ପରିବାରକୁ ନିଆଁ, ପାଣି ବାସନ୍ଦ କଲେ ଗାଁ ଲୋକ

Get real time updates directly on you device, subscribe now.

କେନ୍ଦୁଝର, (ବି.ବି.ନୁ୍ୟଜ୍): ୧୦ ମାସ ତଳେ ନିଜ ଦାଦା ପୁଅ ଭାଇ ଦ୍ୱାରା ବଳାକ୍ରାରର ଶିକାର ହାଇଥିଲେ । ଅଭିଯୁକ୍ତ ଦାଦା ପୁଅ ଭାଇ ନାବାଳକ ଥିବାରୁ ପୁଲିସ ରାଉରକେଲାସ୍ଥିତ ବାଳାଶ୍ରମକୁ ପଠାଇଦେଲା । ହେଲେ ଭାଇ କୁକର୍ମର ପରିଣାମ ଭୋଗିବାକୁ ପଡୁଛି ବଳାକ୍ରାର ଶିକାର ହୋଇଥିବା ନାବାଳିକା ଭଉଣୀକୁ । ୮ ଦିନ ତଳେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିସôାଳୟରେ ସନ୍ତାନ ଜନ୍ମ ଦେବା ପରେ ନାବାଳିକାର ପରିବାରକୁ ଗାଁଲୋକ ନିଆଁପାଣି ବାସନ୍ଦ କରିଛନ୍ତି । ଖାଲି ସେତିକି ନୁହେଁ ନାବାଳିକାକୁ ଗାଧୁଆ ତୁଠ ମନା ହୋଇଛି । ଘରୁ ବାହାରକୁ ବହାରିବା ପାଇଁ ଦିଆଯାଉନାହିଁ । ଖୋଦ୍ ଅଭିଯୁକ୍ତର ପରିବାର ନାବାଳିକାଙ୍କୁ ଅକଥନୀୟ ମାନସିକ ନିର୍ଯାତନା ଦେଉଛନ୍ତି । ଏପରିକି ସନ୍ତାନକୁ ଧରି ଡାକ୍ତରଖାନାରୁ ଫେରିବା ପରେ ଅଭିଯୁକ୍ତର ପରିବାର ତାଙ୍କୁ ଟେକା, ପଥର ମାରିଥିଲେ । ଏ ସମ୍ପର୍କରେ ନାବାଳିକାର ପରିବାର ଡାକ୍ତରଖାନା ପରିସରରେ ରହିଥିବା ୱାନ ଷ୍ଟପ ସେଣ୍ଟର(ସଖି) ପ୍ରଶାସିକା ଐଶ୍ୱର୍ଯ୍ୟା ଦାସଙ୍କୁ ଜଣାଇଛନ୍ତି ।
କେନ୍ଦୁଝର, ଘଟଗାଁ ଥାନା ନନ୍ଦନବେଡା ଅଞ୍ଚଳରେ ପୀଡିତାଙ୍କ ଘର । ନାବାଳିକା ଜଣକ ଘଟଗାଁ ବ୍ଲକ୍ ପଲାଣଘାଟି ସ୍କୁଲରେ ଅଷ୍ଟମ ଶ୍ରେଣୀରେ ପଢୁଥିଲା । ହେଲେ କିଛି ସମୟରେ ଛେଳି ମଧ୍ୟ ଚଳାଉଥିଲା । ଯାହାର ସୁଯୋଗ ନେଇ ତାର ଦାଦା ପୁଅ ଭାଇ ଜଙ୍ଗଲରେ ବଳାକ୍ରାର କରିଥିଲା । ଏକଥା କାହା ଆଗରେ ପ୍ରକାଶ କଲେ ଜୀବନରେ ମାରି ଦେବାକୁ ଧମକ ଦେଇଥିଲା । ନାବାଳିକା ଜଣକ ଘରକୁ ଫେରି କାହାରିକୁ କିଛି ଜଣାଇନଥିବାବେଳେ ଘଟଣାର ୪ ମାସ ପରେ ଶରୀରରେ ଅସ୍ୱାଭାବିକ ପରିବର୍ତ୍ତନ ପରିଲକ୍ଷିତ ହେବାରୁ ନାବାଳିକାଙ୍କ ମା’ ଏ ସମ୍ବନ୍ଧରେ ପଚାରିଥିଲେ । ପରେ ନାବାଳିକା ଜଣକ ଗର୍ଭବତୀ ଥିବା କଥା ଜଣା ପଡିଥିଲା । ନାବାଳିକାଙ୍କ ବାପା ଏ ସମ୍ବନ୍ଧରେ ଜାଣିବା ପରେ ୮ ।୮ ।୨୦୧୯ ରେ ଘଟଗାଁ ଥାନାରେ ଏ ସମ୍ବନ୍ଧରେ ଲିଖିତ ଏତଲା ଦେଇଥିଲେ । ନାବାଳିକାଙ୍କ ବାପାଙ୍କ ଏତଲା ଆଧାରରେ ଘଟଗାଁ ପୁଲିସ ଦଫା ୩୭୬(୩)/୩୭୬(୨)(ଏନ)/୫୦୬ ସମ୍ବଳିତ ଏ ସଂକ୍ରାନ୍ତିୟ କେଶ ନଂ ୯୨/୨୦୧୯ ରୁଜୁ କରି ଅଭିଯୁକ୍ତ ନାବାଳକ ଭାଇକୁ ରାଉରକେଲାସ୍ଥିତ ବାଳାଶ୍ରମକୁ ପଠାଇଥିଲା । ତେବେ ଗତ ୬/୧/୨୦୨୦ ରେ ପିଡିତା ନାବାଳିକା ଜଣଙ୍କୁ ଗର୍ଭ ଯନ୍ତ୍ରଣା ହେବାରୁ ପରିବାର ଲୋକେ କେନ୍ଦୁଝର ଜିଲ୍ଲା ମୂଖ୍ୟ ଚିକିସôାଳୟରେ ଭର୍ତ୍ତି କରିଥିଲେ ଏବଂ ନାବାଳିକା ଜଣକ ସେଠାରେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ । ୮ ତାରିଖରେ ନବଜାତ ପୁତ୍ର ସହ ଡାକ୍ତରଖାନାରୁ ପିଡୀତା ଜଣକ ନିଜ ଘରକୁ ଯାଇଥିଲେ । ହେଲେ ଘରକୁ ପହଞ୍ଚିବା ପରେ ତାଙ୍କର ଦୁର୍ଦ୍ଧଶା ବଢି ଯାଇଛି ।ସନ୍ତାନକୁ ମାରି ନଦେଇ କାହିଁକି ଗାଁକୁ ଆଣିଲୁ ବୋଲି କହିବା ସହିତ ନାବାଳିକାଙ୍କ ଉପରକୁ ଅଭିଯୁକ୍ତର ମା ଟେକା ପଥର ଫିଙ୍ଗିଥିବାବେଳେ ତାଙ୍କୁ ଗାଁ ପୋଖରୀରେ ଗାଧେଇବା ପାଇଁ ବାରଣ କରାଯାଇଛି । ସୋମବାର ତାଙ୍କ ପରିବାରକୁ ନିଆଁ ପାଣି ବାରଣ କରାଯାଇଛି । ଏପରିକି ନଳକୂଅରୁ ପିଇବା ପାଣି ମଧ୍ୟ ସଂଗ୍ରହ କରିବା ପାଇଁ ଦିଆ ଯାଉ ନଥିବାବେଳେ ନାବାଳିକାଙ୍କୁ ସହାୟତାର ହାତ ବଢାଇଥିବା ୱାନ ଷ୍ଟପ ସେଣ୍ଟରକୁ ଏ ସମ୍ବନ୍ଧରେ ଜଣାଇଛନ୍ତି ପିଡୀତା ନାବାଳିକା ଏବଂ ତାଙ୍କ ପରିବାର । ୱାନ ଷ୍ଟପ ସେଣ୍ଟର ପକ୍ଷରୁ ଏସମ୍ବନ୍ଧରେ ଘଟଗାଁ ଥାନାକୁ ସୂଚନା ଦିଆଯାଇଥିବାବେଳେ ଆସନ୍ତା କାଲି ପିଡୀତାଙ୍କ ଗ୍ରାମକୁ ଗସ୍ତ କରି ଘଟଣାର ଅନୁଧ୍ୟାନ କରିବା ସହିତ ପିଡୀତାଙ୍କୁ ସବୁ ପ୍ରକାର ସୁରକ୍ଷା ଯୋଗାଇ ଦେବାର ବ୍ୟବସ୍ଥା କରାଯିବ ବୋଲି ୱାନଷ୍ଟପ ସେଣ୍ଟର ପ୍ରଶାସିକା ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons