ପଥର ସନ୍ଧିରେ ଫଶିଲା ଗୋଡ଼:୩ ଘଣ୍ଟା ପରେ ନାବାଳକ ଉଦ୍ଧାର

Get real time updates directly on you device, subscribe now.

ପୁରୁଣାକଟକ,(ବି.ବି.ନୁ୍ୟଜ୍): ନାଳରେ ଗାଧେଇବାବେଳେ ପଥର ସନ୍ଧିରେ ଫଶିଲା ନାବାଳକର ଗୋଡ଼ । ୩ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ଶେଷରେ ବାଳକଟିକୁ ସୁରକ୍ଷିତ ଉଦ୍ଧାର କଲା ଅଗ୍ନିଶମ ବାହିନୀ । ଏଭଳି ଏକ ଘଟଣା ଆଜି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।
ସୂଚନାମତେ, ବ୍ଲକ୍ର ତିଲେଶ୍ୱର ପଞ୍ଚାୟତ ବୁରୁବୁଡା ଗାଁ ପାଖ ଦେଇ ବହିଯାଇଛି ଲକ୍ଷ୍ମୀନାଳ । ବୁରୁବୁଡା ଗାଁର ସାରସ୍ୱତ ନାଏକଙ୍କ ପୁଅ ନୀଳମଣି ବୁଧବାର ଦିନ ୧୨ ଟା ବେଳେୁ ଲକ୍ଷ୍ମୀନାଳକୁ ଗାଧୋଇବା ପାଇଁ ଯାଇଥିଲେ । ବର୍ଷା ଯୋଗୁଁ ନାଳ ବଢ଼ିଥିବାରୁ ନୀଳମଣି ତଳକୁ ଭାସିଯାଇ ଏକ ତସରା ପଥରକୁ ଧରିବାକୁ ଚେଷ୍ଟା କରିଥିଲେ । ହେଲେ ସେଠାରେ ତାଙ୍କ ଗୋଡ଼ ପଥର ସନ୍ଧିରେ ଗଳି ଯାଇଥିଲା । ଯେତେ ଚେଷ୍ଟା କଲେ ମଧ୍ୟ ଗୋଡ଼ ବାହାରି ନପାରିବାରୁ ଚି+ାର କରିଥିଲେ । ପାଟିଶୁଣି ଆଖପାଖରେ ଉପସ୍ଥିତ ଲୋକେ ତାଙ୍କୁ ଉଦ୍ଧାର କରିବାକୁ ଧାଇଁ ଯାଇଥିଲେ । ହେଲେ ବହୁଚେଷ୍ଟା ସତ୍ତେ୍ୱ ବିଫଳ ହୋଇଥିଲେ । ପରେ ଚାରିଛକ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା । ଦୀର୍ଘ ୩ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ଶେଷରେ ଦମକଳ ବାହିନୀ ଜେସିବି ମେସିନ ସହାୟତାରେ ଶିଶୁଟିକୁ ପଥର ସନ୍ଧିରୁ ବାହାର କରିବାରେ ସଫଳ ହୋଇଥିଲା । ହରଭଙ୍ଗା ତହସିଲଦାର, ପୁରୁଣାକଟକ ପୁଲିସ ମଧ୍ୟ ଉଦ୍ଧାରକାର୍ଯ୍ୟର ପ୍ରତ୍ୟକ୍ଷ ତତ୍ତ୍ୱାବଧାନ କରିଥିଲେ । ଉଦ୍ଧାର ସମୟରେ ଆଖପାଖ ଅଞ୍ଚଳର ଶହ ଶହ ଲୋକଙ୍କ ଭିଡ଼ ଜମିଥିଲା । ସୁରକ୍ଷାର ସହ ପିଲାଟିର ଉଦ୍ଧାର ଲାଗି ଲୋକେ ପ୍ରାର୍ଥନା ମଧ୍ୟ କରିଥିଲେ । ଶେଷରେ ସବୁ ଉଦ୍ୟମ ଏବଂ ପ୍ରାର୍ଥନାର ସୁଫଳ ମିଳିଲା । ନୀଳମଣିକୁ ସୁରକ୍ଷିତ ଭାବେ ମରଣ ମୁହଁରୁ ଉଦ୍ଧାର କରାଯାଇଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons