ମିଶାଇଲେ ଏହି ଦୁଇ କ୍ଷେତ୍ରରେ କେବଳ ୩୦ କୋଟିରୁ ଅଧିକ ଛାତ୍ରଛାତ୍ରୀ ପଞ୍ଜିକୃତ ଅଛନ୍ତି । ଏହାଛଡା ଶିକ୍ଷା କ୍ଷେତ୍ରରେ ଏକ କୋଟି ଶିକ୍ଷକ ମଧ୍ୟ ରହିଛନ୍ତି । ସେମାନଙ୍କ ବ୍ୟତୀତ ଅଙ୍ଗନବାଡ଼ି ଓ କୌଶଳ ବିକାଶ ସହ ବହୁ ସଂଖ୍ୟାରେ ଯୁବକ ଯୁବତୀ ରହିଛନ୍ତି । ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ ସେମାନଙ୍କର ଶିକ୍ଷା ଜଗତ ସହ ସଂପୃକ୍ତି ରହିଛି ।
ଧର୍ମେନ୍ଦ୍ର ଦର୍ଶାଇଥିଲେ, ଦେଶ ୨୧ତମ ଶତାବ୍ଦୀରେ ପ୍ରବେଶ କରିସାରିଲାଣି । ଔଦ୍ୟୋଗୀକ ୪.୦ କ୍ରାନ୍ତି ବିଶ୍ୱରେ ଆରମ୍ଭ ହେଲାଣି । ଏଭଳି ପରିସ୍ଥିତିରେ ଦେଶରେ ଉଚ୍ଚ ମାନର ଶିକ୍ଷା କିଭଳି ସମସ୍ତଙ୍କୁ ମିଳିପାରିବ ସେଥିପାଇଁ ନୂତନ ଶିକ୍ଷାନୀତିରେ ବିଭିନ୍ନ ପଦକ୍ଷେପ ନିଆଯାଉଛି । ସେ ଏଥିପାଇଁ ତାଙ୍କର ପୂର୍ବ ମନ୍ତ୍ରୀ ସ୍ମୃତି ଇରାନୀ, ପ୍ରକାଶ ଜାଭ୍ଡେକର ଓ ରମେଶ ପୋଖରିଆଲ ନିଶଙ୍କଙ୍କୁ ଧନ୍ୟବାଦ ଜଣାଇଥିଲେ ।
ଶ୍ରୀ ପ୍ରଧାନ କହିଥିଲେ, ଶିକ୍ଷା ମନ୍ତ୍ରଣାଳୟରେ ଦେଶର ବହୁ ବିଶିÂ ବ୍ୟକ୍ତି ବିଭାଗର ଦାୟିତ୍ୱ ତୁଲାଇ ଦେଶକୁ ଶିକ୍ଷା କ୍ଷେତ୍ରରେ ବହୁ ଉପରକୁ ନେଇଛନ୍ତି । ଦେଶର ସ୍ୱାଧୀନତା ପରେ ମୌଲାନା ଆଜାଦ୍ ପ୍ରଥମ ଶିକ୍ଷାମନ୍ତ୍ରୀ ଥିଲେ । ସେମାନେ ଯେଉଁ ପରମ୍ପରା ଏବଂ ନୀତି ରଖିଯାଇଛନ୍ତି ତାହାକୁ ଆହୁରି ଆଗେଇ ନେବାକୁ ସେ ସମସ୍ତ ଉଦ୍ୟମ କରିବେ ।
ଧର୍ମେନ୍ଦ୍ର କହିଥିଲେ, ଶିକ୍ଷାମନ୍ତ୍ରୀ ହେବାର ମାତ୍ର ଦୁଇ ଦିନ ତାଙ୍କୁ ହୋଇଛି । ସେ ବି ଜଣେ ବିଦ୍ୟାର୍ଥୀ ଭାବେ ଶିକ୍ଷା ମନ୍ତ୍ରଣାଳୟର ବିଭିନ୍ନ କାର୍ଯ୍ୟ ଶିଖୁଛନ୍ତି । ଶିକ୍ଷା ମନ୍ତ୍ରାଳୟର ବିଭିନ୍ନ ବରିÂ ଅଧିକାରୀମାନଙ୍କ ସହ ସେ ଆଲୋଚନା କରୁଛନ୍ତି । ଧୀରେ ଧୀରେ ସମସ୍ତ ବିଷୟ ଜାଣିବା ପରେ ସେ ଗଣମାଧ୍ୟମ ସହ ଏନେଇ ବିସ୍ତୃତ ଆଲୋଚନା କରିବେ ବୋଲି ଧର୍ମେନ୍ଦ୍ର କହିଛନ୍ତି ।
Comments are closed, but trackbacks and pingbacks are open.