ପାକିସ୍ତାନରେ ୧୩୬ ଜଣ ଆକ୍ରାନ୍ତ

Get real time updates directly on you device, subscribe now.

ପାକିସ୍ତାନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଲୁଚାଉଥିବାର ସ୍ପଷ୍ଟ ହେବାରେ ଲାଗିଛି । ଗତକାଲି ଦେଶରେ ୫୯ ଜଣ ଆକ୍ରାନ୍ତ ହୋଇଥିଲେ ବୋଲି ସୂଚନା ଦିଆଯାଇଥିଲା । ହେଲେ ଆଜି ଏହା ୧୩୬କୁ ବୃଦ୍ଧି ପାଇଛି । ଆକ୍ରାନ୍ତ ବ୍ୟକ୍ତିଙ୍କ ସଂଖ୍ୟାରେ ପାକିସ୍ତାନ ଭାରତକୁ ବି ଟପିଯାଇଛି । ଦକ୍ଷିଣ ଏସିଆର ଦେଶଗୁଡିକ ଭିତରେ ପାକିସ୍ତାନରେ ଏବେ ସବୁଠାରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି । କେବଳ ସିନ୍ଧ ପ୍ରଦେଶରେ ୪୭ ଜଣ ନୂଆ ରୋଗୀଙ୍କୁ ଚିହ୍ନଟ କରାଯାଇଛି । କିନ୍ତୁ ରାତିକ ଭିତରେ ସେଠାରେ ଏତେ ରୋଗୀ କୁଆଡୁ ଆସିଲେ ବୋଲି ପ୍ରଶ୍ନ ହେଉଛି? କିନ୍ତୁ ପାକ୍ ସରକାର ଏନେଇ କିଛି ସ୍ପଷ୍ଟ ସୂଚନା ଦେଉନାହାନ୍ତି । ଏମିତିକି ‘ଡନ’ ପରି ସମ୍ବାଦପତ୍ର ଆକ୍ରାନ୍ତଙ୍କ ସଂଖ୍ୟାକୁ ପ୍ରଥମେ ଅଧିକ କରି ଦେଖାଇଥିଲାବେଳେ ସରକାରଙ୍କ ଚାପ ଯୋଗୁ ପରେ ଏହାକୁ ହଟାଇ ଦେଇଥିଲା । ଆହୁରିମଧ୍ୟ ସୂଚନା ମିଳିଛି କି, ପାକିସ୍ତାନରେ ୮ ଜଣ ସେନା ଅଧିକାରୀ ବି ଏଥିରେ ଆକ୍ରାନ୍ତ ହୋଇଛନ୍ତି । ଲେଫ୍ଟନାଣ୍ଟ କର୍ଣ୍ଣେଲ, କର୍ଣ୍ଣେଲ, ବ୍ରିଗେଡିୟର ଏବଂ ମେଜର ର୍ୟାଙ୍କର ଅଧିକାରୀ ୟା’ ଭିତରେ ଅନ୍ତର୍ଭୁକ୍ତ । ରାୱଲପିଣ୍ଡି ସ୍ଥିତ ପାକ୍ ସେନା ମୁଖ୍ୟାଳୟରେ ସାମରିକ କର୍ମଚାରୀମାନଙ୍କର ସ୍ୱାସ୍ଥ୍ୟ ଯାଞ୍ଚ ପରେ ସେମାନଙ୍କୁ ଚିହ୍ନଟ କରାଯାଇଥିଲା । ଏହାପରେ ପାକ୍ ସେନାର ଅନେକ ଅଧିକାରୀ ଓ ଯବାନ ଡୁ୍ୟଟିକୁ ଯିବା ପାଇଁ ରାଜି ହେଉନଥିବାର ଜଣାପଡିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons