ପର୍ଯ୍ୟଟକଙ୍କୁ ତପ୍ତପାଣି ମନା

Get real time updates directly on you device, subscribe now.

ସାନଖେମୁଣ୍ଡି, (ବି.ବି.ନୁ୍ୟଜ୍): ଗଞ୍ଜାମ ଜିଲ୍ଲା ପ୍ରଶାସନ ସାରା ଜିଲ୍ଲାରେ ଲାଗୁ କରିଛି ୧୪୪ ଧାରା । ସାନଖେମୁଣ୍ଡିର ଅନେକ ଗାଁଗଣ୍ଡା ଲୋକେ ଏନେଇ ସଜାଗ ହୋଇଛନ୍ତି । ସାରା ଓଡ଼ିଶାରେ ପର୍ଯ୍ୟଟନ ସ୍ଥଳର ମାନ୍ୟତା ପାଇଥିବା ଉଷ୍ମ ପ୍ରସ୍ରବଣ ତପ୍ତପାଣିକୁ ମଧ୍ୟ ପର୍ଯ୍ୟଟକଙ୍କ ପ୍ରବେଶ ବନ୍ଦ ହୋଇଛି । ସେଠାରେ ରହିଥିବା ମୃଗ ବିହାର ପାନ୍ଥ ନିବାସକୁ ମଧ୍ୟ କ୍ଲୋଜର ନୋଟିସ ଲଗାଯାଇଛି । ବହୁ ଦେଶ ବିଦେଶରୁ ଆସୁଥିବା ପର୍ଯ୍ୟଟକଙ୍କ ନିତିଦିନିଆ ଭିଡ଼ ତପ୍ତପାଣି ମୃଗ ବିହାର ଦେଖିବାକୁ ମିଳିଥାଏ । ରହଣି ସ୍ଥଳ ଭାବେ ପାନ୍ଥ ନିବାସରେ ରହିଥାନ୍ତି । କିନ୍ତୁ ଜିଲ୍ଲା ପ୍ରଶାସନ ନିଦେ୍ର୍ଧଶ କ୍ରମେ ଏହି ସବୁ ପର୍ଯ୍ୟଟନ କେନ୍ଦ୍ର ବନ୍ଦ କରାଯାଇଛି । ମୃଗ ବିହାର ଓ ଫରେଷ୍ଟ ପାର୍କ ବନ୍ଦ ରଖାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons