ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କୁ କରୋନା

Get real time updates directly on you device, subscribe now.

ସିମୁଳିଆ,(ବି.ବି.ନୁ୍ୟଜ୍): ସିମୁଳିଆ ବିଧାୟକ ତଥା ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏହି ଖବର ପ୍ରସାରିତ ହେବା ସମଗ୍ର ନିର୍ବାଚନ ମଣ୍ଡଳୀରେ ତାଙ୍କର ଆଶୁ ଆରୋଗ୍ୟ କାମନା କରାଯାଇଛି । ଗତ ଗୁରୁବାର ରାତିରେ ଭୁବନେଶ୍ୱରରୁ ଫେରି ଶ୍ରୀ ପାଣିଗ୍ରାହୀ ନିର୍ବାଚନ ମଣ୍ଡଳୀର ବିଭିନ୍ନ ଅଞ୍ଚଳ ବୁଲି ଅନେକ କାର୍ଯ୍ୟରେ ସାମିଲ ହୋଇଥିଲେ । ଗତ ରବିବାର ସିମୁଳିଆ ଡାକ୍ତରଖାନାକୁ ଯାଇ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ । ସୋମବାର ସକାଳେ ସେ ଅସୁସ୍ଥ ଅନୁଭବ କରିଥିଲେ । ଖବରପାଇ କୋଭିଡ୍ ଟିମ୍ ତାଙ୍କ ବାସ ଭବନକୁ ଯାଇ ତାଙ୍କର ଆଣ୍ଟିଜେନ ପରୀକ୍ଷା କରିଥିଲେ । ଏଥିରେ ତାଙ୍କର କରୋନା ପଜିଟିଭ ରିପୋର୍ଟ ଆସିଥିଲା । ଏନେଇ ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ସୋସିଆଲ ମିଡିଆ ଓ ଟ୍ୱିଟର ମାଧ୍ୟମରେ ସୂଚନା ଦେବା ସହ ଗତ ସାତ ଦିନ ଭିତର ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନେ ସ୍ୱାସ୍ଥ୍ୟ ପରୀକ୍ଷା କରାଇନେବାକୁ ସେ ଅନୁରୋଧ କରିିଛନ୍ତି । ଏଥିସହିତ ଆବଶ୍ୟକସ୍ଥଳେ ସେମାନେ ସଂଗରୋଧରେ ରହିବାକୁ ମଧ୍ୟ ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ପରାମର୍ଶ ଦେଇଛନ୍ତି । ଅନ୍ୟପଟେ ନିର୍ବାଚନମଣ୍ଡଳୀର ଜନସଧାରଣ ଓ ଦଳୀୟ କର୍ମୀମାନେ ମନ୍ତ୍ରୀଙ୍କର ଆରୋଗ୍ୟ କାମନା କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons