ପାକିସ୍ତାନରୁ ମିଳୁନି ଅର୍ଥ: ଚିନ୍ତାରେ ଭାରତ ବିରୋଧୀ ଶକ୍ତି

Get real time updates directly on you device, subscribe now.

ନୂଆଦିଲ୍ଲୀ: ପାକିସ୍ତାନରୁ ଅର୍ଥ ଆଣି କେତେକ ସ୍ୱେଚ୍ଛାସେବୀ ଅନୁଷ୍ଠାନ (ଏନ୍ଜିଓ) ଓ ଆତଙ୍କୀ ସଙ୍ଗଠନ ଭାରତ ବିରୋଧୀ ଏଜେଣ୍ଡାର ପ୍ରଚାର ପ୍ରସାର କରୁଥିଲେ । କିନ୍ତୁ ୨୦୧୮ ପରଠାରୁ ପାକିସ୍ତାନରୁ ଟଙ୍କା ଆସିବା କମିଯାଇଛି । ସେମାନେ ଲଗାତାର ପ୍ରୟାସ କରି ମଧ୍ୟ ବିଫଳ ହୋଇଛନ୍ତି । ଯାହାଫଳରେ ସେମାନେ ବର୍ତ୍ତମାନ କେବଳ ଘୋର ଚିନ୍ତାରେ ପଡିନାହାନ୍ତି, ବରଂ ପାକିସ୍ତାନ ଉପରେ ନିଜର ଅସନ୍ତୋଷ ଜାହିର କରୁଛନ୍ତି ।
ଭାରତୀୟ ଗୁଇନ୍ଦା ସଂସ୍ଥା ସହ ଜଡିତ ଅଧିକାରୀଙ୍କ ସୂଚନା ଅନୁଯାୟୀ ଜମ୍ମୁ-କାଶ୍ମୀର ସମେତ ଆମେରିକା ଓ ବ୍ରିଟେନରେ ଏଭଳି ଅନେକ ଏନ୍ଜିଓ ଅଛନ୍ତି ଯେଉଁମାନେ ଭାରତ ବିରୋଧୀ ଅଭିଯାନ ଚଳାଉଛନ୍ତି । ଏସବୁ ଏନ୍ଜିଓଙ୍କର କୌଣସି ରାଜନୈତିକ ପୃଷ୍ଠପୋଷକ କିମ୍ବା ସମର୍ଥନ ଭାରତରେ ନାହିଁ । କିନ୍ତୁ ସେମାନେ ପାକିସ୍ତାନ ଦ୍ୱାରା ପରିଚାଳିତ ହେଉଛନ୍ତି । ଅଫିସ ଚଳାଇବା ଠାରୁ ଆରମ୍ଭ କରି କର୍ମଚାରୀଙ୍କୁ ଦରମା ଦେବା ଓ ଭାରତ ବିରୋଧୀ କାର୍ଯ୍ୟକଳାପ ଜାରି ରଖିବା ଲାଗି ସେମାନଙ୍କୁ ପାକିସ୍ତାନ ପ୍ରଚୁର ଟଙ୍କା ପ୍ରଦାନ କରିଆସୁଛି । ଜମ୍ମୁ-କାଶ୍ମୀର ସମେତ ଦେଶର ଅନ୍ୟ କେତେକ ସ୍ଥାନରେ ପରିଚାଳିତ ଏହି ସଂସ୍ଥାଙ୍କ ପାଖକୁ ହାୱାଲା କାରବାର ମାଧ୍ୟମରେ ଟଙ୍କା ଆସୁଛି । ବ୍ରିଟେନରେ ଥିବା ଏନଜିଓମାନଙ୍କୁ ଲଣ୍ଡନରେ ଥିବା ପାକିସ୍ତାନ ହାଇକମିଶନଙ୍କ କାର୍ଯ୍ୟାଳୟ ପକ୍ଷରୁ ଆବଶ୍ୟକ ପାଣ୍ଠି ଯୋଗାଇ ଦିଆଯାଉଛି । ଯାହାଫଳରେ ଏହି ସଂସ୍ଥାମାନେ ଭାରତ ବିରୋଧରେ ବିଭିନ୍ନ ପ୍ରକାର ଅଭିଯୋଗ ଆଣୁଛନ୍ତି । ଜମ୍ମୁ-କାଶ୍ମୀରରେ ସେନାର ଅତ୍ୟାଚାର ଠାରୁ ଆରମ୍ଭ କରି ସାଧାରଣ ଜନତାଙ୍କ ଉପରେ ଦମନଲୀଳା, ମାନବାଧିକାର ଉଲ୍ଲଂଘନ ଭଳି ଅନେକ ଅଭିଯୋଗମାନ ଅତୀତରେ ସେମାନେ ଆଣିଛନ୍ତି । ହେଲେ ପାକିସ୍ତାନର ଆର୍ଥିକ ଅବସ୍ଥା ଏବେ ପୁରା ଖରାପ ହୋଇପଡିଛି । ସେଥିପାଇଁ ପାକିସ୍ତାନ ୨୦୧୮ରୁ ଏହି ଏନ୍ଜିମାନଙ୍କୁ ଆଉ ଟଙ୍କା ଦେଉନାହିଁ । ଫଳରେ ଏହି ସଂସ୍ଥାଗୁଡିକ ପୂଣ୍ଣ ର୍ ଭାବେ କାର୍ଯ୍ୟକ୍ଷମ ହୋଇପାରୁନାହାନ୍ତି ।
ଆବଶ୍ୟକ ଟଙ୍କା ଅଭାବରୁ ନିଜର ସଂସ୍ଥା ଚଳାଇବା କଷ୍ଟକର ହୋଇପଡିଥିଲା ବେଳେ ଭାରତ ବିରୋଧୀ କାର୍ଯ୍ୟକଳାପ କିଭଳି ଜାରି ରଖିବେ ତାହା ସେମାନଙ୍କୁ ଚିନ୍ତାରେ ପକାଇଛି । ପାକିସ୍ତାନ ହାଇକମିଶନ ସହିତ ସେମାନେ ବାରମ୍ବାର ଯୋଗାଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ । ହଠାତ୍ ପାକିସ୍ତାନ କାହିଁକି ଟଙ୍କା ଦେବା ବନ୍ଦ କରିଦେଇଛି ତାର କାରଣ ଜଣା ପଡିନଥିଲେ ମଧ୍ୟ ବର୍ତ୍ତମାନ ଏସବୁ ସଂସ୍ଥାର ଅସଲ ଚେହେରା ସାମ୍ନାକୁ ଆସିବାରେ ଲାଗିଛି । କେନ୍ଦ୍ର ସରକାର ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ଉପରେ କଠୋର ପଦକ୍ଷେପ ଗ୍ରହଣ କରିଛନ୍ତି । ଯାହାଫଳରେ ଆତଙ୍କୀଙ୍କୁ ବିଭିନ୍ନ ବାଟରେ ଆସୁଥିବା ପାଣ୍ଠି ଯୋଗାଣର ସ୍ରୋତକୁ ବନ୍ଦ କରିଦିଆଯାଇଛି । ଏଭଳି ପାଙଋି ଯୋଗାଣରେ ସାମିଲ ଥିବା ବହୁ ବିଚ୍ଛିନ୍ନତାବାଦୀ ନେତାଙ୍କୁ ଗିରଫ କରାଯିବା ସହ ସେମାନଙ୍କ ସମ୍ପତ୍ତି ଜବତ କରାଯାଇଛି । ଫଳରେ ଜମ୍ମୁ-କାଶ୍ମୀରରେ ସକ୍ରିୟ ଆତଙ୍କବାଦୀ ଓ ବିଚ୍ଛିନ୍ନତାବାଦୀ ସଙ୍ଗଠନକୁ ଆଉ ପୂର୍ବଭଳି ଟଙ୍କା ମିଳିପାରୁ ନାହିଁ । ସେମାନେ ଲଗାତାର ଭାବେ ଅର୍ଥ ଅଭାବ ନେଇ ଅଭିଯୋଗ କରୁଛନ୍ତି । ଭାରତ ବିରୋଧରେ ବିଭିନ୍ନ କାର୍ଯ୍ୟକ୍ରମ ଚଳାଇବା ଲାଗି ସେମାନଙ୍କ ପାଖରେ ଟଙ୍କା ଅଭାବ ରହିଛି । ତେଣୁ ଭାରତ ବିରୋଧରେ ସେମାନେ ଯେଉଁ ଅଭିଯାନ ଚଳାଇଥିଲେ ତାହା ବିଫଳ ହେବାକୁ ବସିଛି । ଭାରତ ବିରୋଧରେ ଏଭଳି ଅପପ୍ରଚାର ଚଳାଉଥିବା ଏନ୍ଜିଓମାନଙ୍କର ଏକ ତାଲିକା ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଖୁବଶୀଘ୍ର ପ୍ରକାଶ କରିବାକୁ ଯାଉଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons