ନ୍ୟାୟ ନପାଇବାରୁ ଯୁବକଙ୍କ ଉନ୍ମତ୍ତ କାଣ୍ଡ

Get real time updates directly on you device, subscribe now.

ରେଙ୍ଗାଲି,(ବି.ବି.ନୁ୍ୟଜ): ବର୍ଷ ବର୍ଷ ଧରି ବାରମ୍ବାର ଗୁହାରି କରି ନୟାନ୍ତ ହେବା ପରେ ଯୁବକ ଘଟାଇଲେ ଅଗ୍ନିକାଣ୍ଡ । ସ୍ପଷ୍ଟ ଦିବାଲୋକରେ ସମ୍ବଲପୁର ଜିଲ୍ଲା ରେଙ୍ଗାଲି ତହସିଲ କାର୍ଯ୍ୟାଳୟକୁ ପଶି ଲଗାଇଲେ ନିଆଁ । ଦଲାଲମାନେ ଜମି ଜାଲିଆତି କରି ବିକ୍ରି କରିଦେଇଛନ୍ତି ଓ ବାରମ୍ବାର ପ୍ରଶାସନ ପାଖରେ ନ୍ୟାୟ ପାଇଁ ଗୁହାରି କଲା ପରେ ମଧ୍ୟ କେହି ଶୁଣୁ ନାହାନ୍ତି । ଏଣୁ ତହସିଲ କାର୍ଯ୍ୟାଳୟରେ ନିଆଁ ଲଗାଇ ଦେଇଥିବା ନେଇ ଏକ ଭିଡିଓ ଯୁବକ ଜଣକ ସୋସିଆଲ ମିଡିଆରେ ଭାଇରାଲ କରିଛନ୍ତି । ଘଟଣାରେ ପୁଲିସ୍ ସମ୍ପୃକ୍ତ ଯୁବକ ରାଜୀବ କିସାନ (୪୦)କୁ ଗିରଫ କରିଛି । ଏଥିସହ ଟେମ୍ପୋ, ମାଚିସ୍, କ୍ରିକେଟ୍ ବ୍ୟାଟ୍, ଗୁଲେସ୍ ଆଦି ଜବତ ହୋଇଛି । କାର୍ଯ୍ୟାଳୟର ଫାଇଲ୍, କାଗଜପତ୍ର, କମ୍ପୁ୍ୟଟର୍, ଟେବୁଲ, ଚୌକି, ଜେରକ୍ସ ମେସିନ୍, ପଙ୍ଖା ଆଦି ପୋଡ଼ିଯାଇଛି । ଉପଜିଲ୍ଲାପାଳ ସୂର୍ଯ୍ୟବଂଶୀ ବିକାଶ ମୟୁର ଓ ଏସ୍ଡିପିଓ ତପନ ମହାନ୍ତି ଘଟଣାସ୍ଥଳକୁ ପହଞ୍ଚô ଅନୁଧ୍ୟାନ କରିଛନ୍ତି ।
ସୂଚନା ଯୋଗ୍ୟ, ୨୦୦୪ ମସିହାରୁ ରେଙ୍ଗାଲି ବ୍ଲକ ଘିଚାମୁରା ପଞ୍ଚାୟତ ଗୁମକାରମାର ରାଜୀବଙ୍କ ଜମି କିଛି ଦଲାଲ ବିକ୍ରି କରି ଦେଇଛନ୍ତି । ସେ ଅନେକ ଥର ତହସିଲ କାର୍ଯ୍ୟାଳୟକୁ ଆସି ତଦନ୍ତ କରି ନ୍ୟାୟ ଦେବାକୁ ଅନୁରୋଧ କରିଥିଲେ । ହେଲେ ତାଙ୍କୁ ନ୍ୟାୟ ମିଳି ନଥିଲା । ଆଜି ପୂର୍ବାହ୍ନ ପ୍ରାୟ ସାଢେ଼ ୯ଟାରୁ ୧୦ଟା ମଧ୍ୟରେ ରାଜୀବ ନିଜ ଅଟୋରେ ଏକ ବ୍ୟାନର୍ ଲଗାଇ ସ୍ତ୍ରୀ ଓ ଦୁଇ ଛୁଆଙ୍କୁ ଧରି ତହସିଲ କାର୍ଯ୍ୟାଳୟରେ ପହଞ୍ଚôଥିଲେ । ପେଟ୍ରୋଲ ଜାର ଓ ପେଟ୍ରୋଲ ଭିଜା ବସ୍ତା ଧରି କାର୍ଯ୍ୟାଳୟକୁ ପଶିଥିଲେ । ଏଷ୍ଟାବ୍ଲିଶ୍ମେଣ୍ଟ, କମ୍ପୁ୍ୟଟର ଓ ରେକର୍ଡ ରୁମ୍ ପାଖକୁ ଯାଇ ସେଠାରେ ଥିବା କର୍ମଚାରୀଙ୍କୁ ବାହାରକୁ ଯାଅ ବୋଲି କହି ପେଟ୍ରୋଲ ଢାଳିବା ପରେ ଦିଆସିଲି ମାରି ଦେଇଥିଲେ । ଏହାପରେ ବାହାରକୁ ଆସି ନ୍ୟାୟ ନ ମିଳିବାରୁ ଏପରି କରିଛି, ମୋର ଯାହା ହେବ ଦେଖାଯିବ ବୋଲି କହି ଭିଡିଓ ଭାଇରାଲ କରିଥିଲେ । କର୍ମଚାରୀମାନେ ତହସିଲଦାର ସୁନୀଲ ମେହେରଙ୍କୁ ଜଣାଇଥିଲେ । ତହସିଲଦାର ସଙ୍ଗେ ସଙ୍ଗେ ପୁଲିସ୍ ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ରେଙ୍ଗାଲି ଥାନାଧିକାରୀ ପହଞ୍ଚô ଯୁବକଙ୍କୁ ଗିରଫ କରିଥିଲେ । ଅଗ୍ନିଶମ କର୍ମଚାରୀ ଆସି ପ୍ରାୟ ୧ ଘଣ୍ଟା ପରିଶ୍ରମ କରି ନିଆଁକୁ ଆୟତ୍ତ କରିଥିଲେ ।
ଏ ନେଇ ତହସିଲଦାର ଶ୍ରୀ ମେହେରଙ୍କୁ ପଚାରିବାରୁ ଅଗ୍ନିକାଣ୍ଡ ଘଟାଇଥିବା ଯୁବକଙ୍କ ଅଭିଯୋଗ ମୋ ପାଖକୁ ଆସିନାହିଁ । ଯଦି ପୂର୍ବରୁ ସେ ଅଭିଯୋଗ କରିଥିବେ ତାହା କହି ହେବନାହିଁ । ଏହାର ତଦନ୍ତ କରାଯିବ ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons