ପଟିଆରେ ଏକ୍ସପେରିଏନ୍ସିଆଲ ‘ସ୍ଲିପ୍ୱେଲ୍ ୱାର୍ଲ୍ଡ’

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଦେଶର ଅଗ୍ରଣୀ ମ୍ୟାଟ୍ରେସେସ୍ କମ୍ପାନି ‘ସ୍ଲିପ୍ୱେଲ୍’ ଓଡ଼ିଶାରେ ନିଜର ପ୍ରଥମ ଏକ୍ସପେରିଏନ୍ସିଆଲ ସୋ’ରୁମ୍ ଖୋଲିଛି । ଏହି ସ୍ୱତନ୍ତ୍ର ସ୍ଲିପ୍ୱେଲ୍ ସୋ’ରୁମ୍ ଗ୍ରାହକଙ୍କୁ ଅନନ୍ୟ ସପିଙ୍ଗ୍ ଅନୁଭୂତି ପ୍ରଦାନ କରିବ । ପଟିଆ କିଟ୍ ଛକସ୍ଥିତ ହରିୟାଣା ହ୍ୟାଣ୍ଡଲୁମ୍ସର ‘ଓପୁଲେଣ୍ଟ ଡେକର୍’ରେ ଅବସ୍ଥିତ ଏହି ଅପ୍ଗ୍ରେଡେଡ୍ ‘ସ୍ଲିପ୍ୱେଲ୍ ୱାର୍ଲ୍ଡ’କୁ କମ୍ପାନିର ଏକ୍ସକ୍ଲୁସିଭ୍ ବିଜ୍ନେସ୍ ଆଉଟ୍ଲେଟ୍ (ଇବିଓ) ମୁଖ୍ୟ ଦେବଦୂତ ରୟ ଉଦ୍ଘାଟନ କରିଛନ୍ତି ।
ଶ୍ରୀ ରୟ କହିଛନ୍ତି, ପୂର୍ବରୁ ଓଡ଼ିଶାର ବିଭିନ୍ନ ସ୍ଥାନରେ ସ୍ଲିପ୍ୱେଲ୍ର ୧୫ଟି ଏକ୍ସକ୍ଲୁସିଭ୍ ସୋ’ରୁମ୍ ରହିଥିଲା । ସେଗୁଡ଼ିକରେ କମ୍ପାନିର ବିଭିନ୍ନ ରେଞ୍ଜର ଉପôାଦ ଡିସ୍ପ୍ଲେ ରହୁଥିଲା । କିନ୍ତୁ ଗ୍ରାହକଙ୍କୁ ଉପôାଦଗୁଡ଼ିକର ବ୍ୟବହାରିକ ଅଭିଜ୍ଞତା ମିଳୁ ନ ଥିଲା । ଏହାକୁ ଦୃଷ୍ଟିରେ ରଖି ସ୍ଲିପ୍ୱେଲ୍ ଭୁବନେଶ୍ୱର ପଟିଆଠାରେ ଏହି ଏକ୍ସପେରିଏନ୍ସିଆଲ ସୋ’ରୁମ୍ ଖୋଲିଛି । ଏଠାରେ ଗ୍ରାହକମାନେ ଉପôାଦଗୁଡ଼ିକ ସମ୍ପର୍କରେ ସବିଶେଷ ଜାଣିବା ସହ ଏହାର ରିଅଲ୍ ଟାଇମ୍ ଅନୁଭୂତି ନେଇପାରିବେ ।
ସ୍ଲିପ୍ୱେଲ୍ ମ୍ୟାଟ୍ରେସେସ୍ର ଓଡ଼ିଶା ବ୍ୟବସାୟ ସମ୍ପର୍କରେ ସୂଚନା ଦେଇ କମ୍ପାନିର ଇବିଓ ମୁଖ୍ୟ କହିଛନ୍ତି, ରାଜ୍ୟର ସଂଗଠିତ ମ୍ୟାଟ୍ରେସେସ୍ ବଜାର ଏବେ ବାର୍ଷିକ ୪୦-୪୫ କୋଟି ଟଙ୍କାରେ ପହଞ୍ଚିଛି । ସେଥିରେ ସ୍ଲିପ୍ୱେଲ୍ ଏକାକୀ ୩୨-୩୩ଧ ଅଂଶୀଦାର । କମ୍ପାନି ପାଇଁ ଓଡ଼ିଶା ଏକ ପ୍ରମୁଖ ବଜାର । ୧୧୦ ଡିଲରଙ୍କ ଜରିଆରେ ରାଜ୍ୟର ସବୁ ଜିଲ୍ଲାରେ ସ୍ଲିପ୍ୱେଲ୍ ନିଜ ବ୍ୟବସାୟ ଚଳାଇଛି । ନୂଆ ସୋ’ରୁମ୍ ଖୋଲିବା ସହ ନୂଆ ରେଞ୍ଜର ଉପôାଦ ଜରିଆରେ ଚଳିତ ଆର୍ଥିକ ବର୍ଷ କମ୍ପାନି ରାଜ୍ୟର ମ୍ୟାଟ୍ରେସେସ୍ ବଜାରରେ ନିଜ ଅଂଶୀଦାରକୁ ୩୫ଧରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛି ।
ଯଦିଓ ଆର୍ଥିକ ମାନ୍ଦାବସ୍ଥା ଯୋଗୁ ମ୍ୟାଟ୍ରେସେସ୍ ବଜାର ସାମାନ୍ୟ ପ୍ରଭାବିତ ହୋଇଛି ପାର୍ବଣରେ ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ସ୍ଲିପ୍ୱେଲ୍ ଆକର୍ଷଣୀୟ ଅଫର୍ ଦେଉଛି । ପାର୍ବଣ ସମୟରେ ମ୍ୟାଟ୍ରେସେସ୍ କିଣି ଗ୍ରାହକ ତକିଆ, କମ୍ଫର୍ଟର ଭଳି ଉପôାଦ ମାଗଣାରେ ପାଇପାରୁଛନ୍ତି । ଏହା ଦ୍ୱାରା କମ୍ପାନି ନିଜ ବ୍ୟବସାୟକୁ ଉତ୍ତମ ସ୍ଥିତିରେ ରଖିପାରିବ ବୋଲି ଶ୍ରୀ ରୟ କହିଛନ୍ତି । ଏ ଅବସରରେ ହରିୟାଣା ହ୍ୟାଣ୍ଡଲୁମ୍ସର ପ୍ରୋପ୍ରାଇଟର ଲାଜପତ୍ ଚାୱଲା ଓ ଗୌରବ ଚାୱଲା ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons