ଭୁବନେଶ୍ୱର, (ବି.ବି.ବୁ୍ୟରୋ): ପଶ୍ଚିମ ଓଡ଼ିଶାକୁ ପ୍ରଥମେ ପଙ୍ଗପାଳ ଆସିବେ । ତେବେ ବର୍ଷା ଆରମ୍ଭ ହେଲେ ପଳେଇବେ । ଓୟୁଏଟି ଡିନ୍ ଲଲିତ ମୋହନ ଗଡ଼ନାୟକ ଏହି ସୂଚନା ଦେଇଛନ୍ତି । ଓଡ଼ିଶାକୁ ପଙ୍ଗପାଳ ଆସିବା ନେଇ କେନ୍ଦ୍ରର ସୂଚନା ପରେ ଆଜି (ରବିବାର) ଏକ ବୈଠକ ବସିଥିଲା । ଏ ବୈଠକ ସରିଲା ପରେ ଓୟୁଏଟି ଡିନ୍ ଏହି ସୂଚନା ଦେଇଛନ୍ତି । ସେକହିଛନ୍ତି, ଓଡ଼ିଶାକୁ ଜୁନ୍ ମାସରେ ପଙ୍ଗପାଳ ଆସିପାରନ୍ତି ବୋଲି କେନ୍ଦ୍ର ସୂଚନା ଦେଇଛି । ତେବେ ଓୟୁଏଟି ଓ ବିଦ୍ୟାଧରପୁର ଫାର୍ମର କୀଟତତ୍ତ୍ୱବିତ୍ମାନଙ୍କୁ ନେଇ ଏକ ଟିମ୍ ଗଠନ ହେବ । ଏହାସହିତ ଏସ୍ଓପି ଜାରି କରାଯାଇ ଚାଷୀମାନଙ୍କୁ ସଚେତନ କରାଯିବ । ପ୍ରତିଦିନ ଜିଲ୍ଲା ଓ ବ୍ଲକ ସୂତ୍ରରୁ ରିପୋର୍ଟ ସଂଗ୍ରହ କରାଯିବ । ଶ୍ରୀ ଗଡ଼ନାୟକ କହିଛନ୍ତି, କୃଷି ନିଦେ୍ର୍ଧଶକଙ୍କ ଅଧୀନରେ କଣ୍ଟେ୍ରାଲ ରୁମ୍ଖୋଲାଯାଇଛି । ଯେ ପର୍ଯ୍ୟନ୍ତ ଔଷଧ , ବଡ଼ ସ୍ପେ୍ରୟର ଓ ଟ୍ରାକ୍ଟର ଦେବା ପାଇଁ ସରକାରଙ୍କୁ କୁହାଯାଇଛି ।
Comments are closed, but trackbacks and pingbacks are open.