ଗୁଣପୁର,(ବି.ବି.ନୁ୍ୟଜ): ସହରର ବିଭିନ୍ନ ଦୋକାନରେ ବିକ୍ରି ହେଉଥିବା ବେଆଇନ ପଲିିଥିନ ଉପରେ ଚଢଉ କରାଯାଇଛି । ପୌର ପରିଷଦ ଓ ପୁଲିସ ମିଳିତ ଭାବେ ସହରର ବିଭିନ୍ନ ଦୋକାନ ଉପରେ ଚଢଉ କରି ବିପୁଳ ପରିମାଣର ସାମଗ୍ରୀ ଜବତ କରିଥିଲେ । ଏହାସହ ୪ହଜାର ୩୦୦ ଟଙ୍କା ଜରିମାନା ଆଦାୟ କରାଯାଇଥିଲା । ପଲିଥିନ୍ ବିକ୍ରି ସମ୍ପୂର୍ଣ୍ଣ ଭାବେ ବେଆଇନ ଘୋଷଣା କରାଯାଇ ଥିଲେ ମଧ୍ୟ ସହରରେ ଖୁଲମ୍ଖୁଲ୍ଲା ଏହା ବ୍ୟବହାର ହେଉଥିବା ଦେଖିବାକୁ ମିଳିଛି । ଫଳରେ ଏହାର ଅବାଧ ବ୍ୟବହାର ଚାଲିିଛି । ଏହାର କୁପ୍ରଭାବ ପରିବେଶ ଉପରେ ପଡୁଛି । ଅନ୍ୟପକ୍ଷେ ପୌରପ୍ରଶାସନ ପକ୍ଷରୁ ବେଳେ ବେଳେ ଏମିତି ଚଢଉ କରି ଚୁପ୍ ବସିବା ଦ୍ୱାରା ଏହି ବେଆଇନ ବିକ୍ରି ଉପରେ ଅଙ୍କୁଶ ଲାଗିପାରୁନି । ନିୟମିତ ଚଢଉ ଓ ଜରିମାନା ଆଦାୟ କରିବାକୁ ସାଧାରଣରେ ମତପ୍ରକାଶ ପାଇଛି ।


Comments are closed, but trackbacks and pingbacks are open.