ପରିବା ଚାଷ ଦୁଇଗୁଣ କଲେ ଶୀତଳଭଣ୍ଡାର ଦିଆଯିବ

Get real time updates directly on you device, subscribe now.

ଲମତାପୁଟ,(ବିବିନୁ୍ୟଜ): ପନିପରିବା ଚାଷ ଦୁଇଗୁଣ କଲେ ସରକାରଙ୍କ ତରଫରୁ ବ୍ଲକରେ ଶୀତଳଭଣ୍ଡାର ପ୍ରତିÂା କରାଯିବ । ଆଜି ଜିଲ୍ଲାପାଳ ଅବଦଲ ଅଖତର ଲମତାପୁଟ ଗସ୍ତରେ ଆସି ମାଳିଚାଷୀଙ୍କ ପନିପରିବା ଦେଖି ଖୁସି ପ୍ରକଟ କରିବା ସହ ଏଭଳି ପ୍ରତିଶ୍ରୁତି ଦେଇଛନ୍ତି । ଜିଲ୍ଲାପାଳ ଆଜି ଲମତାପୁଟ ଛତୁଚାଷ ଦେଖିବା ପାଇଁ ଯାଇଥିଲେ । ଉନ୍ନତ ଧରଣର ଛତୁ ଚାଷ ଦେଖି ମହିଳା ଚାଷୀଙ୍କୁ ସାଧୁବାଦ ଜଣାଇବା ସହ ଛତୁଚାଷ ପାଇଁ ଆବଶ୍ୟକ ଭିତ୍ତିଭୂମି, ଆବଶ୍ୟକ କୋଠରୀ ବୁଲି ଦେଖିଥିଲେ । ମହିଳା ଚାଷୀଙ୍କ ସହ କଥାବାର୍ତ୍ତା ହୋଇ ଆବଶ୍ୟକ ଭିତ୍ତିଭୂମି ପାଇଁ ଏକ ଯୋଜନା ପ୍ରସ୍ତୁତ କରି ବିଡିଓ ସୌମ୍ୟସାର୍ଥକ ମିଶ୍ରଙ୍କୁ ଦେବା ପାଇଁ କହିଥିଲେ । ଛତୁ ଚାଷ ପାଇଁ ଯଦି କୌଣସି ସହାୟତା ଆବଶ୍ୟକ ପଡେ ତେବେ ବିଡିଓଙ୍କୁ ଜଣାଇବା ପାଇଁ କହିଥିଲେ । ସେଠାରୁ ଜଲାହଞ୍ଜର ପଞ୍ଚାୟତ ଡୁକୁମ ଗାଁକୁ ଯାଇ ମନରେଗା କାମରେ ପୋଖରୀ ନିର୍ମାଣ ତଦାରଖ କରିଥିଲେ । ସେହିପରି ମାଟାମ ଗାଁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ବୁଲି ଦେଖିଥିଲେ । ସରକାରୀ ହାଇସ୍କୁଲକୁ ଯାଇ ଅନୁଧ୍ୟାନ କରି ସରୁମାଳି ଗାଁର ଚାଷୀଙ୍କୁ ଭେଟିଥିଲେ । ଏଠାରେ ମହିଳା ଗୋÂୀଙ୍କ ପନିପରିବା ଚାଷ ଦେଖି ଖୁସିପ୍ରକଟ କରିବା ସହ ଚାଷ ଦୁଇଗୁଣ କରିବାକୁ ପରାମର୍ଶ ଦେଇଥିଲେ । ଚାଷ ବଢିଲେ ବ୍ଲକରେ ସରକାରଙ୍କ ତରଫରୁ ଏକ ଶୀତଳଭଣ୍ଡାର ଯୋଗାଇ ଦିଆଯିବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons