ପବନରେ ବ୍ୟାପୁଛି କରୋନା

Get real time updates directly on you device, subscribe now.

ନୂଆଦିଲ୍ଲୀ: କରୋନା ଭାଇରସ୍ (କୋଭିଡ-୧୯)ର ଦ୍ୱିତୀୟ ଲହରୀ ଭାରତ ସମେତ ଏକାଧିକ ଦେଶରେ ବିସ୍ଫୋରକ ପରିସ୍ଥିତି ସୃଷ୍ଟି କରିଛି । କରୋନା ଭାଇରସ ପବନ ମାଧ୍ୟମରେ ଦ୍ରୁତ ଗତିରେ ବ୍ୟାପୁଥିବାରୁ ଏହାକୁ ଆୟତ୍ତ କରିବା କଷ୍ଟକର ହୋଇପଡ଼ିଛି । ଏଣୁ ପୂର୍ବ ଲହରୀ ତୁଳନାରେ ଦ୍ୱିତୀୟ ଲହରୀ ଯୋଗୁ ଅଧିକରୁ ଅଧିକ ଲୋକ ସଂକ୍ରମିତ ହେଉଛନ୍ତି ।
ଉଲ୍ଲେଖଯୋଗ୍ୟ, ଗତକାଲି ଦେଶରେ ୧.୮୪ ଲକ୍ଷ ସଂକ୍ରମିତ ହୋଇଥିବା ବେଳେ ଆଜି ଏହା ୨ ଲକ୍ଷ (୨,୦୦,୭୩୯) ଟପିଯାଇଛି । ଏହା ସଂକ୍ରମଣର ସର୍ବକାଳୀନ ରେକର୍ଡ । ମାତ୍ର ଦଶ ଦିନ ମଧ୍ୟରେ ସଂକ୍ରମଣ ୧ ଲକ୍ଷରୁ ୨ ଲକ୍ଷରେ ପହୟ୍ଚି ଯାଇଛି । ସେହିପରି ଗତ ୨୪ ଘଣ୍ଟାରେ ଦେଶରେ ୧୦୩୮ ଜଣ କରୋନାରେ ପ୍ରାଣ ହରାଇଛନ୍ତି ।
ପବନରେ କରୋନା ଭାଇରସ ବ୍ୟାପୁଥିବା ନେଇ ଖ୍ୟାତନାମା ହେଲ୍ଥ ଜର୍ଣ୍ଣାଲ୍ ଲ୍ୟାନ୍ସେଟ ରିପୋର୍ଟରେ ଦାବି କରାଯାଇଛି । ଆମେରିକା, ବ୍ରିଟେନ ଏବଂ କାନାଡ଼ାର ୬ ଜଣ ବୈଜ୍ଞାନିକ ମିଳିତ ଭାବେ ଏହି ରିପୋର୍ଟ ପ୍ରସ୍ତୁତ କରିଛନ୍ତି । ସଂକ୍ରମଣ ବ୍ୟାପିବାର ମୁଖ୍ୟ ମାଧ୍ୟମ ପବନ ହୋଇଥିବାରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁ୍ୟଏଚ୍ଓ) ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ଏଜେନ୍ସି ତୁରନ୍ତ କରୋନା ଭାଇରସ ସଂଚାରଣ ସଂଜ୍ଞାକୁ ପରିବର୍ତ୍ତନ କରି ଲୋକଙ୍କୁ ଏ ସମ୍ପର୍କରେ ସଚେତନ କରାନ୍ତୁ ବୋଲି ସେମାନେ କହିଛନ୍ତି ।
ରିପୋର୍ଟରେ କୁହାଯାଇଛି ଯେ ଛିଙ୍କ କିମ୍ବା କାଶରୁ ବାହାରୁଥିବା ଡ୍ରପ୍ଲେଟ୍ କାରଣରୁ ସଂକ୍ରମଣ ବ୍ୟାପୁଥିବା ପୂର୍ବରୁ ଆଶଙ୍କା କରାଯାଉଥିଲା । କିନ୍ତୁ ଡ୍ରପ୍ଲେଟ୍ରେ ସଂକ୍ରମଣ ବ୍ୟାପିବାର ବଳିÂ ପ୍ରମାଣ ମିଳିପାରିନି । ସେପଟେ ବାୟୁ ମାଧ୍ୟମରେ ଜଣେ ରୋଗୀ କିଭଳି ଏକାଧିକ ଲୋକଙ୍କୁ ସଂକ୍ରମିତ କରୁଛି ଏହାର ତଥ୍ୟ, ପ୍ରମାଣ ସହ ବଳିÂ ଉଦାହରଣ ଦିଆଯାଇଛି । ଡ୍ରପ୍ଲେଟ୍ର ଓଜନ ଅଧିକ ହୋଇଥିବାରୁ ଏହା ବାୟୁରେ ଅଧିକ ସମୟ ପର୍ଯ୍ୟନ୍ତ ରହି ନ ପାରି ତଳକୁ ଖସିପଡ଼ିଥାଏ । କିନ୍ତୁ ଜଣେ ସଂକ୍ରମିତ ନିଶ୍ୱାସ-ପ୍ରଶ୍ୱାସ ନେବା ସମୟରେ ବାୟୁରେ ଭାଇରସ ସଂଚାରଣ ହୋଇଥାଏ । ଯାହା ଅନ୍ୟ ଜଣଙ୍କୁ ସଂକ୍ରମିତ କରାଇଥାଏ । ଏହି କାରଣରୁ କାଶ, ଛିଙ୍କ କିମ୍ବା କରୋନା ସମ୍ପର୍କିତ କୌଣସି ଲକ୍ଷଣ ନ ଥିବା କିନ୍ତୁ ଆକ୍ରାନ୍ତ ଥିବା ବ୍ୟକ୍ତି ଅନ୍ୟକୁ ସଂକ୍ରମିତ କରାଇବାର ଆଶଙ୍କା ଅଧିକ ରହିଛି । ବିଶ୍ୱରେ ସଂକ୍ରମଣ ବ୍ୟାପିବା ପଛରେ ଲକ୍ଷଣବିହୀନ ରୋଗୀ ଅଧିକମାତ୍ରାରେ ଦାୟୀ ବୋଲି ରିପୋର୍ଟରେ ଦାବି କରାଯାଇଛି । ବିଶ୍ୱର ୪୦ ପ୍ରତିଶତ କରୋନା ଆକ୍ରାନ୍ତ ଲକ୍ଷଣବିହୀନ ରୋଗୀଙ୍କଠାରୁ ସଂକ୍ରମିତ ହୋଇଥିବା ଜଣାପଡ଼ିଛି ।
ବିଶେଷଜ୍ଞମାନେ ବାୟୁରେ ସଂକ୍ରମଣ ବ୍ୟାପୁଥିବା ନେଇ କେତେକ ଉଦାହରଣ ଦେଇଛନ୍ତି । ଏକ ସୁପରସ୍ପେ୍ରଡର କାର୍ଯ୍ୟକ୍ରମ ସମ୍ପର୍କରେ ବର୍ଣ୍ଣନା କରି ବୈଜ୍ଞାନିକମାନେ କହିଛନ୍ତି, ୱାଶିଂଟନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ୫୩ ଜଣ ଲୋକ ଏକତ୍ର ହୋଇଥିଲେ । ସେଠାରେ ଆବଶ୍ୟକ ଅନୁସାରେ ସାମାଜିକ ଦୂରତା ରକ୍ଷା କରାଯାଇଥିଲା । ସମସ୍ତେ ମାସ୍କ ପିନ୍ଧିଥିଲେ । କେହି ଗୋଟିଏ ସ୍ଥାନକୁ ବାରମ୍ବାର ଛୁଇଁ ବି ନଥିଲେ । କିନ୍ତୁ ଜଣେ କରୋନା ସଂକ୍ରମିତ ବ୍ୟକ୍ତିଙ୍କ କାରଣରୁ ସେଠାରେ ଥିବା ସମସ୍ତ ୫୩ ଜଣ ସଂକ୍ରମିତ ହୋଇଗଲେ । ଭାଇରସ ପବନରେ ଦ୍ରୁତ ଗତିରେ ବ୍ୟାପୁଥିବା କାରଣରୁ ଏପରି ହୋଇଛି । ଏଣୁ ହାତ ଧୋଇବା, ସାମାଜିକ ଦୂରତା ରକ୍ଷା କରିବା, ମାସ୍କ ପିନ୍ଧିବା ଭଳି ନିୟମ ପାଳନ କରିବା ସହ ବାୟୁରେ ଭାଇରସକୁ ବିନାଶ କରିବା ପାଇଁ ତୁରନ୍ତ ପଦକ୍ଷେପ ନିଆଯାଉ ବୋଲି ସେମାନେ ଅପିଲ କରିଛନ୍ତି ।
ଯେତେବେଳେ ଜଣେ ସଂକ୍ରମିତ ବ୍ୟକ୍ତି ନିଶ୍ୱାସ-ପ୍ରଶ୍ୱାସ ନିଏ, ଜୋରରେ କଥା କହିଥାଏ, ଗୀତ ଗାଇଥାଏ କିମ୍ବା ଛିଙ୍କିଥାଏ ସେ ସମୟରେ ଭାଇରସ ତା’ ଶରୀରରୁ ପବନକୁ ଯାଇଥାଏ । ତାହା ପବନରେ ବ୍ୟାପି ରହିଥାଏ । ସେହି ପବନ ସଂସ୍ପର୍ଶରେ ଆସୁଥିବା ଅନ୍ୟ ବ୍ୟକ୍ତିମାନଙ୍କ ଶ୍ୱାସକ୍ରିୟା ମାଧ୍ୟମରେ ଭାଇରସ ସେମାନଙ୍କ ଶରୀରରେ ପ୍ରବେଶ କରିବାର ଆଶଙ୍କା ଅଧିକ ରହିଛି । ଏଣୁ ପବନରେ ଭାଇରସକୁ ନଷ୍ଟ କରିବା ନିହାତି ଆବଶ୍ୟକ ।
ସେହିଭଳି ଖୋଲା ଜାଗା ବଦଳରେ ବନ୍ଦ କୋଠରୀରେ ସଂକ୍ରମଣ ଅଧିକ ବ୍ୟାପୁଥିବା ରିପୋର୍ଟରେ କୁହାଯାଇଛି । ଏଭଳି ଭାବେ ସଂକ୍ରମଣ ବ୍ୟାପିବାକୁ ବୈଜ୍ଞାନିକମାନେ ସାଇଲେଣ୍ଟ ଟ୍ରାନ୍ସମିଶନ ବା ନିରବ ସଂଚାରଣ ଭାବେ ନାମିତ କରିଛନ୍ତି । ଗୋଟିଏ ହୋଟେଲ ମଧ୍ୟରେ ପାଖାପାଖି ରୁମ୍ରେ ରହୁଥିବା ଲୋକ କେବେ ବି ପରସ୍ପରର ସଂସ୍ପର୍ଶରେ ଆସିନଥିଲେ ମଧ୍ୟ ପବନ ଯୋଗେ ଭାଇରସ ସେମାନଙ୍କ ନିକଟରେ ପହଞ୍ଚିଥିବା ମଧ୍ୟ ଜଣାପଡ଼ିଛି ।
ପବନ ଜନିତ ସଂକ୍ରମଣକୁ ରୋକିବା ପାଇଁ ଭେଣ୍ଟିଲେସନକୁ ଅଧିକ ଗୁରୁତ୍ୱ ଦେବା ଆବଶ୍ୟକ । ସମୟେ ସମୟେ ବାୟୁକୁ ଫିଲ୍ଟର କରିବା ମଧ୍ୟ ଜରୁରି । ଜନଗହଳି ସ୍ଥାନରୁ ଦୂରେଇ ରହିବା, ଯଥା ସମ୍ଭବ କମ୍ ସମୟ ବନ୍ଦ କୋଠରୀରେ ରହିବା, ବନ୍ଦ କୋଠରୀରେ ଅନ୍ୟ ଲୋକଙ୍କ ସହ ରହିବା ବେଳେ ମାସ୍କ ବ୍ୟବହାର କରିବା, ସଂକ୍ରମିତ ବ୍ୟକ୍ତି ସହ ରହୁଥିବା ବେଳେ ଉତ୍ତମ ଗୁଣବତ୍ତାର ପିପିଇ କିଟ୍ ପିନ୍ଧିବା ଭଳି ବିଭିନ୍ନ ପରାମର୍ଶ ଦିଆଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons