ଭୁବନେଶ୍ୱର,(ବି.ବି.ବୁ୍ୟରୋ): ନୟାଗଡ଼ର କୁନି ଝିଅ ପରୀ ହତ୍ୟା ପ୍ରସଙ୍ଗ ନେଇ ଥମୁନି ରାଜନୀତି । ଏ ପ୍ରସଙ୍ଗରେ ଦାବି ଦୋହରାଇବା ସହ ପୁଣି ସରକାରଙ୍କୁ ଆକ୍ରମଣ କରିଛି ବିଜେପି । ଦଳର ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି, ପରୀକୁ ନ୍ୟାୟ ମିଳିବା ପର୍ଯ୍ୟନ୍ତ ବିଜେପି ସଂଗ୍ରାମ ଜାରି ରଖିବ । କୌଣସି ପରିସ୍ଥିତିରେ ଏ ପ୍ରସଙ୍ଗରୁ ଦଳ ପଛକୁ ଘୁଞ୍ଚିବ ନାହିଁ । ସିବିଆଇ ତଦନ୍ତ ସହ ମନ୍ତ୍ରୀ ପଦରୁ ଅରୁଣ ସାହୁ ଇସ୍ତଫା ନ ଦେବା ପର୍ଯ୍ୟନ୍ତ ବିଜେପି ଆନେ୍ଦାଳନ ଜାରି ରଖିବ ।
ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଅନୁÂିତ ସାମ୍ବାଦିକ ସମ୍ମିଳନୀରେ ସମୀର କହିଛନ୍ତି, ପରୀ ଜଣେ ଗରିବ ଅଟୋ ଡ୍ରାଇଭରର ଝିଅ । ପରୀକୁ ଅପହରଣ ପରେ ହତ୍ୟା କରାଗଲା ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି । ଏପରିକି ଝିଅର ଆଖି, କିଡ୍ନି ଚୋରି ହୋଇଥିବା ନେଇ ପରୀର ବାପା-ମା’ ଅଭିଯୋଗ ଆଣିଛନ୍ତି । ହେଲେ ୪ ମାସ ଧରି ପୁଲିସ କ’ଣ କରୁଥିଲା? କାହା ଚାପରେ ଅଭିଯୁକ୍ତଙ୍କୁ ସୁରକ୍ଷା ଦିଆଯାଇଥିଲା? ଓଲଟି ପୁଲିସ ଅଭିଯୋଗକାରୀଙ୍କ ପଲିଗ୍ରାଫ ପରୀକ୍ଷା କରୁଛି । ସ୍ଥାନୀୟ ସରପଞ୍ଚଙ୍କ ସହ ମନ୍ତ୍ରୀଙ୍କ କଥାବାର୍ତ୍ତାର ଅଡିଓ ଭାଇରାଲ୍ ହୋଇଛି । ଏ ଦିଗରେ ବି ପୁଲିସ ତଦନ୍ତ କରୁନାହିଁ । ବିଧାନସଭାରେ ବିଜେପି ଏସବୁ ପ୍ରସଙ୍ଗ ଉଠାଇଥିବାବେଳେ ବିଜେଡି ଓ କଂଗ୍ରେସ ପରୀକୁ ନ୍ୟାୟ ଦେବା ପରିବର୍ତ୍ତେ ଅଭିଯୁକ୍ତଙ୍କୁ ଘଣ୍ଟ ଘୋଡ଼ାଇଲେ ବୋଲି ସେ ଅଭିଯୋଗ କରିଛନ୍ତି ।
ସମୀର କହିଛନ୍ତି, ରାଜ୍ୟରେ ଅଙ୍ଗ ତସ୍କରି ଦିଗରେ ସରକାର ହାତ ଟେକି ଦେଇଛନ୍ତି । ଏନ୍ସିଆରବି ରିପୋର୍ଟ ଅନୁଯାୟୀ ୨୦୧୭-୧୮ ଓ ୨୦୧୮-୧୯ରେ ରାଜ୍ୟରେ ୫୩୨୩ ଶିଶୁ ନିଖୋଜ ଅଛନ୍ତି । ପରୀ ମାମଲାରେ ଠିକ୍ ଦିଗରେ ତଦନ୍ତ ହେଲେ ପ୍ରକୃତ ସତ ଜଣାପଡ଼ିବ । ସିବିଆଇ ତଦନ୍ତ କଲେ ହିଁ ହତ୍ୟାକାଣ୍ଡର ପର୍ଦ୍ଧାଫାସ ହେବା ସହ ପରୀ ପରିବାରକୁ ନ୍ୟାୟ ମିଳିପାରିବ । ଏହି ସାମ୍ବାଦିକ ସମ୍ମିଳନୀରେ ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ, ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ, ଗୋଲକ ମହାପାତ୍ର, ଡା.ଲେଖାଶ୍ରୀ ସାମନ୍ତସିଂହାର ପ୍ରମୁଖ ଉପସ୍ଥିତ ଥିଲେ ।
Comments are closed, but trackbacks and pingbacks are open.