ନୀଳଗିରି: ନୀଳଗିରି ତହସିଲ ଅଧିନ ବେଗୁନିଆ ପାହାଡ଼ ଏବେ ପଥର ମାଫିଆଙ୍କ କବଜାରେ ଥିବା ଜଣାପଡିଛି।ଗ୍ରାମ୍ୟ ଜଙ୍ଗଲରୁ ଲକ୍ଷ ଲକ୍ଷ ଟଙ୍କାର ପଥର ଲୁଟ କରୁଥିବା ଦେଖିବାକୁ ମିଳିଛି। ତେବେ ରାଜସ୍ୱ ବିଭାଗ ଜାଣତରେ ହେଉ କିମ୍ବା ଅଜାଣତରେ ହେଉ ଅଭିଯୋଗ ପରେ ବି କୌଣସି କାର୍ୟ୍ୟାନୁଷ୍ଠାନ ହେଇନଥିବା ଅଭିଯୋଗ ଉଠିଛି। ବାଲେଶ୍ଵର ଜିଲ୍ଲା ନୀଳଗିରି ଅଂଚଳରେ ପଥର ଚୋରି ରୋକିବାର ନା ଧରୁନି। ସ୍ବର୍ଣ୍ଣଛୁଡ ପାହାଡ଼ ପରେ ଏବେ ବେଗୁନିଆ ଅଂଚଳରେ ଥିବା ଗ୍ରାମ୍ୟ ଜଙ୍ଗଲ କିସମରେ ଥିବା ପାହାଡ଼ଟି ଏବେ ପଥର ମାଫିଆଙ୍କ କବଜାରେ ଥିବା ଜଣାପଡିଛି। ଅଞ୍ଚଳବାସୀଙ୍କୁ ରୋଜଗାର କରିବା ଲୋଭ ଦେଖାଇ କିଛି ଗ୍ରାମବାସୀଙ୍କୁ ଲଗାଇ ପାହାଡ଼ରୁ ପଥର ତାଡି ଏହାକୁ ଗାଡ଼ିରେ ବୋଝେଇ କରି ପାଖ ସରକାରୀ ଜାଗାରେ ଗଛିତ କରୁଥିବା ଦେଖାଯାଇଛି।
ରାଜସ୍ୱ ବିଭାଗକୁ ଅନ୍ଧାରରେ ରଖିବା ପାଇଁ ଅଭିନବ ଉପାୟ ମାଫିଆମାନେ ରଚିଥିବା ଜଣାପଡିଛି। ବାଗୁଡିରୁ ସ୍ୱଳ୍ପ ପଥର ଆଣି କିଛି ପରମିଟ ସଂଗ୍ରହ କରି ଚୋରି ପଥରକୁ ଏଥିରେ ମିଶାଇ କାଗଜ କଲମରେ ସଠିକ କରିବାରେ ବ୍ୟସ୍ତ ଥିବା ସୂଚନା ମିଳିଛି। ସ୍ପଷ୍ଟ ଦିବାଲୋକରେ ଚୋରୀ ହେଇଥିବା ବେଳେ ଅଞ୍ଚଳବାସୀ ରାଜସ୍ୱ ବିଭାଗ ଆଡ଼କୁ ଆଙ୍ଗୁଳି ଉଠାଇଛନ୍ତି। ଲକ୍ଷଲକ୍ଷ ଟଙ୍କା ରାଜସ୍ୱ ହାନି ହେଉଥିବା ବେଳେ ତହସିଲଦାର ଘଟଣାସ୍ଥଳକୁ ଯାଇ ତଦନ୍ତ ମୂଳକ କାର୍ୟ୍ୟାନୁଷ୍ଠାନ ନେବାକୁ ସାଧରଣରେ ଦାବି ହୋଇଛି। ତେବେ ଏଭଳି ଅଭିଯୋଗକୁ ତହସିଲଦାର ଅଶେଷ ନାୟକଙ୍କ ମତାମତ ନେବାପରେ ସେ ଖୁବଶୀଘ୍ର ଏନଫୋର୍ସମେଣ୍ଟ ସ୍କ୍ବାର୍ଡ ନେଇ ଚଢ଼ାଉ କରିବେ ବୋଲି କହିଛନ୍ତି।
Comments are closed, but trackbacks and pingbacks are open.