ନୂଆଦିଲ୍ଲୀ: ଭାରତର କିଛି ଅଞ୍ଚଳକୁ ନିଜର ବୋଲି ଦର୍ଶାଇ ନେପାଳ ସରକାର ନିକଟରେ ଏକ ନୂଆ ମାନଚିତ୍ର ଜାରି କରିଛନ୍ତି । ଏହାଯୋଗୁ ଭାରତ ଓ ନେପାଳ ସମ୍ପର୍କରେ ତିକ୍ତତା ସୃଷ୍ଟି ହୋଇଛି । ଅନେକ ମହଲରୁ ଅଭିଯୋଗ କରାଯାଉଛି କି ନେପାଳ ଦ୍ୱାରା ଏପରି ହରକତ କରାଯିବା ପଛରେ ଚୀନ୍ର ହାତ ରହିଛି ।
ତେବେ ନେପାଳର ଜଣେ ପ୍ରମୁଖ ଅର୍ଥନୀତିଜ୍ଞ ଡକ୍ଟର ପୋଷ ରାଜ ପାଣ୍ଡେ କହିଛନ୍ତି ଯେ ସୀମା ବିବାଦକୁ ନେଇ ଭାରତ ଓ ନେପାଳର ସମ୍ପର୍କ ବିଗିଡିବା ଠିକ୍ ହେବ ନାହିଁ । ନେପାଳ ସବୁବେଳେ ନିଜର ଅର୍ଥନୀତି ଓ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ପାଇଁ ଭାରତ ଉପରେ ନିର୍ଭରଶୀଳ । ଭାରତ ଦେଇ ନେପାଳ ବାଣିଜ୍ୟ କାରବାର ଚଳାଉଛି । ନେପାଳ ଦ୍ୱାରା କରାଯାଉଥିବା ସମୁଦାୟ ଆମଦାନୀର ଦୁଇ-ତୃତୀୟାଂଶ ଭାରତରୁ ଯାଉଥିଲାବେଳେ ମାତ୍ର ୧୪ଧ ଚୀନ୍ରୁ ଆସୁଛି । ନେପାଳକୁ ଅନ୍ୟ ଦେଶରୁ ଯେତିକି ସାମଗ୍ରୀ ଆସୁଛି, ତାହାର ୬୦ଧ କୋଲକାତା ବନ୍ଦର ଦେଇ ଆସୁଥିଲାବେଳେ ଚୀନ୍ ଦେଇ ମାତ୍ର ୨ଧ ସାମଗ୍ରୀ ଆସୁଛି । ସେହିପରି କୋଲକାତା ଦେଇ ବାଣିଜ୍ୟ ସାମଗ୍ରୀ ପଠାଇଲେ ଯେତିକି ଦୂରତା ଅତିକ୍ରମ କରିବାକୁ ପଡିବ, ଚୀନ୍ର ବନ୍ଦର ଦେଇ ସେପରି କଲେ ତାହାର ତିନି ଗୁଣ ଦୂରତା ଅତିକ୍ରମ କରିବାକୁ ପଡିବ । ଏହି କାରଣରୁ ଚୀନ୍ କେବେହେଲେ ଏଥିପାଇଁ ଭାରତର ବିକଳ୍ପ ହୋଇପାରିବ ନାହିଁ । ଭାରତ ଏହି ବିବାଦକୁ ନେଇ ଯଦି କଠୋର ପଦକ୍ଷେପ ନିଏ, ତାହାହେଲେ ନେପାଳକୁ ଗୁରୁତର ଆର୍ଥିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ । ତେଣୁ ସବୁକିଛି ଏବେ ଭାରତର ପ୍ରଭାବ ଉପରେ ନିର୍ଭର କରିବ ।
Comments are closed, but trackbacks and pingbacks are open.