ପଥର ପକାଇ ପୋତିଲେ ନାଲି ପତାକା

Get real time updates directly on you device, subscribe now.

କୋରାପୁଟ,(ବି.ବି.ନୁ୍ୟଜ): କୋରାପୁଟ ଜିଲ୍ଲା ପ;ାଙ୍ଗି ବ୍ଲକ ସମ୍ବାଇ ସୀମାରେ ଆନ୍ଧ୍ର ଗ୍ରାମବାସୀଙ୍କ ଦାଦାଗିରି ଜାରି ରହିଛି । ସୀମାନ୍ତ ଜଙ୍ଗଲ ଜମିକୁ ନିଜ ଅକ୍ତିଆରକୁ ନେବାକୁ ଆଜି ଆନ୍ଧ୍ରର ଡେ଼କାପାର, କୋଲାପୁଟ, ବଡ଼ଲମ୍ବା, ବୁଷିଗୁଣ୍ଠା ଗ୍ରାମବାସୀ ଗୁଗୁଲ୍ ମ୍ୟାପ ଦେଖି ଓଡ଼ିଶା ଜମିରେ ପଥର ପକାଇ ନାଲି ପତକା ପୋତିଛନ୍ତି । ଆନ୍ଧ୍ର ଗ୍ରାମବାସୀଙ୍କ ଏଭଳି କାର୍ଯ୍ୟକୁ ନେଇ ଏବେ ସୀମାରେ ଉଭୟ ପକ୍ଷ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି ।
ସୁନାବେଡ଼ା ୱାଡର଼୍ ମେମ୍ବର ମୁସୁରୀ ତାଉଡ଼ୁ କହିଛନ୍ତି, ଆନ୍ଧ୍ର ଗ୍ରାମବାସୀ ଆଜି ଓଡ଼ିଶାର ଜଙ୍ଗଲଜମି ସେମାନଙ୍କ ବୋଲି ଚିହ୍ନ ଦେଇଛନ୍ତି । ଗୁରୁବାର ପଟ୍ଟାଙ୍ଗି ତହସିଲ ପକ୍ଷରୁ ସୁନାବେଡ଼ା ଗ୍ରାମବାସୀଙ୍କ ୧୯୬୨ରେ ହୋଇଥିବା ସେଟଲମେଣ୍ଟ ସର୍ଭେ ପଥର ଚିହ୍ନଟ କରାଯାଇଥିଲା । ସୁପରଭାଇଜର ରଘୁନାଥ ଖଟେଇ, ପୁକାଲି ଆରଆଇ ଶୋଭା ହରିଜନ, କୋଟିଆ ଆରଆଇ ଅନିରୁଦ୍ଧ ମଣ୍ଡଳ ସୁନାବେଡ଼ା ଯାଇ ସୀମାନ୍ତ ଅଞ୍ଚଳରେ ସେଟଲମେଣ୍ଟ ସମୟରେ ଗ୍ରାମବାସୀଙ୍କ ଜମିରେ ପୋତା ଯାଇଥିବା ପଥର ଚିହ୍ନଟ କରି ଫେରିଥିଲେ । ସର୍ଭେ ପଥର ଠାରୁ ସୀମାନ୍ତରେ କେତେଦୂର ଜଙ୍ଗଲ ଜମି ଅଛି ତାହା ଓଡ଼ିଶା ରାଜସ୍ୱ ମ୍ୟାପରେ ସୂଚିତ ଅଛି । ତେବେ ଆଜି ଆନ୍ଧ୍ର ଗ୍ରାମବାସୀମାନେ ଗୁଗୁଲ ମ୍ୟାପ ଦେଖି ସୀମାନ୍ତ ଅଞ୍ଚଳରେ ପଥର ପୋତି ଓଡ଼ିଶାର ସୀମାକୁ କରାୟତ ପାଇଁ ଦାଦାଗିରି ଆରମ୍ଭ କରିଥିବା ଶ୍ରୀ ତାଉଡୁ କହିଛନ୍ତି ।
ସୂଚନା ଥାଉକି, ସୀମାନ୍ତ ଜମି ଦଖଲକୁ ନେବା ପାଇଁ ନିକଟରେ ଆନ୍ଧ୍ର ପକ୍ଷରୁ ଏକ ଫଳକ ପୋତା ଯାଇଥିଲା । ଓଡ଼ିଶାର ୫ଶହ ମିଟର ଭିତରକୁ ଆସି ଆନ୍ଧ୍ର ଗ୍ରାମବାସୀ ଫଳକ ପୋତିଥିଲେ । ଗତ ୯ ତାରିଖରେ କୋରାପୁଟ ଉପଜିଲ୍ଲାପାଳଙ୍କ ସହିତ ପଟ୍ଟାଙ୍ଗି ବିଧାୟକ ଓ ଅନ୍ୟ ଅଧିକାରୀମାନେ ଯାଇ ଆନ୍ଧ୍ରଫଳକକୁ ହଟାଇବା ସହିତ ଆର୍କୁ ରାସ୍ତାରେ ଓଡ଼ିଶା ସୀମାରେ ଓଡ଼ିଶା ଫଳକ ପୋତିଥିଲେ । ନଭେମ୍ବର ୧୦ ତାରିଖରେ ଓଡ଼ିଶା ଫଳକକୁ ଆନ୍ଧ୍ର ଗ୍ରାମବାସୀ ଉପାଡ଼ି ଦେଇଥିଲେ । ଏଥି ସହିତ ଆର୍କୁ ରାସ୍ତାରେ ପଥର ପକାଇ ଅବରୋଧ କରିଥିଲେ । ଏନେଇ ତହସିଲ ସୁପରଭାଇଜର କହିଛନ୍ତି, ଆନ୍ଧ୍ର ଗ୍ରାମବାସୀ ଯେତେ ଷଡ଼ଯନ୍ତ୍ର କଲେ ମଧ୍ୟ ଓଡ଼ିଶା ଜମିକୁ ନେବାରେ ସେମାନେ ସଫଳ ହେବେ ନାହିଁ । ସୀମା ମାପଚୁପ ହେଲେ ପ୍ରକୃତ ସତ୍ୟ ଜଣାପଡିବ ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons