ନୋଭେଲ୍ କରୋନା ଭାଇରସ୍ : କେବେ ଏବଂ କିପରି, କେଉଁ ବ୍ୟକ୍ତି କରାଇବେ କରୋନା ପରୀକ୍ଷଣ

Get real time updates directly on you device, subscribe now.

ଭୁବନେଶ୍ଵର : ସମଗ୍ର ବିଶ୍ଵକୁ ନୟାନ୍ତ କରିଥିବା କରୋନା ମହାମାରୀ ଭାରତରେ ମଧ୍ୟ ନିଜର କାୟା ବିସ୍ତାର କରିଛି। ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ଘଟି ୯୧୮ରେ ପହଞ୍ଚିଛି। ଏହା ସହିତ ମୃତ୍ୟୁ ସଂଖ୍ୟା ୧୯କୁ ବୃଦ୍ଧି ଘଟିଛି। ମାତ୍ର ସମସ୍ତେ ଜାଣି ରଖିବା ଉଚିତ୍ ଯେ, କେଉଁ ସମୟରେ ଏବଂ କିପରି କରୋନାର ପରୀକ୍ଷଣ କରାଯିବ। ସମସ୍ତ ବ୍ୟକ୍ତି କରୋନା ଟେଷ୍ଟ କରିବାର କୌଣସି ଆବଶ୍ୟକତା ନାହିଁ କାରଣ କେବଳ ସେହି ମାନେ କରୋନା ପରୀକ୍ଷଣ କରାଇବା ଏକାନ୍ତ ଜରୁରୀ ଯେଉଁମାନେ ନିକଟରେ ବିଦେଶରୁ ଫେରିଥିବେ। ଏହା ସହିତ ବିଦେଶ ଫେରାନ୍ତଙ୍କ ସଂସ୍ପର୍ଶରେ ଯେଉଁ ଲୋକ ଆସିଥିବେ।
ଯେଉଁ ବ୍ୟକ୍ତିଙ୍କଠାରେ କରୋନାର ଲକ୍ଷଣ ଦେଖାଯାଏ, ଯଥା ଥଣ୍ଡା ସହିତ ଶୁଖିଲା କାଶ, ଆଖି ଜଳାପୋଡା, ଛାତି ଯନ୍ତ୍ରଣା, ନିଃଶ୍ଵାସ ପ୍ରଶ୍ଵାସରେ କଷ୍ଟ ଅନୁଭବ କରିବା ଆଦି। କିନ୍ତୁ ଏହି ସବୁ ଲକ୍ଷଣ ବିଶେଷ କରି ସେହି ମାନଙ୍କଠାରେ ଦେଖାଯାଉଛି ଯେଉଁ ବ୍ୟକ୍ତି ବିଦେଶରୁ ଫେରିଛନ୍ତି କିମ୍ବା ବିଦେଶରୁ ଫେରିଥିବା ଲୋକଙ୍କ ସଂସ୍ପର୍ଶରେ ଆସିଛନ୍ତି।
ତେଣୁ ଗତ ୧୪ ଦିନରେ ଯେଉଁ ବ୍ୟକ୍ତି ବିଦେଶରୁ ଯାତ୍ରା କରିଛନ୍ତି, ସେମାନଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି, କରୋନା ରୋଗୀଙ୍କ ଚିକିତ୍ସା କରୁଥିବା ସ୍ଵାସ୍ଥ୍ୟ କର୍ମୀ ଆଦିଙ୍କୁ କରୋନା ପରୀକ୍ଷଣ କରାଇବା ଉଚିତ୍।ଏହା ସହିତ ଯିଏ ସଂକ୍ରମଣ ବ୍ୟକ୍ତି ଓ କରୋନା ପଜିଟିଭ୍ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବେ ସେମାନଙ୍କୁ କରୋନା ପରୀକ୍ଷଣ କରାଇ ନେବା ଜରୁରୀ। ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନର ସୁପାରିଶ କ୍ରମେ ସ୍ଵାସ୍ଥ୍ୟକର୍ମୀଙ୍କ ମଧ୍ୟ ପରୀକ୍ଷଣ କରାଯାଇଛି, ଯେଉଁମାନେ ପର୍ୟ୍ୟାପ୍ତ ସୁରକ୍ଷା ବିନା କରୋନା ରୋଗୀଙ୍କ ଚିକିତ୍ସାରେ ଲାଗିଛନ୍ତି।
ଦେଶର ଘରୋଇ ଓ ସରକାରୀ ଲ୍ୟାବ୍‌ରେ ଆପଣ କରୋନା ଟେଷ୍ଟ କରାଇ ପାରିବେ। ଏହି ଲ୍ୟାବ୍ ବିଷୟରେ ଜାଣିବା ପାଇଁ ଲଗ୍ ଇନ୍ କରନ୍ତୁ www.icmr.nic.in।
ଜରୁରୀକାଳୀନ ପାଇଁ ରାଜ୍ୟ ହେଲ୍ପ ଲାଇନ ନମ୍ବର ଓ ସ୍ଵାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସହ ଯୋଗାଯୋଗ କରନ୍ତୁ। ନିମ୍ନରେ ଦିଆଯାଇଥିବା କେନ୍ଦ୍ରର ଟୋଲ୍ ଫ୍ରି ନମ୍ବର ୨୪ ଘଣ୍ଟା କାର୍ୟ୍ୟରତ ରହିଛି।
ଟୋଲ୍ ଫ୍ରି ନମ୍ବର- ୧୦୭୫। ୦୧୧-୨୩୯୭୮୦୪୬

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons