ପଡେ଼ାଶୀକୁ ଠେଙ୍ଗାରେ ପିଟି ପିଟି ହତ୍ୟା

Get real time updates directly on you device, subscribe now.

ବୀରମିତ୍ରପୁର,(ବି.ବି.ନୁ୍ୟଜ୍): ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ପୌରାଞ୍ଚଳ ଅନ୍ତର୍ଗତ ତଲସେରା ଗାଁରେ ଜଣେ ବ୍ୟକ୍ତିଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ମୃତକଙ୍କ ନାଁ ପ୍ରହ୍ଲାଦ ଲାଖୁଆ (୪୫) । ଅଭିଯୁକ୍ତର ନାଁ ରଞ୍ଜିତ ପ୍ରଧାନ । ସୂଚନା ଅନୁସାରେ, ଗାଁର ରଞ୍ଜିତ ପ୍ରଧାନଙ୍କର ପଡେ଼ାଶୀ ପ୍ରହ୍ଲାଦଙ୍କ ସହକୌଣସି କଥାକୁ ନେଇ ଗତକାଲି ରାତିରେ ବଚସା ହୋଇଥିଲା । ଏଥିରେ ଉତ୍କ୍ଷିକ୍ତ ହୋଇ ରଞ୍ଜିତ ପ୍ରହ୍ଲାଦଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କରିଥିଲା । ଖବର ପାଇ ଆଜି (ଶୁକ୍ରବାର) ସକାଳେ ବୀରମିତ୍ରପୁର ପୋଲିସ ଏବଂ ସାଇଣ୍ଟିଫ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହା ସହ ଅଭିଯୁକ୍ତକୁ ଗିରଫ କରି ତଦନ୍ତ ଜାରି ରଖିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons