ପଥର ଓ ବାଲି ଚୋରା ଚାଲାଣ ଉପରେ ପୋଲିସର ଚଢ଼ଉ:୨୧ ଗିରଫ

Get real time updates directly on you device, subscribe now.

ପୁରୀ : ବାଲି ଚୋରା ଚାଲାଣ ଉପରେ ପୁରୀ ପୋଲିସର କଡା ନଜର। ଗତ ୨ଦିନ ହେଲା ବିଭିନ୍ନ ସ୍ଥାନରେ ଚଢାଉ କରି ଅନେକ ଟ୍ରକ ଜବତ ସହ ୨୧ଜଣଙ୍କୁ ଗିରଫ କରିଛି ।
ଖବର ଅନୁଯାୟୀ, ଶନିବାର ଦିନ ବାଲି ଚୋରା ଚାଲାଣ ଅଭିଯୋଗ ରେ ୭ ଜଣଙ୍କୁ ଗିରଫ କରିଛି ପୋଲିସ। ଗାଡିକୁ ଜବତ କରାଯାଇ ଥିବା ବେଳେ ଗାଡି ଡ୍ରାଇଭର , ହେଲ୍ପର ଓ ମାଲିକକୁ ଗିରଫ କରାଯାଇଛି। ସେହିପରି କୁମ୍ଭାର ପଡାଥାନା ପୋଲିସ ବାଲି ଚୋରା ଚାଲାଣ ଅଭିଯୋଗର ଏକ ମାମଲାରେ ଟିପର ଜବତ ସହ ଏହାର ମାଲିକ , ଦୁଇ ଡ୍ରାଇଭର ଓ ଜଣେ ହେଲ୍‌ପରକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।
ଅନ୍ୟପଟେ ପୁରୀ ସି ବିଚ ଥାନା ଅନ୍ତର୍ଗତ ସମୁଦ୍ର କୁଳ ରୁ ବାଲି ଚୋରା ଚାଲାଣ ଅଭିଯୋଗରେ ଏକ ଟ୍ରକ ଜବତ ସହ ଜଣେ ଡ୍ରାଇଭର ଓ ଗାଡି ମାଲିକକୁ ଗିରଫ କରାଯାଇଛି। ଗତ ଦୁଇ ଦିନ ହେବ ପୁରୀ ପୋଲିସ ପକ୍ଷରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ଚୋରା ବାଲି ଏବଂ ପଥର ଚାଲାଣ ଅଭିଯୋଗରେ ୨୧ ଜଣଙ୍କୁ ଗିରଫ କରାଯାଇଛି। ଚୋରା ବାଲି ଚାଲାଣ ଓ ପଥର ଚାଲାଣ ନେଇ ପୁରୀ ପୋଲିସ ସ୍ୱତନ୍ତ୍ର ନଜର ରଖିଛି। ଏଭଳି ବେଆଇନ କାର୍ୟ୍ୟ ହେଲେ ସଂଗେ ସଂଗେ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ପୁରୀ ଏସପି ଅଖିଳେଶ୍ୱର ସିଂ ସୂଚନା ଦେଇଛନ୍ତି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons