ପଥର ଖାଦାନରୁ ନାବାଳକର ମୃତଦେହ ଉଦ୍ଧାର

Get real time updates directly on you device, subscribe now.

ଅଳତୀ,(ବି.ବି.ନୁ୍ୟଜ୍): କେନ୍ଦୁଝର ଜିଲ୍ଲା ଘଷିପୁରା ବ୍ଲକ୍ ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ କଇଁସିଆରି ଗ୍ରାମ ନିକଟସ୍ଥ ଏକ ପଥର ଖାଦାନ ଭିତରୁ ନାବାଳକର ମୃତଦେହ ଉଦ୍ଧାର କରାଯାଇଛି । ମୃତ ନାବାଳକ ସେହି ଗ୍ରାମର ବାବୁଲି ପାତ୍ରଙ୍କ ପୁଅ ଚନ୍ଦନ ପାତ୍ର (୧୫) । ସେ ଗତକାଲି ସନ୍ଧ୍ୟାରୁ ନିଖୋଜ ହୋଇଯାଇଥିଲେ । ଘର ଲୋକ ବହୁ ଖୋଜାଖାଜି କରିବା ପରେ ମଧ୍ୟ ଚନ୍ଦନର ପତ୍ତା ମିଳିନଥିଲା । ଆଜି ସକାଳୁ ଗ୍ରାମବାସୀ ପଥର ଖାଦାନରେ ଏକ ମୃତଦେହ ଭାସୁଥିବା ଦେଖି ସଙ୍ଗେ ସଙ୍ଗେ ରାମଚନ୍ଦ୍ରପୁର ପୁଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ଏସ୍ଆଇ ଶ୍ରୀକାନ୍ତ ସାହୁ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲେ । ଏହା ଚନ୍ଦନର ମୃତଦେହ ବୋଲି ଜଣାପଡିବା ପରେ ପୁଲିସ ମୃତଦେହ ବ୍ୟବଚ୍ଛେଦ କରିବା ପାଇଁ ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲା । ଏ ନେଇ ଅପମୃତୁ୍ୟ ମାମଲା ରୁଜୁ କରି ରାମଚନ୍ଦ୍ରପୁର ପୁଲିସ ଘଟଣାର ତଦନ୍ତ ଜାରି ରଖିଛି । ପରିବାର ଲୋକଙ୍କ କହିବା ଅନୁଯାୟୀ, ଗତକାଲି ଅପରାହ୍ନରେ ଚନ୍ଦନ ଶୌଚ ହେବା ପାଇଁ ଯାଉଛି କହି ଘରୁ ବାହାରିଥିଲା । ସାରା ରାତି ଘରକୁ ଫେରି ନଥିବାବେଳେ ଆଜି ସକାଳୁ ତାର ମୃତଦେହ ମିଳିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons