ବ୍ରହ୍ମପୁର, (ବି.ବି.ନୁ୍ୟଜ୍): ଗଞ୍ଜାମକୁ ଫେରିଛନ୍ତି ପ୍ରାୟ ୨ ଲକ୍ଷ ୨୦ ହଜାରରୁ ଊଦ୍ଧ୍ୱର୍ ପ୍ରବାସୀ । ପ୍ରଥମେ ପ୍ରଥମେ ଜିଲ୍ଲାରେ ଯେତେବେଳେ ପଜିଟିଭ୍ ଚିହ୍ନଟ ହେଉଥିଲେ ସେମାନେ ଥିଲେ ସଙ୍ଗରୋଧ କେନ୍ଦ୍ରରେ ଥିବା ପ୍ରବାସୀ । ହେଲେ ଚଳିତ ମାସ ଆରମ୍ଭରୁ ଯେଭଳି ସ୍ଥାନୀୟ ସଂକ୍ରମିତ (କରୋନା ଯୋଦ୍ଧା ଓ ପୂର୍ବର ରୋଗୀଙ୍କ ସଂସ୍ପର୍ଶରେ ଆସି ନୂଆ ପଜିଟିଭ୍ ଚିହ୍ନଟ) ଯେଭଳି ହୁ ହୁ ହୋଇ ବଢିÿ ଚାଲିଛି ଜିଲ୍ଲାରେ ସ୍ଥିତି ଅତ୍ୟନ୍ତ ଉଦ୍ବେଗଜନକ ବୋଲି ସ୍ପଷ୍ଟ ଦର୍ଶାଉଛି । ସେହି ଧାରା ଜାରି ରହି ଜିଲ୍ଲାରେ ନୂଆ ୨୮୬ ପଜିଟିଭ୍ ଠାବ ହୋଇଥିବା ବୁଧବାର ଟ୍ୱିଟ୍ କରିଛି ଜିଲ୍ଲା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ସେଥିରୁ ପ୍ରବାସୀ ମାତ୍ର ୩ ଜଣ । ୩୪ ଯୋଦ୍ଧାଙ୍କ ସମେତ ୨୪୯ ଲୋକାଲ୍ ଆକ୍ଟିଭ୍ କଣ୍ଟାକ୍ଟ ଠାବ ହୋଇଛନ୍ତି । ଚିନ୍ତାର ବିଷୟ ଯେ ବ୍ରହ୍ମପୁରରେ ପୁଣି ଜିଲ୍ଲାର ସର୍ବାଧିକ ୮୫ ଜଣ ପଜିଟିଭ୍ ଠାବ ହୋଇଛନ୍ତି, ତା ପୁଣି ସମସ୍ତ ସ୍ଥାନୀୟ ଆକ୍ରାନ୍ତ । ଫଳରେ ଜିଲ୍ଲାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪୬୨୧ରେ ପହଞ୍ଚିଛି । ସେପଟେ ଜିଲ୍ଲାରେ ଆଉ ୩ କରୋନା ପଜିଟିଭ୍ଙ୍କ ମୃତୁ୍ୟ ପରେ ଏହି ସଂଖ୍ୟା ୪୯ ହୋଇଛି । ଏଥିରୁ ୩ ପଜିଟିଭ୍ ଅନ୍ୟ ରୋଗରେ ପ୍ରାଣ ହରାଇଛନ୍ତି । ଶୀଘ୍ର ଏହି ସଂଖ୍ୟା ହାଫ୍ ସେଞ୍ଚୁରି (ଅର୍ଦ୍ଧଶତକ) ଟପିବା ଆଶଙ୍କା ଦେଖାଦେଇଛି ।
ସଟ୍ଡାଉନ୍ ହେଉ କି ଲକ୍ଡାଉନ୍, କଣ୍ଟେନ୍ମେଣ୍ଟ୍ ଜୋନ୍ ଅଥବା ବଫର୍ ଜୋନ୍ ଘୋଷଣା କିମ୍ବା ସୀମା ସିଲ୍, ବ୍ୟାପକ ଯାଞ୍ଚ ଓ ଜରିମାନା ଆଦାୟ ସତ୍ତେ୍ୱ ଜିଲ୍ଲାରେ ସ୍ଥାନୀୟ ସଂକ୍ରମଣ ଉପରେ ରୋକ୍ ଲାଗିପାରୁନି । ଗତ ଦୁଇ ସପ୍ତାହ ହେଲେ ଜିଲ୍ଲାରେ ଯେତେ ପଜିଟିଭ୍ ବାହାରିଛନ୍ତି ସେଥିରୁ ପ୍ରବାସୀଙ୍କ ସଂଖ୍ୟା ନଗଣ୍ୟ । କରୋନା ଯୋଦ୍ଧାଙ୍କୁ ବାଦ୍ ଦେଲେ ବି ଆଖି ଝଲସାଇ ଦେବା ଭଳି ଲୋକାଲ୍ ଆକ୍ଟିଭ୍ କଣ୍ଟାକ୍ଟ ସଂକ୍ରମିତ ଠାବ ହେଉଛନ୍ତି । ବୁଧବାର ସ୍ୱାସ୍ଥ୍ୟ ବିଭାଗ ଟ୍ୱିଟ୍ ମୁତାବକ ଚିହ୍ନଟ ପଜିଟିଭ୍ଙ୍କ ମଧ୍ୟରେ ବ୍ରହ୍ମପୁରରେ ସବୁଠାରୁ ଅଧିକ ୮୫ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ଏହା ପଛକୁ ରହିଛି ଭଞ୍ଜନଗର (୩୦ ଆକ୍ଟିଭ୍ କଣ୍ଟାକ୍ଟ, ୩ ଯୋଦ୍ଧା) । ବୁଗୁଡ଼ାରୁ ୧୮ ସ୍ଥାନୀୟ ଓ ଜଣେ ଯୋଦ୍ଧା ସଂକ୍ରମିତ ହୋଇଛନ୍ତି ।
ସେହିପରି ଆସିକାରୁ ୮ ଯୋଦ୍ଧା ଓ ୯ ସ୍ଥାନୀୟ, ଗଞ୍ଜାମରୁ ୧୬ ସ୍ଥାନୀୟ ଓ ଜଣେ ଯୋଦ୍ଧା, ସୋରଡ଼ାରୁ ୧୩ ସ୍ଥାନୀୟ ଓ ୩ ଯୋଦ୍ଧା, ପାତ୍ରପୁରରୁ ୧୩ ସ୍ଥାନୀୟ, କବିସୂର୍ଯ୍ୟନଗରରୁ ୯ ଯୋଦ୍ଧା ଓ ୩ ସ୍ଥାନୀୟ, ପୋଲସରାରୁ ୧୦ ସ୍ଥାନୀୟ ଓ ୨ ଯୋଦ୍ଧା, ଶେରଗଡ଼ ୧୦ ସ୍ଥାନୀୟ, ହିଞ୍ଜିଳିକାଟୁରୁ ୮ ସ୍ଥାନୀୟ, ଛତ୍ରପୁରରୁ ୭ ସ୍ଥାନୀୟ ଓ ଜଣେ ଯୋଦ୍ଧା, ଦିଗପହଣ୍ଡି ଓ ଧରାକୋଟରୁ ୬ ଜଣ ଲେଖାଏଁ ସ୍ଥାନୀୟ, ଜଗନ୍ନାଥପ୍ରସାଦରୁ ୪ ସ୍ଥାନୀୟ ଓ ୨ ଯୋଦ୍ଧା, ଚିକିଟିରୁ ୫ ସ୍ଥାନୀୟ, ବେଲଗୁଣ୍ଠାରୁ ୩ ଯୋଦ୍ଧା ଓ ୨ ସ୍ଥାନୀୟ ସଂକ୍ରମିତ ଠାବ ହୋଇଛନ୍ତି । ପୁରୁଷୋତ୍ତମପୁରରୁ ଜଣେ ଯୋଦ୍ଧା ଓ ଜଣେ ସଂକ୍ରମିତ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଖଲିକୋଟ, କୁକୁଡ଼ାଖଣ୍ଡି ଓ ସାନଖେମୁଣ୍ଡିରୁ ଜଣେ ଲେଖାଏଁ ସଂକ୍ରମିତ ବାହାରିଛନ୍ତି । ଏମାନଙ୍କ ବ୍ୟତୀତ ଚିକିଟି, କବିସୂର୍ଯ୍ୟନଗର ଓ ପାତ୍ରପୁରରୁ ଜଣେ ଲେଖାଏଁ ପ୍ରବାସୀ ସଂକ୍ରମିତ ଠାବ ହୋଇଛନ୍ତି ।
ଗଞ୍ଜାମରେ ଆଉ ୩ କରୋନା ସଂକ୍ରମିତଙ୍କ ଜୀବନ ଯାଇଛି । ଜଣେ ୬୫ ବର୍ଷୀୟ ବୃଦ୍ଧ ଯେକି ମଧୁମେହରେ ଆକ୍ରାନ୍ତ ଥିଲେ ଏବଂ ଜଣେ ୮୬ ବର୍ଷୀୟ ବୃଦ୍ଧ ଯେକି ଉଚ୍ଚ ରକ୍ତଚାପରେ ପୀଡିତ ଥିଲେ ସେମାନଙ୍କ ମୃତୁ୍ୟ ଘଟିଛି । ଆଉ ଜଣେ କରୋନା ସଂକ୍ରମିତ ୭୨ ବର୍ଷୀୟ ବୃଦ୍ଧ ମସ୍ତିଷ୍କ ଆଘାତ (ସିଭିଅର୍ ଟ୍ରମାଟିକ୍ ବ୍ରେନ୍ ଇଞ୍ଜୁରୀ) ହେତୁ ପ୍ରାଣ ହରାଇଛନ୍ତି । ଜିଲ୍ଲାରେ ଏଯାବତ୍ ୪୬ ଜଣ ସଂକ୍ରମିତଙ୍କ କରୋନାରେ ଓ ୩ ଜଣ ସଂକ୍ରମିତଙ୍କ ଅନ୍ୟ ସ୍ୱାସ୍ଥ୍ୟ ସମସ୍ୟାରୁ ମୃତୁ୍ୟ ଘଟିଛି । ମୃତକଙ୍କ ମଧ୍ୟରେ ୭ ଯୋଦ୍ଧା ବି ଅଛନ୍ତି । ୪ ମହିଳା (ଜଣେ ବୃଦ୍ଧା) ଓ ୪୫ ପୁରୁଷ (୧୭ ବୃଦ୍ଧ) କରୋନାର ଶିକାର ହୋଇଛନ୍ତି ।
ଚଳିତ ମାସରେ ୩୪ ଜଣଙ୍କ ଜୀବନ ଗଲାଣି, ୩୧୪୮ ସଂକ୍ରମିତ ହେଲେଣି । ଅପରପକ୍ଷରେ ଜିଲ୍ଲାରେ ଆରୋଗ୍ୟ ସଂଖ୍ୟା ବୁଧବାର ପୁଣି ନୂଆ ଶିଖର ଛୁଇଁଛି । ଆଜି ୨୭୦ ଜଣ ସୁସ୍ଥ ହେବା ପରେ ଏହି ସଂଖ୍ୟା ଏବେ ୩ ହଜାର ଅଙ୍କ ପାଖାପାଖି (୨୯୭୧) ହୋଇଛି । ବର୍ତ୍ତମାନ ଜିଲ୍ଲାରେ ଆଉ ୧୬୦୧ ଜଣ କୋଭିଡ୍ ହସ୍ପିଟାଲ୍ ଓ କୋଭିଡ୍ କେୟାର୍ ସେଣ୍ଟର୍ମାନଙ୍କରେ ଚିକିତ୍ସାଧୀନ ଅଛନ୍ତି ।
Comments are closed, but trackbacks and pingbacks are open.