ପରୀ ଗାଁ’ରେ ଏସ୍ଆଇଟି ଟିମ୍

Get real time updates directly on you device, subscribe now.

ନୟାଗଡ଼,(ବି.ବି.ନୁ୍ୟଜ): ବହୁଚର୍ଚ୍ଚିତ ୫ ବର୍ଷର ବାଳିକା ଅମୃତାସ୍ନେହା ସାହୁ ଓରଫ୍ ପରୀ ହତ୍ୟା ମାମଲାର ତଦନ୍ତ କରିବାକୁ ଗତକାଲି ସ୍ୱତନ୍ତ୍ର ତଦନ୍ତକାରୀ ଦଳ(ଏସ୍ଆଇଟି) ମୁଖ୍ୟ ତଥା ପୁଲିସ ଆଇଜି ଅରୁଣ ବୋଥ୍ରା ପରୀର ଗାଁ ନୟାଗଡ଼ ସଦର ଥାନା ଅନ୍ତର୍ଗତ ଯଦୁପୁରକୁ ଆସିଥିଲେ । ଆଜି ଏସ୍ଆଇଟିର ଏକ ୫ଜଣିଆ ଟିମ୍ ଯଦୁପୁରରେ ପହଞ୍ଚି ମାମଲାର ତଦନ୍ତକୁ ତ୍ୱରାନ୍ୱିତ କରିଛନ୍ତି ।
ପରୀର ବାପା ଅଶୋକ ସାହୁ ଏବଂ ମାଆ ସୌଦାମିନୀ ଗାଁ’ଛାଡ଼ି ଅଶୋକଙ୍କ ଶ୍ୱଶୁର ଘର ଖଣ୍ଡପଡ଼ା ଥାନା ଯୋଗିଆପଲ୍ଲୀରେ ରହୁଥିବା ବେଳେ ତଦନ୍ତକାରୀ ଦଳ ଦିନ ସାରା ଯଦୁପୁରରେ ଡେରା ପକାଇ ରହିଥିଲେ । ଅଶୋକଙ୍କ ସାହିପଡ଼ିଶାଙ୍କୁ ପରୀ ସମ୍ପର୍କରେ ପଚରାଉଚରା କରିଥିଲେ । ଗ୍ରାମର ବାବୁଲି ନାୟକ ହତ୍ୟାରେ ସମ୍ପୃକ୍ତ ଥିବା ପରୀର ବାପା, ମା’ଙ୍କ ଅଭିଯୋଗ କରିଥିବା ବେଳେ ତଦନ୍ତକାରୀ ଅଧିକାରୀମାନେ ମଧ୍ୟାହ୍ନରେ ବାବୁଲିଙ୍କ ଘରେ ପହଞ୍ଚô ଥିଲେ । ତାକୁ ଘରୁ ଡାକି ନେବା ପରେ ଏକ ପୁଲିସ ଗାଡ଼ିରେ ଏସ୍ପିଙ୍କ କାର୍ଯ୍ୟାଳୟକୁ ନେଇଥିଲେ । ସେଠାରେ ତାଙ୍କୁ ପରୀ ହତ୍ୟାକାଣ୍ଡ ସମ୍ପର୍କରେ ପଚରାଉଚରା କରିଥିଲେ । ତେବେ ତଦନ୍ତରେ ବାଧା ଉପୁଜିବା ଆଶଙ୍କା କରି ପୁଲିସ ଏ ସମ୍ପର୍କରେ କୌଣସି ତଥ୍ୟ ଦେବାକୁ ମନା କରିଛି ।
ପ୍ରକାଶ ଯେ ଏଫ୍ଆଇଆର୍ରେ ବାବୁଲିଙ୍କ ନାଁ ନଥିବା ବେଳେ ଗତ ମାସ ୨୪ତାରିଖରେ ବିଧାନସଭା ସମ୍ମୁଖରେ ପରୀର ବାପା, ମା’ ଆତ୍ମାହୁତି ଦେବାକୁ ଉଦ୍ୟମ କରିବା ବେଳେ ବାବୁଲିଙ୍କ ନାଁ ନେଇଥିଲେ । ଏହା ପରଠାରୁ ବାବୁଲିଙ୍କ ଉପରେ ତଦନ୍ତକାରୀ ଦଳର ନଜର କେନ୍ଦ୍ରୀଭୂତ ହୋଇଛି । ବାବୁଲି ନେତାଙ୍କ ଛତ୍ରଛାୟା ତଳେ ରହି ଏହି ହତ୍ୟାକାଣ୍ଡ ଭିଆଇଥିବା ପରୀର ବାପା, ମା’ ଆତ୍ମାହୁତି ଉଦ୍ୟମ କରିବା ବେଳେ କ୍ୟାମେରା ସମ୍ମୁଖରେ ଚି+ାର କରି କହିଥିଲେ ।
ଆଜି ୩ଟି ଗାଡ଼ିରେ ନୟାଗଡ଼ ପୁଲିସ ଏବଂ ୫ଜଣିଆ ତଦନ୍ତକାରୀ ଦଳ ଯଦୁପୁର ଯାଇଥିଲେ । ଗାଁ’ଦାଣ୍ଡ ଗହଳିଚହଳି ଥିବା ବେଳେ ପୁଲିସ ଆସିବା ପରେ ଶୂନ୍ଶାନ୍ ହୋଇଯାଇଥିଲା । ତଦନ୍ତକାରୀ ଅଧିକାରୀମାନେ ଗାଁ’ଦାଣ୍ଡରେ ଯାତାୟାତ କରୁଥିବା ହାତଗଣତି କେତେଜଣ ଓ ସାହି ପଡ଼ିଶାଙ୍କୁ ପରୀ ସମ୍ପର୍କରେ ପଚାରି ଥିଲେ । ସନ୍ଧ୍ୟା ପର୍ଯ୍ୟନ୍ତ ତଦନ୍ତକାରୀ ଦଳ ଯଦୁପୁର ଗ୍ରାମରେ ପଇନ୍ତରା ମାରିଥିଲେ ।
ଉଲ୍ଲେଖ ଯେ ଗତ ଜୁଲାଇ ୧୪ତାରିଖରେ ପରୀ ଗାଁ ଦାଣ୍ଡରେ ଖେଳୁଥିବା ବେଳେ ଦୁର୍ବୃତ୍ତମାନେ ତାକୁ ଅପହରଣ କରି ନେଇଥିଲେ । ଏ ସମ୍ପର୍କରେ ପରୀର ବାପା ନୟାଗଡ଼ ସଦର ଥାନାରେ ଅଭିଯୋଗ କରିଥିଲେ । ପୁଲିସ ହତ୍ୟାକାରୀମାନଙ୍କୁ ଧରିବାରେ ବିଫଳ ହୋଇଥିବା ବେଳେ ଅପହରଣର ୧୦ଦିନ ପରେ ପୁଲିସକୁ ଚାଲେଞ୍ଜ କରି ହତ୍ୟାକାରୀମାନେ ଶବକୁ ଏକ ଅଖାରେ ଆଣି ପରୀ ଘର ପଛପଟେ ପକାଇ ଦେଇଥିଲେ । ପରୀର ଆଖି ଓ କିଡ୍ନି ଦୁର୍ବୃତ୍ତମାନେ ନେଇ ଯାଇଥିବା ଅଭିଯୋଗ ହୋଇଛି । ପରୀର ଶବ ହଳଦିଆ ପଡ଼ିଥିବା ବେଳେ ଶବ ଦୁର୍ଗନ୍ଧ ନହେବା ପାଇଁ କୌଣସି ରାସାୟନିକ ଦ୍ରବ୍ୟର ପ୍ରଲେପ ଦିଆଯାଇଥିଲା । ଗତ ଅକ୍ଟୋବର ୨୬ତାରିଖରେ ମାମଲା ଉଠାଇ ନେବାକୁ କହି ପରୀର ବାପା, ମା’ଙ୍କୁ କେତେକ ମରଣାନ୍ତକ ଆକ୍ରମଣ କରିଥିଲେ । ଏହି ଘଟଣାରେ ପୁଲିସ ୧୦ଜଣଙ୍କୁ ଗିରଫ କରିଥିଲା । ଦୀର୍ଘ ସାଢେ଼ ୪ମାସ ପରେ ବି ପୁଲିସ ହତ୍ୟାକାରୀମାନଙ୍କୁ ଗିରଫ କରିବାରେ ବିଫଳ ହେବାରୁ ପରୀର ବାପା, ମା’ ଗତ ୨୪ ତାରିଖରେ ବିଧାନସଭା ଚାଲିଥିବା ବେଳେ ମୁଖ୍ୟ ଗେଟ୍ ସାମ୍ନାରେ କିରୋସିନ୍ ଢାଳି ଆତ୍ମାହୁତି ଦେବାକୁ ଉଦ୍ୟମ କରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons