ଦାରିଙ୍ଗବାଡି, (ବି.ବି.ନୁ୍ୟଜ୍): ବିଲ ହୁଡା ପଥର ଖୋଲରୁ ବାହାରୁଛି ଡିଜେଲ । ଏଭଳି ଆଶ୍ଚର୍ଯ୍ୟ ହେଲା ଭଳି ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଲଦପାଙ୍ଗା ଗ୍ରାମ ନିକଟରେ ।
ଏକ ପଥର ଖୋଲରୁ ଅବିରତ ଭାବେ ପାଣି ମିଶ୍ରିତ ଡିଜେଲ ବାହାରୁଛି । ନିକଟସ୍ଥ ଗ୍ରାମର ଦୁବାସା ନାୟକ ବିଲ ମାଳ ଚୁଆ ପାଖକୁ ଗାଧୋଇ ଯାଉଥିବା ବେଲେ ଡିଜେଲ ଗନ୍ଧ ହୋଇଥିଲା । ଏହା ପରେ ଦୁବାସା ପଥର ଖୋଲ ପାଖକୁ ଯାଇ ଦେଖିବା ବେଳେ ପାଣି ସହ ଡିଜେଲ ବାହାରୁଥିବା ଦେଖିବାକୁ ପାଇଥିଲେ । ଏହି ଘଟଣା ବିଜୁଳି ବେଗରେ ପ୍ରଚାରିତ ହେବ ପରେ ଶହଶହ ଲୋକଙ୍କ ସେଠାରେ ଭିଡ଼ ହୋଇଯାଇଥିଲା । ସ୍ଥାନୀୟ ଲୋକ ବାଲଟି, ଜାରକିନ୍, ବୋତଲମାନଙ୍କରେ ବୋହିବାକୁ ଲାଗିଛନ୍ତି । ଏଭଳି ଭାବେ ଡିଜେଲ ଗୁଡିକ ବିଲମାଳରେ ମଧ୍ୟ ବୋହିକି ଯାଇଥିବା ହେତୁ ଧାନ ତଳି ନଷ୍ଟ ହୋଇଯାଇଛି । ଫସଲ ନଷ୍ଟ ହେବାସହ ଚାଷୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି ।
ଡିଜେଲ ବାହାରୁ ଥିବା ସ୍ଥାନ ଠାରୁ ୪ ଶହ ମିଟର ଦୂରରେ ପେଟ୍ରୋଲ ଟାଙ୍କି ରହିଛି । ଉକ୍ତ ଟାଙ୍କିରୁ ଡିଜେଲ ଲିକେଜ୍ ହୋଇ ଏଠାରେ ବାହାରୁଥିବା ଚର୍ଚ୍ଚା ହେଉଛି । ଏନେଇ ପେଟ୍ରୋଲ ପମ୍ପ ମାଲିକଙ୍କୁ ପଚାରିବାରେ ଏହାକୁ ଖଣ୍ଡନ କରିଛନ୍ତି । ତାଙ୍କ ପେଟ୍ରୋଲ ଓ ଡିଜେଲ ମହଜୁଦ ପରିମାଣ ଠିକ୍ ରହିଥିବା ପ୍ରକାଶ କରିଛନ୍ତି । ଘଟଣାସ୍ଥଳରେ ଆଇଆଇସି କୌଶିକ ମାଝି, ବ୍ଲକ ଯୋଗାଣ ଅଧିକାରୀ ନିହାର ରଞ୍ଜନ ବେହେରା ପହଞ୍ଚି ତଦାରଖ କରିଛନ୍ତି । ଏନେଇ ବିପିସିଏଲ୍ (ଭାରତ ପେଟ୍ରୋଲ କର୍ପୋରେସନ୍ ଲିମିଟେଡ୍)କୁ ସୂଚନା ଦିଆଯାଇଛି । ଆସନ୍ତାକାଲି ଏକ ତାଙ୍କର ଏକ ଟିମ୍ ପହଞ୍ଚି ଏହାର ଅନୁଧ୍ୟାନ କରିବେ ବୋଲି ସୂଚନା ଦେଇଥିବା ବ୍ଲକ ଯୋଗାଣ ଅଧିକାରୀ ସୂଚନା କହିଛନ୍ତି ।
Comments are closed, but trackbacks and pingbacks are open.