ଭୁବନେଶ୍ୱର,(ବି.ବି.ବୁ୍ୟରୋ): ପଞ୍ଚାୟତିରାଜ ବ୍ୟବସ୍ଥାର ଅସଲ ଉଦେ୍ଧଶ୍ୟ ହେଉଛି ଶାସନ ବ୍ୟବସ୍ଥାର ବିକେନ୍ଦ୍ରୀକରଣ । ଶାସନ ବ୍ୟବସ୍ଥାର ବିକେନ୍ଦ୍ରୀକରଣ ହେଲେ ସାଧାରଣ ଜନତା ପାଖରେ ଯୋଜନା ପହଞ୍ଚିପାରିବ । ମାତ୍ର ଏବେ ପଞ୍ଚାୟତ କ୍ଷମତାକୁ ରାଜ୍ୟ ସରକାର ସଚିବାଳୟରେ ଠୁଳ କରିବାକୁ ବସିଛନ୍ତି । ଦିନକୁ ଦିନ ପଞ୍ଚାୟତର କ୍ଷମତାକୁ ସରକାର ସଙ୍କୁଚିତ କରିବାରେ ଲାଗିଛନ୍ତି । ଗାଁର କଥା ଗାଁ ରୁ ନୁହେଁ ସଚିବାଳୟରୁ ନିୟନ୍ତ୍ରଣ କରିବା ପାଇଁ ସରକାର ଚେଷ୍ଟା କରି ପଞ୍ଚାୟତକୁ ପଙ୍ଗୁ କରୁଛନ୍ତି । ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିି ଏ ଅଭିଯୋଗ କରିଛନ୍ତି ।
ରାଜ୍ୟ କାର୍ଯ୍ୟାଳୟରେ ଅନୁÂିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାନ୍ତିି କହିଛନ୍ତିି, ବିଜୁ ଜନତା ଦଳ ପଞ୍ଚାୟତିରାଜ ବ୍ୟବସ୍ଥାକୁ ଦଳର ସ୍ୱାର୍ଥ ରକ୍ଷା ଓ ଭୋଟ ବ୍ୟାଙ୍କ ରାଜନୀତି ପାଇଁ ବ୍ୟବହାର କରୁଛି । ଅଫିସର ରାଜ ଚଳାଇବା ପାଇଁ ପଞ୍ଚାୟତିରାଜ ପ୍ରତିନିଧିଙ୍କୁ ଅଣଦେଖା କରାଯାଉଛି । ମାର୍ଚ୍ଚ ୫, ବିଜୁ ବାବୁଙ୍କ ଜୟନ୍ତୀକୁ ରାଜ୍ୟ ସରକାର ପଞ୍ଚାୟତିରାଜ ଦିବସ ଭାବେ ପାଳନ କରୁଛନ୍ତି । ମାତ୍ର ରାଜ୍ୟ ସରକାର ଯୋଜନାବଦ୍ଧ ଭାବେ ଏ ଅନୁÂାନକୁ ଚାପି ଦେବାକୁ ବସିଛନ୍ତି । ପଞ୍ଚାୟତଗୁଡ଼ିକୁ ମୋଦି ସରକାର ସିଧାସଳଖ ୪୦ ଲକ୍ଷରୁ ୧ କୋଟି ଟଙ୍କାର ଅନୁଦାନ ଦେଉଛନ୍ତି । ସେହି ଅର୍ଥକୁ ରାଜ୍ୟ ସରକାର ପଞ୍ଚୟତ ମାଧ୍ୟମରେ ଖର୍ଚ୍ଚ ନକରି ଅନ୍ୟବାଟରେ କରୁଛନ୍ତି ବୋଲି ଶ୍ରୀ ମହାନ୍ତି ଅଭିଯୋଗ କରିଛନ୍ତି ।
ଶ୍ରୀ ମହାନ୍ତି ଅଭିଯୋଗ କରିଛନ୍ତି, ପଞ୍ଚାୟତିରାଜ ବିଭାଗ, ବିଡିଓମାନଙ୍କୁ ଲେଖିଥିବା ଏକ ନିଦେ୍ର୍ଧଶନାମା ଅନୁସାରେ ପ୍ରତି ପଞ୍ଚାୟତକୁ ଅର୍ଥ କମିଶନ ସୁପାରିସ ଆଧାରରେ ମିଳୁଥିବା ଅର୍ଥରୁ ୧୦ ଲକ୍ଷ ଟଙ୍କା ଗ୍ରାମୀଣ ପାନୀୟ ଜଳ ଯୋଗାଣ ବିଭାଗକୁ ଦେବା ପାଇଁ ବାଧ୍ୟ । ପଞ୍ଚାୟତ ନିଜେ ପିଇବା ପାଣି ପ୍ରକଳ୍ପ ନିର୍ମାଣ କରିଲେ ଅସୁବିଧା କେଉଁଠି ବୋଲି ସେ ପ୍ରଶ୍ନ କରିଛନ୍ତି । ଏବେ ଆଉ ଗ୍ରାମସଭା କି ପଲ୍ଲୀସଭା କରାଯାଉନି ବୋଲି ସମୀର ଅଭିଯୋଗ କରିଛନ୍ତି । ୨୦ ବର୍ଷ ହେବ କ୍ଷମତାରେ ରହି ପଞ୍ଚାୟତ ମାନବ ସମ୍ବଳକୁ କାହିଁକି ବଳୁଆ କରାଯାଇନି ବୋଲି ସେ ପ୍ରଶ୍ନ ମଧ୍ୟ ଉଠାଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସଂପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର ଏବଂ ମୁଖପାତ୍ର ଗୋଲକ ମହାପାତ୍ର ଉପସ୍ଥିତ ଥିଲେ ।
Comments are closed, but trackbacks and pingbacks are open.