ପପୁଙ୍କ ‘ଚିର୍କୁଟ୍’

Get real time updates directly on you device, subscribe now.

ରଜରେ ମୁକ୍ତିଲାଭ କରିବାକୁ ଯାଉଛି ଅକ୍ଷୟ ପରିଜା ପ୍ରଡକ୍ସନ୍ର ବହୁ ପ୍ରତୀକ୍ଷିତ ଓଡ଼ିଆ ଚଳଚ୍ଚିତ୍ର ‘ଚିର୍କୁଟ୍’ । ଏହା ଅଭିନେତାରୁ ନିର୍ଦ୍ଦେଶକ ସାଜିଥିବା ପପୁ ପମ୍ ପମ୍ଙ୍କ ଡିରକ୍ଟୋରିଆଲ୍ ଡେବ୍ୟୁ ଫିଲ୍ମ । ନିର୍ଦ୍ଦେଶନା ସହିତ ଏହି ଚଳଚ୍ଚିତ୍ର ଜରିଆରେ ସେ ସଙ୍ଗୀତ ନିର୍ଦ୍ଦେଶନାର କ୍ୟାରିୟର ମଧ୍ୟ ଆରମ୍ଭ କରିବାକୁ ଯାଉଛନ୍ତି । ବଡ଼ କଥା ହେଉଛି ସିନେମାର ନାୟକ ଓ ନାୟିକାଙ୍କ ସମେତ ସମସ୍ତେ ନୂଆ । ଏକ ବସ୍ତି ପିଲାର ପ୍ରେମ କାହାଣୀକୁ ଆଧାର କରି ନିର୍ମିତ ହୋଇଛି ‘ଚିର୍କୁଟ୍’ । ଏଥିରେ ତା’ର ଅଭାବ ଅସୁବିଧା, ଦୁଃଖ ଯାତନା ଓ ସଂଘର୍ଷ ସହିତ ସାମ୍ପ୍ରତିକ ସମାଜର ଚିତ୍ରକୁ ଏପରି ଢଙ୍ଗରେ ଉପସ୍ଥାପିତ କରାଯାଇଛି । ସେଭିତରେ ବି ହାସ ଅଛି । ନାୟକ ଓ ନାୟିକା ଭୂମିକାରେ ନବାଗତ ଅରୋଜିତ ଓ ଅନନ୍ୟା ରହିଛନ୍ତି । ଅନ୍ୟାନ୍ୟ ଚରିତ୍ରରେ ଯାତ୍ରା ନିର୍ଦ୍ଦେଶକ ବିନୋଦ ରାଉତ, ମଞ୍ଚ ଅଭିନେତା କୃପାସିନ୍ଧୁ ନାୟକ, ସଂସ୍କୃତି, ଦୀପକ ତ୍ରିପାଠୀ, ହର୍ଷିତା, ଅରବିନ୍ଦ ଜେନା, ସିଦ୍ଧାର୍ଥ, ସୋନୁ, ଆୟୁଷୀ ଓ ମୁକେଶଙ୍କୁ ଦେଖିବାକୁ ମିଳିବ । ଡ. ଦୀପକ ଜେନା ସଂଳାପ ଲେଖିଥିବାବେଳେ ଗୀତ ରଚନା କରିଛନ୍ତି ସୁରେଶ ପଣ୍ଡା, ଦୀପକ ଜେନା ଓ ସୁମିତ୍ । କ୍ୟାମେରା ପରିଚାଳନା କରିଛନ୍ତି ନିରଞ୍ଜନ ଦାଶ । ସିନେମା ରିଲିଜ୍ର ଫାଷ୍ଟ ଡେ ଫାଷ୍ଟ ଶୋ’କୁ ସାରା ଓଡ଼ିଶାରେ ମାଗଣା ଦେଖାଯିବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ଘୋଷଣା କରାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons