ଭୁବନେଶ୍ୱର,(ବି.ବି.ବୁ୍ୟରୋ): କେନ୍ଦ୍ର ପେଟ୍ରୋଲିୟମ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ସର୍ବଭାରତୀୟ ପରିବହନ ସଂଘର ପ୍ରତିନିଧିମାନଙ୍କ ସହ ଭିଡିଓ କନ୍ଫରେନ୍ସିଂ ଯୋଗେ ଆଲୋଚନା କରିଛନ୍ତି । ଏ ଅବସରରେ ସେ ଦେଶରେ ପେଟ୍ରୋଲିୟମ ଉପôାଦ ଓ ଏଲ୍ପିଜିର ନିରନ୍ତର ପରିବହନ ଯୋଗାଣ ଉପରେ ଗୁରୁତ୍ୱାରୋପ କରିଛନ୍ତି । ଏହାସହ ଲକ୍ଡାଉନ୍ ଭଳି ଜରୁରିକାଳୀନ ସମୟରେ ଅତ୍ୟାବଶ୍ୟକ ସାମଗ୍ରୀକୁ ଠିକ୍ ଭାବେ ପହଞ୍ଚାଯାଉଥିବାରୁ ପରିବହନ ସଂଘର କର୍ମଚାରୀଙ୍କ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ଶ୍ରୀ ପ୍ରଧାନ ।ପେଟ୍ରୋଲିୟମ ମନ୍ତ୍ରୀ କହିଛନ୍ତି, ଦେଶରେ ପେଟ୍ରୋଲିୟମ ଉପôାଦ ଭଳି ଜରୁରି ସାମଗ୍ରୀ ଯୋଗାଣରେ ଏବେ ପାଇପଲାଇନ ଓ ଜାତୀୟ ରାଜପଥ ହିଁ ପ୍ରମୁଖ ଭୂମିକା ଗ୍ରହଣ କରିଛି । ଏଭଳି ସମୟରେ ଗାଡ଼ି ଚାଳକମାନେ ଦେଶର କୋଣ ଅନୁକୋଣରେ ଖାଦ୍ୟ ସାମଗ୍ରୀ ସମେତ ପେଟ୍ରୋଲିୟମ ଓ ଏଲ୍ପିଜି ଯୋଗାଣକୁ ସୁନିଶ୍ଚିତ କରିଛନ୍ତି । ପରିବହନ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସମସ୍ତ ସୁବିଧା ଯୋଗାଇ ଦିଆଯିବା ନେଇ ସେ ପ୍ରତିଶ୍ରୁତି ଦେଇଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି, ଭାରତ ଓ କରୋନା ମୁକାବିଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି ଓ ଅଭିନବ ପଦକ୍ଷେପ ପ୍ରଶଂସନୀୟ । ଆମେରିକା ଭଳି ଶକ୍ତିଶାଳୀ ରାଷ୍ଟ୍ରରେ ସେଠାକାର ପ୍ରଶାସନ ଲୋକଙ୍କୁ ଧ୍ୟାନ ଦେବା ପରିବର୍ତ୍ତେ ଅର୍ଥନୀତିକୁ ଗୁରୁତ୍ୱ ଦେଲେ । ମାତ୍ର ଆମ ଦେଶରେ ପ୍ରଧାନମନ୍ତ୍ରୀ ମୋଦି ଅର୍ଥନୀତି ଅପେକ୍ଷା ଲୋକଙ୍କ ଜୀବନକୁ ଅଧିକ ଧ୍ୟାନ ଦେଇଛନ୍ତି । ଏହି କାରଣରୁ ଭାରତରେ କରୋନା ସଂକ୍ରମଣକୁ କମାଯାଇପାରିଛି । ପ୍ରଧାନମନ୍ତ୍ରୀ ମୋଦି ଲକ୍ଡାଉନ୍ ଘୋଷଣା ପରେ ପରେ ଗରିବଙ୍କ ଖାଦ୍ୟ କଥା ଚିନ୍ତା କଲେ ଓ ଏଥିପାଇଁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ପ୍ୟାକେଜ ଘୋଷଣା କଲେ । ଆଜି ଦେଶରେ ପ୍ରଧାନମନ୍ତ୍ରୀଙ୍କ ପ୍ରତି ଲୋକଙ୍କର ଆତ୍ମବିଶ୍ୱାସ ବଢ଼ିଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।ଏ ଅବସରରେ କେନ୍ଦ୍ରମନ୍ତ୍ରୀ ସମସ୍ତଙ୍କୁ କରୋନା ପାଇଁ ପ୍ରତିଷେଧମୂଳକ ବ୍ୟବସ୍ଥା ଗ୍ରହଣ କରିବା ସହ ଆରୋଗ୍ୟ ସେତୁ ଆପ୍ ଡାଉନ୍ଲୋଡ୍ କରିବା ଓ ଅନ୍ୟମାନଙ୍କୁ ଏଥିପାଇଁ ସଚେତନ କରାଇବାକୁ ପରାମର୍ଶ ଦେଇଥିଲେ । ଆଲୋଚନା ସମୟରେ ଶ୍ରୀ ପ୍ରଧାନ ଗାଡ଼ି ଚାଳକଙ୍କ ସୁରକ୍ଷା ଓ ନିରାପତ୍ତା ଉପରେ ମଧ୍ୟ ଆଲୋକପାତ କରିଥିଲେ ।ସେହିଭଳି କରୋନା ସଂକ୍ରମଣକୁ ଦୂରେଇବା ସହ ଗାଡ଼ି ଧୋଇବା ଉଦେ୍ଧଶ୍ୟରେ ପେଟ୍ରୋଲ ପମ୍ପ ପାଖରେ ସ୍ୱୟଂଚାଳିତ ସ୍ୱଚ୍ଛତା କେନ୍ଦ୍ର ଖୋଲିବା ପାଇଁ ସଭାପତିମାନେ ଦୃଷ୍ଟି ଆକର୍ଷଣ କରିଥିଲେ । ଆଲୋଚନା ବେଳେ ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ର କୋଇଲା ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ, କୋଲ୍ ଇଣ୍ଡିଆ ଓ ପେଟ୍ରୋଲିୟମ କମ୍ପାନିର ବରିÂ ଅଧିକାରୀମାନେ ଉପସ୍ଥିତ ଥିଲେ ।
Comments are closed, but trackbacks and pingbacks are open.