ପଞ୍ଜାବରେ ଲକ୍ଡାଉନ୍ ୨ ସପ୍ତାହ ବଢ଼ିଲା

Get real time updates directly on you device, subscribe now.

ଚଣ୍ଡିଗଡ଼: କରୋନା ମହାମାରୀ ବ୍ୟାପିବା ଯୋଗୁ ପଞ୍ଜାବ ସରକାର ଲକ୍ଡାଉନ୍ ଏବଂ କର୍ଫୁ୍ୟକୁ ଦୁଇ ସପ୍ତାହ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି । ଦେଶବ୍ୟାପୀ ଲକ୍ଡାଉନ୍ ମେ ୩ ତାରିଖରେ ଶେଷ ହେବାକୁ ଥିବା ବେଳେ ଏହା ପୂର୍ବରୁ ପଞ୍ଜାବର ଅମରିନ୍ଦର ସିଂହ ସରକାର ଆଗୁଆ ଲକ୍ଡାଉନ୍ ଅବଧି ବୃଦ୍ଧି କରିଛନ୍ତି । ମେ ୧୭ ତାରିଖ ପର୍ଯ୍ୟନ୍ତ ଲକ୍ଡାଉନ୍ ଜାରି ରହିବ ।
ପଞ୍ଜାବରେ ଲକ୍ଡାଉନ୍ ଏବଂ କର୍ଫୁ୍ୟ ବଳବତ୍ତର ରହିଲେ ବି ଲୋକମାନେ ସକାଳ ୪ ଘଣ୍ଟା କୋହଳ ସମୟ ପାଇବେ । ସକାଳ ୭ଟାରୁ ୧୧ ପର୍ଯ୍ୟନ୍ତ କଟକଣା କୋହଳ ହେବ । ଫଳରେ ଲୋକମାନେ ବାହାରକୁ ଯାଇ ଅତ୍ୟାବଶ୍ୟକ ସାମଗ୍ରୀ କିଣାକିଣି କରିପାରିବେ । କିନ୍ତୁ କିଣାକିଣି ବେଳେ ସାମାଜିକ ଦୂରତା ବଜାୟ ରଖିବାକୁ ହେବ ବୋଲି ସତର୍କ କରାଇ ଦିଆଯାଇଛି । ଏହି ୪ ଘଣ୍ଟାରେ ଦୋକାନ ବଜାର ବି ଖୋଲା ରହିଥିବ । କିନ୍ତୁ ଅନ୍ୟ ସମୟରେ ଏଗୁଡ଼ିକ ବନ୍ଦ ରହିବ । ଲକ୍ଡାଉନ୍ ଅବଧି ବଢ଼ାଇବା କ୍ଷେତ୍ରରେ ପଞ୍ଜାବ ପ୍ରଥମ ରାଜ୍ୟ ଭାବେ ପରିଗଣିତ ହୋଇଛି ।
ଗତ ସୋମବାର ଏକ ଭିଡିଓ କନ୍ଫରେନ୍ସ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ । ଏହି ସମୟରେ ପାଖାପାଖି ୧୦ଟି ରାଜ୍ୟ ଲକ୍ଡାଉନ୍ ବୃଦ୍ଧି ସପକ୍ଷରେ ଯୁକ୍ତି ବାଢ଼ିଥିଲେ । ଆଉ କିଛି ରାଜ୍ୟ ନିୟମ କୋହଳ ସହିତ ଲକ୍ଡାଉନ୍ ଜାରି ରଖିବା ସପକ୍ଷରେ ମତ ଉପସ୍ଥାପନ କରିଥିଲେ । ଏଭଳି ସ୍ଥିତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଲକ୍ଡାଉନ୍ ଅବଧି ବଢ଼ାଇ ଦେଇଛନ୍ତି । ତେବେ ଲୋକମାନେ ବାହାରକୁ ବାହାରିବା ସମୟରେ ମାସ୍କ ପିନ୍ଧିବା ବାଧ୍ୟ ବୋଲି କୁହାଯାଇଛି ।
ପଞ୍ଜାବରେ ଆଜି ୧୨ଟି ନୂଆ କରୋନା ମାମଲା ଦେଖିବାକୁ ମିଳିଛି । ଫଳରେ ଏଠାରେ ସଂକ୍ରମିତ ସଂଖ୍ୟା ବୃଦ୍ଧି ପାଇ ୩୪୨ ପାର୍ କରିଛି । ଜଣେ ଅଧିକାରୀଙ୍କ କହିବାନୁଯାୟୀ ବୁଧବାର ଜଳନ୍ଧରରେ ୭ କରୋନା ପଜିଟିଭ୍ ଚିହ୍ନଟ କରାଯାଇଥିବା ବେଳେ ତରନତାରନ ଜିଲ୍ଲା ଏବଂ ମୋହାଲିରେ ଦୁଇଟି ଲେଖାଏଁ ନୂଆ ମାମଲା ସାମ୍ନାକୁ ଆସିଛି । ସେହିଭଳି ହୋସିଆରପୁର ଜିଲ୍ଲରେ ଜଣେ ରୋଗୀ ଚିହ୍ନଟ ହୋଇଛନ୍ତି । ସେ କହିଛନ୍ତି, ଜଳନ୍ଧର ଜିଲ୍ଲାରେ ସର୍ବାଧିକ ୮୫ ରୋଗୀ ରହିଥିବା ବେଳେ ମୋହାଲିରେ ୬୫, ପଟିଆଲାରେ ୬୧, ପଠାନକୋଟରେ ୨୫, ଏସ୍ବିଏସ୍ ନଗରରେ ୨୦, ଲୁଧିଆନାରେ ୧୮, ଅମୃତସରରେ ୧୪, ମନସାରେ ୧୩, ହୋସିଆରପୁରରେ ୮ ରୋଗୀ ରହିଛନ୍ତି । ସେହିଭଳି ତରନତାରନରେ ୭, କପୁରଥଲାରେ ୬, ମୋଗାରେ ୪ ଏବଂ ରୂପନଗର, ସଙ୍ଗରୁର ଏବଂ ଫରିଦକୋଟରେ ୩ ଲେଖାଏଁରେ ରୋଗୀ ରହିଛନ୍ତି । ଫତେଗଡ଼, ସାହିବ ଏବଂ ବରନାଲାରେ ଦୁଇଜଣ ଲେଖାଏଁ ଏବଂ ମୁକ୍ତସର, ଗୁରଦାସପୁର ଏବଂ ଫିରୋଜପୁରରେ ଜଣେ ଲେଖାଏଁ କୋଭିଡ-୧୯ ରୋଗୀ ଅଛନ୍ତି ।
ରାଜ୍ୟରେ ଏ ପର୍ଯ୍ୟନ୍ତ ୧୭,୦୨୧ ନମୁନା ପରୀକ୍ଷା କରାଯାଇଛି । ଏମାନଙ୍କ ମଧ୍ୟରୁ ୧୩,୯୬୬ ଲୋକଙ୍କ ନମୁନା ରିପୋର୍ଟ ନେଗେଟିଭ୍ ଆସିଥିବା ବେଳେ ୨,୭୧୩ ଜଣଙ୍କ ରିପୋର୍ଟ ଆସିନାହିଁ । ରାଜ୍ୟରେ ଏବେ ୨୧୯ ରୋଗୀ ସଂକ୍ରମିତ ଅଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons